ETV Bharat / state

ଖେଳୁଥିଲେ ଫାଟିଲା ମୋବାଇଲ ବ୍ୟାଟେରୀ, ୨ ଶିଶୁ ଗୁରୁତର - MOBILE BATTERY EXPLOSION

ଖେଳିବା ସମୟରେ ବିସ୍ଫୋରଣ ହେଲା ମୋବାଇଲ ବ୍ୟାଟେରୀ । ୨ ଜଣ ଶିଶୁ ଗୁରୁତର ହୋଇଥିବା ବେଳେ ଜଣକୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।

MOBILE BATTERY EXPLOSION
MOBILE BATTERY EXPLOSION (ETV Bharat Odisha)
author img

By ETV Bharat Odisha Team

Published : Feb 2, 2025, 10:08 PM IST

ବଲାଙ୍ଗୀର: ମୋବାଇଲ ବ୍ୟାଟେରୀରେ ଖେଳିବା ପଡ଼ିଲା ମହଙ୍ଗା । ଫାଟିଲା ମୋବାଇଲ ବ୍ୟାଟେରୀ । ଦୁଇ ଶିଶୁ ଗୁରୁତର , ଜଣେ ବିଶାଖାପାଟଣା ସ୍ଥାନାନ୍ତରିତ । ଏଭଳି ଏକ ଅଘଟଣ ଘଟିଛି ବଲାଙ୍ଗୀର ପାଟଣାଗଡ଼ ଅଞ୍ଚଳରେ । ପୁରୁଣା ମୋବାଇଲ ବ୍ୟାଟେରୀ ଫିଙ୍ଗା ଯାଇଥିବାବେଳେ ଦୁଇ ଜଣ ଶିଶୁ ତାହାକୁ ନେଇ ଖେଲୁଥିଲେ । ଏହି ସମୟରେ ହଠାତ୍ ବ୍ୟାଟେରୀ ବିସ୍ଫୋରଣ ହେବା ଯୋଗୁଁ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତେବେ ଜଣେ ଶିଶୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି ଥିବାବେଳେ ଅନ୍ୟ ଜଣକୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।

MOBILE BATTERY EXPLOSION (ETV Bharat Odisha)

ବ୍ୟାଟେରୀରେ ଖେଳିବା ପଡ଼ିଲା ମହଙ୍ଗା:

ଏନେଇ ଶିଶୁଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ଆହତ ଦୁଇ ଜଣ ଶିଶୁ ସାଙ୍ଗ ଅଟନ୍ତି । ଏକା ସାଙ୍ଗରେ ସେମାନେ ଖେଳୁଥିବାବେଳେ ବାହାରେ ପଡ଼ିଥିବା ଏକ ମୋବାଇଲ ବ୍ୟାଟେରୀ ପାଇଥିଲେ । ଯାହାକୁ ନେଇ ସେମାନେ ଖେଳିବା ଆରମ୍ଭ କରିଥିଲେ । ଏହାରି ଭିତରେ ବ୍ୟାଟେରୀଟି ବିସ୍ଫୋରଣ ହୋଇଥିଲା । ଯାହାଦ୍ବାରା ଉଭୟ ଶିଶୁ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଓ ପରିବାର ବର୍ଗ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଅଭାବୀ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଆଶା ସାଜିଛନ୍ତି ବି.କମ୍ ଗ୍ରାଜୁଏଟ ସାଗର - SOCIAL WORKER SAGAR JENA

ଏହା ମଧ୍ୟ ପଢନ୍ତୁ...କାହିଁକି ହୋଇଥିଲା ଆଇନଜୀବୀଙ୍କୁ ଏସିଡ଼ ମାଡ଼ ? ସାମ୍ନାକୁ ଆସିଲା କାରଣ - PARALAKHEMUNDI ACID ATTACK CASE

ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ହିଟ୍ ଆଣ୍ଡ ରନ, ଗାଡି ଧକ୍କାରେ ଆଖି ବୁଜିଲେ ରିଟାର୍ଡ କର୍ଣ୍ଣେଲ - HIT AND RUN CASE

ଏମିତି କହିଲେ ଅଭିଭାବକ:

ଜଣେ ଆହତ ଶିଶୁଙ୍କ ବାପା କହିଛନ୍ତି,"ମୁଁ ସବୁଦିନ ପାରି ଜଙ୍ଗଲକୁ ଯାଇଥିବାବେଳେ ତାଙ୍କ ପୁଅ ଓ ଆଉ ଜଣେ ଶିଶୁ ଏକା ସାଙ୍ଗରେ ଘର ବାହାରେ ଖେଳୁଥିଲେ । ତେବେ ଗୋଟିଏ ମୋବାଇଲ ବ୍ୟାଟେରୀ ପଡ଼ିଥିବା ବେଳେ ତାକୁ ନେଇ ସେମାନେ ହାତୁଡ଼ିରେ ପିଟିଥିଲେ । ଏହି ସମୟରେ ଜୋରରେ ତାହା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଦୁଇ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣା ପରେ ମୋତେ ଖବର ଦିଆଯିବା ପରେ ମୁଁ ଡାକ୍ତରଖାନା ଆସି ସବୁ ଜାଣିବାକୁ ପାଇଥିଲି । ମୋ ପୁଅ ଗୁରୁତର ଥିବାବେଳେ ତାର ସହିତ ଥିବା ଅନ୍ୟ ଜଣେ ଶିଶୁ ଅଧିକ ଗୁରୁତର ହୋଇଛି । ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରା ଯାଇଛି । "

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.