ମୁମ୍ବାଇ: ଘରୋଇ ପଡିଆରେ ଭାରତର ବଡ ବିଜୟ । ଚାମ୍ପିଆନ ସାଜିଲା ଟିମ ଇଣ୍ଡିଆ । ମୁମ୍ବାଇ ସ୍ଥିତ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ରେ ଭାରତର ବଡ ବିଜୟ ହାସଲ କରିଛି । ୧୫୦ ରନରେ ଇଂଲଣ୍ଡକୁ ହରାଇ ୪-୧ରେ ଚାମ୍ପିଆନ ସାଜିଲା ଟିମ ଇଣ୍ଡିଆ ।
ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ:
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ମୈଦାନକୁ ଛାଡିଥିଲା ଇଂଲଣ୍ଡ । ଓପନର ଭାବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ କରିଥିଲେ । ମ୍ୟାଚ ଆରମ୍ଭରୁ ଆକ୍ରାମକ ଢଙ୍ଗରେ ବ୍ୟାଟିଂ କରିଥିଲେ ଓପନର ଅଭିଷେକ ଶର୍ମା । ୫୪ ବଲରେ ୧୩୫ ରନ କରି ଟିମ ଖାତାରେ ଏକ ବଡ ସ୍କୋର ଯୋଡିଥିଲେ । ଶିବମ ଦୁବେ ୧୩ ବଲରେ ୩୦ ରନ୍, ତିଳକ ବର୍ମା ୧୫ ବଲରେ ୨୪ ରନ ସଂଗ୍ରହ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଟିମ୍ ୯ ଓ୍ବିକେଟ ହରାଇ ୨୪୭ ରନ ସଂଗ୍ରହ କରିଥିଲା ।
An impressive way to wrap up the series 🤩#TeamIndia win the 5th and final T20I by 150 runs and win the series by 4-1 👌
— BCCI (@BCCI) February 2, 2025
Scoreboard ▶️ https://t.co/B13UlBNLvn#INDvENG | @IDFCFIRSTBank pic.twitter.com/aHyOY0REbX
୯୭ ରନରେ ଅଲଆଉଟ ଇଂଲଣ୍ଡ:
୨୪୭ ରନକୁ ପିଛା କରି ମାତ୍ର ୧୦.୩ ଓଭର ଖେଳି ୯୭ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଇଂଲଣ୍ଡରୁ ଫିଲ ସର୍ଟ ସର୍ବାଧିକ ୫୫ (୨୩) ରନ ସଂଗ୍ରହ କରିଥିବା ବେଳେ ଜାକୋବ ବେଥେଲ ୭ ବଲରେ ୧୦ ରନ କରିଥିଲେ । ସେହିଭଳି ମହମ୍ମଦ ସାମି ୩୫ ରନ ଦେଇ ୩ଟି ଓ୍ବିକେଟ ନେଇଥିବା ବେଳେ ଅଭିଷେକ ଶର୍ମା ଗୋଟିଏ ଓଭର ପକାଇ ୩ରନ ଦେଇ ୨ଟି ଓ୍ବିକେଟ ହାସଲ କରିଥିଲେ ।
ଇଂଲଣ୍ଡ ବିପକ୍ଷରେ ଭାରତର ବଡ ବିଜୟ
ତେବେ ୧୫୦ ରନରେ ଇଂଲଣ୍ଡକୁ ହରାଇ ନୂଆ ରେକର୍ଡ କରିଛି ଭାରତୀୟ ଟିମ୍ । ଟି-୨୦ ଅନ୍ତର୍ଜାତୀୟରେ ଭାରତର ଏହା ଦ୍ୱିତୀୟ ବୃହତ ବିଜୟ ।ପୂର୍ବରୁ ୨୦୨୩ରେ ନ୍ୟୁଜିଲ୍ୟାଣ୍ଡକୁ ୧୬୮ରନରେ ପରାସ୍ତ କରି ବୃହତ ବିଜୟ ହାସଲ କରିଥିଲା ଇଣ୍ଡିଆ । ସେହିଭଳି ୨୦୧୮ମସିହାରେ ଆୟରଲ୍ୟାଣ୍ଡକୁ ୧୪୩ରନରେ ହରାଇଥିଲା ।
ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଅଭିଷେକ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାରରେ ସମ୍ମାନିତ ହୋଇଥିବା ବେଳେ ପ୍ଲେୟାର ଅଫ ଦ ସିରିଜ ଭାରତୀୟ ଖେଳାଳି ବରୁଣ ଚକ୍ରବର୍ତ୍ତୀ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ