ETV Bharat / technology

Airtel ପରେ Jio ଓ Vi କେବଳ କଲିଂ ଓ SMS ପାଇଁ ଆଣିଲା ନୂଆ ପ୍ଲାନ - JIO VI VOICE SMS ONLY PREPAID PLAN

ଏୟାରଟେଲ ପରେ ଏବେ ଜିଓ ଏବଂ ଭୋଡାଫୋନ-ଆଇଡିଆ କେବଳ କଲିଂ ଓ ଏସଏମଏସ ଲାଗି ନୂଆ ରିଚାର୍ଜ ପ୍ଲାନ ଆଣିଛି । ଅଧିକ ପଢନ୍ତୁ

Jio And Vi also launched Voice and SMS Only Prepaid Plans
Jio And Vi also launched Voice and SMS Only Prepaid Plans (Image Credit- Reliance Jio/ Vi)
author img

By ETV Bharat Tech Team

Published : Jan 23, 2025, 6:51 PM IST

ହାଇଦ୍ରାବାଦ: ଏୟାରଟେଲ ପରେ ରିଲାଏନ୍ସ ଜିଓ ଏବଂ ଭୋଡାଫୋନ-ଆଇଡିଆ ଟ୍ରାଇ ନିୟମକୁ ମାନି କେବଳ କଲିଂ ଓ ଏସଏମଏସ ଲାଗି ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି । ଯେଉଁମାନେ ଡେଟାର ବ୍ୟବହାର କରୁନାହାନ୍ତି ସେହି ୟୁଜରମାନେ ଏହି ପ୍ଲାନର ଲାଭ ଉଠାଇପାରିବେ । Jio କେବଳ ଭଏସ କଲିଂ ଓ ଏସଏମଏସ ଲାଗି ଦୁଇଟି ପ୍ଲାନ ଲଞ୍ଚ କରିଥିବା ବେଳେ Vi କେବଳ ଗୋଟିଏ ପ୍ଲାନ ଲଞ୍ଚ କରିଛି । ତେବେ ଏହି ପ୍ଲାନ କଣ ଓ ଏଥିରେ କଣ ସୁବିଧା ମିଳିବ ଜାଣନ୍ତୁ ।

ଟେଲିକମ ଅଥୋରିଟି ଅଫ ଇଣ୍ଡିଆ ବା TRAI ଭାରତର ସମସ୍ତ ଟେଲିକମ କମ୍ପାନୀଗୁଡିକୁ ଡେଟା ବିନା କେବଳ ଭଏସ କଲିଂ ଓ SMS ଲାଗି ନୂଆ ପ୍ଲାନ ଲଞ୍ଚ କରିବାକୁ ବାଧ୍ୟତାମୂଳକ କରିଛି । ଏହାଦ୍ବାରା ଯେଉଁ ୟୁଜରମାନେ ଡେଟା ଆବଶ୍ୟକ ନ କରି ବାଧ୍ୟ ଭାବେ ରିଚାର୍ଜ ପ୍ଲାନ କରୁଥିଲେ ସେମାନେ ଲାଭବାନ ହେବେ । ଟ୍ରାଇର ଏହି ନିୟମ ଅନୁସାରେ କମ୍ପାନୀଗୁଡ଼ିକ ଡେଟା କିଣିବା ଲାଗି ୟୁଜରଙ୍କୁ ବାଧ୍ୟ କରିପାରିବ ନାହିଁ । ଏହି ନିୟମ ଆସିବା ପରେ ପ୍ରଥମେ ଏୟାରଟେଲ ଓ ପରେ ଜିଓ ଏବଂ ଭୋଡାଫୋନ-ଆଇଡିଆ ମଧ୍ୟ ନୂଆ ପ୍ଲାନ ଆଣିଛନ୍ତି ।

Reliance Jioର ନୂଆ ପ୍ଲାନ

Reliance Jio
Jio Voice and SMS Only Prepaid Plans (Image Credit- My Jio App)
  • Rs 458 ପ୍ଲାନ: କେବଳ ଭଏସ କଲିଂ ଓ SMS ଲାଗି ଜିଓର ପ୍ରଥମ ନୂଆ ପ୍ଲାନ ହେଉଛି 458 ଟଙ୍କିଆ ପ୍ଲାନ । ଏହାର ବୈଧତା 84 ଦିନ ଲାଗି ଅଛି । ଏଥିରେ ୟୁଜର ଅନଲିମିଟେଡ ଭଏସ କଲିଂ ସହ 1000 SMS ସୁବିଧା ପାଇପାରିବେ । ଏହାବ୍ୟତୀତ ଏଥିରେ ଅତିରିକ୍ତ ସୁବିଧା ଭାବେ JioTV, JioCinema ଓ JioCloudର ସବସ୍କ୍ରିପସନ ମିଳିବ ।
  • Rs 1958 ପ୍ଲାନ: କେବଳ ଭଏସ କଲିଂ ଓ SMS ଲାଗି ଜିଓର ଦ୍ବିତୀୟ ନୂଆ ପ୍ଲାନ ହେଉଛି 1958 ଟଙ୍କିଆ ପ୍ଲାନ । ଏହି ପ୍ଲାନର ବୈଧତା 365 ଦିନ ବା 1ବର୍ଷ ହେବାକୁ ଥିବା ବେଳେ ଏଥିରେ ଅନଲିମିଟେଡ୍‌ ଭଏସ କଲିଂ ଓ 3600 SMS ସୁବିଧା ମିଳିବ । ଏହାବାଦ ଅତିରିକ୍ତ ସୁବିଧା ଭାବେ JioTV, JioCinema ଓ JioCloudର ସବସ୍କ୍ରିପସନ ମିଳିବ ।

Vodafone-ideaର ନୂଆ ପ୍ଲାନ

ଭୋଡାଫୋନ ଆଇଡିଆ ମଧ୍ୟ ଟ୍ରାଇର ନିର୍ଦ୍ଦେଶା ମୁତାବକ କେବଳ ଭଏସ କଲିଂ ଓ SMS ଲାଗି ନୂଆ ପ୍ଲାନ ଆଣିଛି । ଏହି ପ୍ଲାନର ଦାମ 1460 ଟଙ୍କା ରହିଛି । ଯେଉଁଥିରେ ୟୁଜରଙ୍କୁ ଅନଲିମିଟେଡ ଭଏସ କଲିଂ ଓ 100 SMS ସୁବିଧା ମିଳିବ । ଏହି ପ୍ଲାନର ବୈଧତା 270 ଦିନ ରହିଛି । ଏହାର ଅର୍ଥ ପୁରା ବର୍ଷରେ 95 ଦିନ ବା ପ୍ରାୟ 3 ମାସ କମ ଭ୍ୟାଲିଡିଟି ରହିବ ।

Vi
Vi Voice and SMS Only Prepaid Plans (Image Credit- Vi)

କହି ରଖୁଛୁ କି, Airtel ମଧ୍ୟ କେବଳ ଭଏସ କଲିଂ ଓ SMS ଲାଗି ଦୁଇଟି ନୂଆ ପ୍ଲାନ 499 ଓ 1959 ଟଙ୍କିଆ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର କ୍ଷତି ଓ ଲାଭ ସମ୍ପର୍କରେ ଜାଣିବା ଲାଗି ଏହି ଲିଙ୍କ୍‌ ଉପରେ କ୍ଲିକ କରନ୍ତୁ ।

ଏହା ବି ପଢନ୍ତୁ
  1. ଟାରିଫ୍‌ ନିୟମରେ ବଡ଼ ସଂଶୋଧନ; କେବଳ କଲ୍‌ ଓ SMS ରିଚାର୍ଜ ଭାଉଚର ଆଣିବାକୁ ନିର୍ଦ୍ଦେଶ
  2. TRAI ନିୟମ ମାନି Airtel ଲଞ୍ଚ କଲା ନୂଆ ପ୍ଲାନ; ଲୋକଙ୍କୁ ଫାଇଦା ହେବ ନା କ୍ଷତି ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.