ବାଲୁକାକଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି - SAND ART ON NETAJI JAYANTI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 23, 2025, 4:00 PM IST

ପୁରୀ: ଆଜି ହୋଉଛି ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କୁ ସାରା ଦେଶ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସେହିପରି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ଦୁଇ ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ବାଲୁକାକଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିସ୍ତିର୍ଣ୍ଣ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସୁନ୍ଦର ବାଲୁକା ପ୍ରତିକୃତି ନିର୍ମାଣ କରିଛନ୍ତି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଲାଗିଛି । ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ବ ଗାଥାକୁ ମନେ ପକାଉଛନ୍ତି ଦେଶବାସୀ । ତେବେ ନେତାଜୀ ଜୟନ୍ତୀକୁ "ପରାକ୍ରମ ଦିବସ" ଭାବେ ମଧ୍ୟ ପାଳନ କରାଯାଉଛି ।  

ଏହା ମଧ୍ୟ ପଢନ୍ତୁ ...ଆଜି ଶପଥ ନେବେ ଟ୍ରମ୍ପ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - SUDARSHAN PATTNAIK SAND ART 

ଏହା ମଧ୍ୟ ପଢନ୍ତୁ ...ମକର ସଂକ୍ରାନ୍ତି 2025: ବାଲୁକାରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ - SAND ART ON MAKAR SANKRANTI 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.