ETV Bharat / state

ପଟ୍ଟଚିତ୍ର ପାଇଁ ବିଶ୍ୱପ୍ରସିଦ୍ଧ 'ରଘୁରାଜପୁର', ଐତିହ୍ୟ ଗାଁର ସୁବିଧା ଅସୁବିଧାକୁ ନେଇ ଗ୍ରାଉଣ୍ଡ ରିପୋର୍ଟ... - HERITAGE VILLAGE RAGHURAJPUR

ରାଜ୍ୟ କି ଦେଶ ନୁହେଁ, ବିଶ୍ବରେ ଖ୍ୟାତି ଦେଇଛି ପଟ୍ଟଚିତ୍ର । ଐତିହ୍ୟ ଗ୍ରାମ ରଘୁରାଜପୁରରେ କ'ଣ ସୁବିଧା, ଅସୁବିଧା ରହିଛି ? ଗ୍ରାଉଣ୍ଡରେ ‘ଇଟିଭି ଭାରତ’ ।

HERITAGE VILLAGE RAGHURAJPUR
HERITAGE VILLAGE RAGHURAJPUR (ETV Bharat Odisha)
author img

By ETV Bharat Odisha Team

Published : Jan 23, 2025, 6:38 PM IST

Updated : Jan 23, 2025, 7:35 PM IST

ପୁରୀ: ଦେଶର ଶ୍ରେଷ୍ଠ ପର୍ଯ୍ୟଟନ ଗାଁର ମାନ୍ୟତା ପାଇଥିବା ଐତିହ୍ୟ ଗ୍ରାମ ରଘୁରାଜପୁର ଏବେ ପୁଣି ଚର୍ଚ୍ଚାରେ । ପଟ୍ଟଚିତ୍ରକଳାକୁ ନେଇ ରଘୁରାଜପୁର ସାରା ବିଶ୍ୱରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଓଡିଶାର ଏହି ପାରମ୍ପରିକ ଚିତ୍ରକଳାକୁ କେବଳ ବିଶ୍ବରେ ପ୍ରସିଦ୍ଧ କରିନାହାନ୍ତି ବରଂ ଏହାକୁ ରୋଜଗାରର ମାଧ୍ୟମ କରି ବଞ୍ଚିଛନ୍ତି ଏହି ଗ୍ରାମର ଶହ ଶହ କାରିଗର । ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ରଘୁରାଜପୁର ଗାଁ ବୁଲିବା ସହ ସେଠାକାର ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟକୁ ବେଶ ପ୍ରଶଂସା କରିଛନ୍ତି ।

  • ଶିଳ୍ପୀଗ୍ରାମର ମାନ୍ୟତା ଦେଇଛନ୍ତି ଭାରତ ସରକାର

ରଘୁରାଜପୁର, ଓଡ଼ିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ । ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି ଏହି ଗ୍ରାମ । କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୦ ମସିହାରେ ଏହି ଗ୍ରାମକୁ ଶିଳ୍ପୀଗ୍ରାମର ମାନ୍ୟତା ଦିଆଯାଇଛି । ଗତ 18 ତାରିଖରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନମୁଗରତ୍ନମ ଏହି ଗ୍ରାମ ପରିଦର୍ଶନରେ ଆସିଥିଲେ। ତେବେ ରଘୁରାଜପୁରର ଚିତ୍ରକଳା, ସଂସ୍କୃତି ଓ ଐତିହ୍ୟକୁ ଦେଖି ବେଶ ପ୍ରଶଂସା କରିଥିଲେ ସିଙ୍ଗାପୁର ରାଷ୍ଟ୍ରପତି । ରାମାୟଣ କଥାବସ୍ତୁ ଥିବା ଏକ ପଟ୍ଟଚିତ୍ର ନେଇଥିଲେ ସିଙ୍ଗାପୁର ରାଷ୍ଟ୍ରପତି ।

Pattachitra Art By Artisans (ETV Bharat Odisha)
  • ପଟ୍ଟଚିତ୍ର କ'ଣ ଓ କିଭଳି ପ୍ରସ୍ତୁତ କରାଯାଏ ?

ପଟ୍ଟଚିତ୍ର ଓଡ଼ିଶାର ଏକ ପାରମ୍ପରିକ ଚିତ୍ରକଳା । ଏହା ମୁଖ୍ୟତଃ ପ୍ରଭୁ ଶ୍ରୀ ଜଗନ୍ନାଥ ତଥା ରାଧାକୃଷ୍ଣଙ୍କ ପ୍ରେମକଥାର ବର୍ଣ୍ଣନାକୁ ନେଇ ଅଙ୍କା ଯାଇଥାଏ । ପଟ୍ଟଚିତ୍ର ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି । ରଘୁରାଜପୁର ଗ୍ରାମର ଜଣେ ବରିଷ୍ଠ ପଟ୍ଟଚିତ୍ର ଶିଳ୍ପୀ ଭଗବାନ ସ୍ୱାଇଁ କହିଛନ୍ତି," ଚିତ୍ରକାରମାନେ ବିଭିନ୍ନ ପ୍ରାକୃତିକ ରଙ୍ଗ ବ୍ୟବହାର କରି ମଣ୍ଡଦିଆ କନା ଉପରେ ଚିତ୍ର ଆଙ୍କିଥାନ୍ତି । ଏହା ଓଡ଼ିଶାର ଏକ ବହୁ ପୁରାତନ କଳା । ପଟ୍ଟ ଶବ୍ଦର ଅର୍ଥ କନା । ଏକ ସ୍ଵତନ୍ତ୍ର କନା ଉପରେ ଅଙ୍କିତ । ଏଥିରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଚିତ୍ର ଅଙ୍କା ଯାଇଥାଏ । ଏହି ପଟ୍ଟଚିତ୍ର ପାଇଁ ପୁରୀର ରଘୁରାଜପୁରର ରହିଛି ସ୍ଵତନ୍ତ୍ର ସ୍ଥାନ । ଏହି ଗ୍ରାମରେ ବାସ କରିଥିବା ସବୁ ପରିବାର ପୁରୁଷାନୁକ୍ରମିକ ଭାବେ ପଟ୍ଟଚିତ୍ର କରିଆସୁଛନ୍ତି ।’’

Pattachitra Art By Artisans

  • ହଜାରେ ବର୍ଷ ପୁରାତନ ଏହି କାରିଗରୀ

ରଘୁରାଜପୁର ଗ୍ରାମବାସୀଙ୍କ ମତ ଅନୁଯାୟୀ, ପଟ୍ଟଚିତ୍ରର ଇତିହାସ ପ୍ରାୟ ହଜାରେ ବର୍ଷରୁ ଅଧିକ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ପୂର୍ବରୁ କଳିଙ୍ଗ ତଥା ବର୍ତ୍ତମାନର ଓଡ଼ିଶାର ଚିତ୍ରଶିଳ୍ପୀମାନେ ତାଳପତ୍ର ସହିତ ରାଜପ୍ରସାଦର ମନ୍ଦିର, ମଠ କାନ୍ଥ ଇତ୍ୟାଦିରେ ବିଭିନ୍ନ ଆଧ୍ୟାତ୍ମିକ ଚିତ୍ର ଆଙ୍କୁଥିଲେ । ପୁରୀ, କୋଣାର୍କ ଓ ଭୁବନେଶ୍ୱରର କାନ୍ଥରେ ଅଙ୍କା ଛବିସବୁରୁ ପଟ୍ଟଚିତ୍ରର ଜନ୍ମ । ପୁରୀର ରଘୁରାଜପୁରଠାରେ ଏହି କଳା ପୁରୁଷ ପୁରୁଷ ଧରି ଜାରି ରହିଛି । ଏଣୁ ଏହି ଗ୍ରାମକୁ ଐତିହ୍ୟ ଗ୍ରାମର ମାନ୍ୟତା ମିଳିଛି । ବୈଷ୍ଣବ ଚିତ୍ର ସହିତ ଭାଗବତ, ରାମାୟଣ, ଜଗନ୍ନାଥ, ଶୈବ, ଶାକ୍ତ, ବିଭିନ୍ନ ପୁରାଣ ଚିତ୍ର ସହିତ ରାଗ, ବାନ୍ଧ, ଶ୍ରୀମନ୍ଦିରର ଚିତ୍ର ତଥା ଛବିକୁ ନେଇ ପଟ୍ଟଚିତ୍ର ତିଆରି ହୋଇଥାଏ ।

HERITAGE VILLAGE RAGHURAJPUR
HERITAGE VILLAGE RAGHURAJPUR (ETV Bharat Odisha)
  • ପଟ୍ଟଚିତ୍ରର ମୂଲ୍ୟ କେତେ ଟଙ୍କା ରହିଥାଏ ?

ରଘୁରାଜପୁର ଗ୍ରାମ କମିଟିର ସମ୍ପାଦକ ଅଭିରାମ ଦାଶ କହିଛନ୍ତି," ପଟ୍ଟଚିତ୍ରର ଆକାର ଓ ନିଖୁଣ ସୂକ୍ଷ୍ମ ଚିତ୍ରକଳାକୁ ନେଇ ଭିନ୍ନ ଭିନ୍ନ ଦର ରହିଛି । ୮ / ୧୦, ୧୯/୧୩, ୨୪/୪୦ ଆଦି ବିଭିନ୍ନ ଆକାରକୁ ନେଇ ଭିନ୍ନ ଭିନ୍ନ ଦର ରହିଛି । ୧,୫୦୦ ଟଙ୍କାରୁ ଆରମ୍ଭ କରି ୩ ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଟ୍ଟଚିତ୍ର ମଧ୍ୟ ବିକ୍ରି ହେଉଛି । ଏକ ଭଲ ସୂକ୍ଷ୍ମ ପଟ୍ଟଚିତ୍ର ତିଆରି ପାଇଁ ଚିତ୍ରକରମାନଙ୍କୁ ପ୍ରାୟ ତିନି ମାସ ସମୟ ଲାଗେ ।

Raghurajpur Village
Raghurajpur Village (ETV Bharat Odisha)
  • ରଘୁରାଜପୁର ଗ୍ରାମ ସମ୍ପର୍କରେ...

ଐତିହ୍ୟ ଗ୍ରାମ ରଘୁରାଜପୁରର ଦୂରତା ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ପ୍ରାୟ 50 କିଲୋମିଟର । ଏହା ପୁରୀ ସହରଠାରୁ ମାତ୍ର 12 କିଲୋମିଟର ଓ ଚନ୍ଦନପୁରଠାରୁ 1 କିଲୋମିଟର ଦୂରରେ ରହିଛି । ଏହି ଐତିହ୍ୟ ଗ୍ରାମକୁ ବୁଲିବାକୁ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ପ୍ରତ୍ୟେକ ଦିନ ଆସିଥାନ୍ତି । ପର୍ଯ୍ୟଟକଙ୍କୁ ବିଭିନ୍ନ ଚିତ୍ରକଳା ଦେଖାଇବେ ଓ ସୂଚନା ପ୍ରଦାନ ପାଇଁ ରଘୁରାଜପୁର ଗ୍ରାମରେ ଏକ ପ୍ରଦର୍ଶନୀ କେନ୍ଦ୍ର ରହିଛି । ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ମଧ୍ଯ ହେଇଥାଏ । ଗ୍ରାମରେ ମୋଟ୍ 160 ଟି ପରିବାର ରହୁଛନ୍ତି । 875 ଜଣ ମୋଟ କାରିଗର ରହିଛନ୍ତି । ସମସ୍ତେ ଚିତ୍ରକଳା କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଅନେକ ଯୁବପିଢ଼ି ଉଚ୍ଚଶିକ୍ଷିତ ଥିଲେ ମଧ୍ୟ ପାରମ୍ପରିକ ଚିତ୍ରକଳାକୁ ଶିକ୍ଷା ଲାଭ କରି ଚିତ୍ରକଳା ବ୍ୟବସାୟ କରୁଛନ୍ତି । କେତେକ ଚିତ୍ରଶିଳ୍ପୀ ଅନଲାଇନ ମଧ୍ୟ ପଟ୍ଟଚିତ୍ର ବ୍ୟବସାୟ କରୁଛନ୍ତି । ପରିବାରରେ ଥିବା ମହିଳାମାନେ ମଧ୍ୟ ଏହି ପାରମ୍ପରିକ ଚିତ୍ରକଳା ଶିଖି ବ୍ୟବସାୟ କରୁଛନ୍ତି । ତେବେ ଅଳ୍ପ ବ୍ୟବସାୟ କରୁଥିବା ପରିବାର ମାସିକ ହାରାହାରି 10 ରୁ 15 ହଜାର ଟଙ୍କା ଯାଏ ରୋଜଗାର କରୁଛନ୍ତି । କେତେକ ପରିବାର ମାସିକ ହାରାହାରି 15 ରୁ 30 ହଜାର ମଧ୍ୟ ରୋଜଗାର କରୁଛନ୍ତି ।

  • ଚିତ୍ରଶିଳ୍ପୀଙ୍କ ରୋଜଗାର ବଢାଇବାକୁ ସରକାରଙ୍କ ପ୍ରଚେଷ୍ଟା:

ଚିତ୍ରକାରମାନେ ପଟ୍ଟଚିତ୍ର ସହିତ କାଠ କଣ୍ଢେଇ, ଗାଈ କଣ୍ଢେଇ, କାଚ ବୋତଲ, ପଇଡ, ତାଳପତ୍ରରେ ବିଭିନ୍ନ ଆକର୍ଷଣୀୟ ଘର ସାଜସଜ୍ଜା ଜିନିଷ ମଧ୍ୟ ବିକ୍ରି କରୁଛନ୍ତି । ଏହି ଗ୍ରାମକୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ଓଡ଼ିଶା ଓ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ପ୍ରଚାର ପ୍ରସାର କରୁଥିବାବେଳେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି । ହସ୍ତଶିଳ୍ପ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଯେଉଁ ମେଳା ଅନୁଷ୍ଠିତ ହେଉଛି ରଘୁରାଜପୁର ଗ୍ରାମର ଚିତ୍ରଶିଳ୍ପୀଙ୍କୁ ସେଠାକୁ ନିଆଯାଉଛି । ଏହାଦ୍ବାରା ଅନେକ ଚିତ୍ରଶିଳ୍ପୀ ଭଲ ରୋଜଗାର କରିପାରୁଛନ୍ତି । ଚିତ୍ରଶିଳ୍ପୀଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ରାଜ୍ୟ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସବସିଡିରେ ବ୍ୟାଙ୍କରୁ ଋଣ ଯୋଗାଇ ଦିଆଯାଉଛି । ରଘୁରାଜପୁର ପରିଦର୍ଶନ ପାଇଁ ଯାଉଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏକ ଅଭ୍ୟର୍ଥନା କେନ୍ଦ୍ର ରହିଛି । ସେଠାରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି।

  • ଓଡ଼ିଶୀ ନୃତ୍ୟଗୁରୁଙ୍କ ଜନ୍ମସ୍ଥାନ:

ଏହି ଗ୍ରାମରେ ଓଡ଼ିଶୀ ଗୁରୁ କେଳୁଚରଣ ମହାପାତ୍ର ଜନ୍ମଗ୍ରହଣ କରିଥିଲେ । ଗୋଟିପୁଅ ନୃତ୍ୟରେ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ନୃତ୍ୟଗୁରୁ ମାଗୁଣି ଚରଣ ଦାସ ପୁରୀ ଜିଲ୍ଲାର ରଘୁରାଜପୁରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶାର ପାରମ୍ପରିକ ନୃତ୍ୟ ଗୋଟିପୁଅ ଲୋପ ପାଇ ଆସୁଥିବାବେଳେ ସେ ତାହାର ପୁନଃରୁଦ୍ଧାର କରିଥିଲେ । ରଘୁରାଜପୁରରେ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ବିଦ୍ୟାଳୟରେ ନୃତ୍ୟ ତାଲିମ ଦିଆଯାଉଛି । ପ୍ରସିଦ୍ଧ ମର୍ଦ୍ଦଳ ବାଦକ ତଥା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ମର୍ଦ୍ଦଳ ଗୁରୁ ବନାମାଳି ମହାରଣା ଏହି ରଘୁରାଜପୁରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶୀ ମର୍ଦ୍ଦଳକୁ ଏକ ଶାସ୍ତ୍ରୀୟ ବାଦ୍ୟ ହିସାବରେ ପରିଚିତ କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହା ବି ପଢନ୍ତୁ...ସିଙ୍ଗାପୁର ରାଷ୍ଟ୍ରପତିଙ୍କ ରଘୁରାଜପୁର ଓ କୋଣାର୍କ ପରିଦର୍ଶନ
ଏହା ବି ପଢନ୍ତୁ...ରଘୁରାଜପୁର ଓ କୋଣାର୍କ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି: ଦେଖିଲେ ଗୋଟିପୁଅ ନୃତ୍ୟ, କିଣିଲେ ପଟ୍ଟଚିତ୍ର
ଏହା ବି ପଢନ୍ତୁ...Best Tourism Village Award: ପଟ୍ଟଚିତ୍ରର ଗାଁକୁ ସମ୍ମାନ, ରଘୁରାଜପୁରକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା
  • ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପଟ୍ଟଚିତ୍ର

ରଘୁରାଜପୁର ଗ୍ରାମର ଜଣେ ମହିଳା ଚିତ୍ରସିଳ୍ପୀ ସଖୀ ସ୍ୱାଇଁ କହିଛନ୍ତି,‘‘ ଆମ ଗାଁର ପ୍ରତ୍ୟେକ ମହିଳା ଏହି ପଟ୍ଟଚିତ୍ର କାର୍ଯ୍ୟ କରୁଛନ୍ତି । ଏହାକୁ ଛାଡି ଗୋବର କଣ୍ଢେଇ, କାଠରେ ବିଭିନ୍ନ ସାମଗ୍ରୀ, କେଟଲି, ଡେକିଚି ଉପରେ ଚିତ୍ରକଳା ସହିତ ପେନଷ୍ଟାଣ୍ଡ ସହିତ ବିଭିନ୍ନ ଘର ସାଜସଜ୍ଜା ଜିନିଷ କରି ବିକ୍ରି କରୁଛନ୍ତି । ଏହି ଚିତ୍ରକଳାକୁ ପର୍ଯ୍ୟଟକମାନେ ବେଶ୍ ପସନ୍ଦ କରିବା ସହ ଏହାକୁ କିଣିବାରେ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । ଆମେ ଅନ-ଲାଇନରେ ମଧ୍ୟ ବ୍ୟବସାୟ କରୁଛୁ । ଆମେ ଗୃହଲକ୍ଷ୍ମୀ ନାମକ ଏକ ସ୍ବଂୟ ସହାୟିକା ଗୋଷ୍ଠୀ କରିଛୁ । ଆମକୁ 10 ଲକ୍ଷ ଟଙ୍କା ସରକାର ଆର୍ଥିକ ସହଯୋଗ ଦେଇଥିଲେ । ସେହି ଟଙ୍କାରୁ ଆମେ ବ୍ୟବସାୟ କରି ଋଣ ସୁଝୁଛୁ । ତେବେ ଆମ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଆମେ ବେଶ ଅସୁବିଧା ଭୋଗୁଛୁ । ଆମେ ମହିଳାମାନେ ଆମ ଗ୍ରାମର ପାରମ୍ପରିକ ଚିତ୍ରକଳାକୁ ବଞ୍ଚାଇ ରଖିଛୁ । ଆମେ ପୁରୁଷାନୁକ୍ରମିକ ଭାବେ ଏହି କାର୍ଯ୍ୟ କରି ଆମ ଚିତ୍ରକଳାକୁ ବଞ୍ଚାଇ ରଖିଛୁ । ସରକାରଙ୍କ ପକ୍ଷରୁ ହେଉଥିବା ବିଭିନ୍ନ ମେଳାରେ ଆମେ ସାମିଲ ହେଉ । ଆଗକୁ ମଧ୍ୟ ଏହା ଜାରି ରହିବ ।’’

Art On Kettle
Art On Kettle (ETV Bharat Odisha)
  • ଚିତ୍ରକଳାକୁ ପେଶା କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ

କେବଳ ପୁରୁଷାନୁକ୍ରମିକ ନୁହେଁ ବରଂ ଉଚ୍ଚଶିକ୍ଷା ସମାପ୍ତ କରୁଥିବା ଗ୍ରାମର ଯୁବପିଢି ମଧ୍ୟ ଏହି ବୃତ୍ତିକୁ ଆଗ୍ରହ ସହ ଆପଣାଛନ୍ତି । ରଘୁରାଜପୁର ଗ୍ରାମର ସମ୍ପାଦକ ଅଭିରାମ ଦାସ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ସ୍ନାତକ ପାଠ ପରେ ହୋଟେଲ୍‌ ମ୍ୟାନଜମେଣ୍ଟ ଟୁରିଜିମରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ତେବେ ସେ ଜଣେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ପଛରେ ନଯାଇ ପାରମ୍ପରିକ ଚିତ୍ରକଳାକୁ ନିଜର ପେଶା କରିଛନ୍ତି । ସେ ଏହାକୁ ଆଗାମୀ ଦିନରେ ଆହୁରି ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଛନ୍ତି ।

Tourist At Raghurajpur
Tourist At Raghurajpur (ETV Bharat Odisha)

ଅଭିରାମ ନିଜ ପ୍ରତିକ୍ରିୟାରେ କହିଛନ୍ତ,‘‘ଆମ ଗ୍ରାମ ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ଆମ ପୂର୍ବପୁରୁଷମାନେ ଯେଉଁ ପାରମ୍ପରିକ ଚିତ୍ରକଳା କରିଥିଲେ ସେଥିପାଇଁ ଆମେ ବହୁତ ଗର୍ବିତ । ଏହାକୁ ଆଗେଇ ନେବା ପାଇଁ ଆମ ଗ୍ରାମର ଯୁବକମାନେ କାର୍ଯ୍ୟ କରୁଛନ୍ତି । ଉଚ୍ଚଶିକ୍ଷିତ ହେଲେ ମଧ୍ୟ କେହି ବି ପାରମ୍ପରିକ ପଟଚିତ୍ର କଳା ଛାଡିନାହାନ୍ତି । ଆମ ଗ୍ରାମକୁ ଭାରତ ସରକାର ଓ ଓଡ଼ିଶା ସରକାର ଅନେକ ସହଯୋଗ କରି ପ୍ରଚାର ପ୍ରସାର କରୁଛନ୍ତି । ତେବେ ଯୁବପିଢ଼ିଙ୍କୁ ସରକାର ଆଉ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେଲେ ସେମାନେ ଅଧିକ ଉତ୍ସାହିତ ହେବେ । ଏହା ଫଳରେ ପଟ୍ଟଚିତ୍ର ଭଳି ଆମ ପୁରାତନ କଳା ସଂସ୍କୃତି ବଞ୍ଚି ରହିବା ସହ ସମସ୍ତେ ଓଡିଶାର ସମୃଦ୍ଧ କଳା,ସଂସ୍କୃତି ସମ୍ପର୍କରେ ଜାଣି ପାରିବେ ।

Singapore PM At Raghurajpur(File Photo)
Singapore PM At Raghurajpur(File Photo) (ETV Bharat Odisha)
  • ଗ୍ରାମବାସୀଙ୍କ କଣ ଅସୁବିଧା ରହିଛି:

ରଘୁରାଜପୁର ନିଜର କଳା, ସଂସ୍କୃତି ପାଇଁ ଐତିହ୍ୟ ଗ୍ରାମ ମାନ୍ୟତା ପାଇଥିଲେ ମଧ୍ୟ ଗ୍ରାମବାସୀଙ୍କର କିଛି ସମସ୍ୟା ରହିଛି । ମୁଖ୍ୟତଃ ପାନୀୟ ଜଳ ଓ ରାସ୍ତା ସମସ୍ୟା ରହିଛି। ଫଳରେ ବେଶ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ରଘୁରାଜପୁରକୁ ଆସିବାକୁ ହେଲେ ଭାର୍ଗବୀ ନଦୀ ବନ୍ଧ ଉପରେ ଏକ ଛୋଟ ରାସ୍ତା ରହିଛି । ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ଫଳରେ ପର୍ଯ୍ୟଟକମାନେ ଆସିବାବେଳେ ବେଶ ଅସୁବିଧା ଭୋଗୁଛନ୍ତି । ଏଣୁ ଗ୍ରାମକୁ ଏକ ଓସାରିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ମତ ରଖିଛନ୍ତି ।

  • ପର୍ଯ୍ୟଟକଙ୍କ ମତାମତ:

ମୁମ୍ବାଇରୁ ଆସିଥିବା ତନଭି ବୋରେ କହିଛନ୍ତି, "ରଘୁରାଜପୁର ଗ୍ରାମ ବହୁତ ସୁନ୍ଦର । ବିଶେଷ କରି ଗ୍ରାମଟି ବେଶ ପରିଷ୍କାର । ଲୋକଙ୍କ ବ୍ୟବହାର ଉଚ୍ଚ କୋଟୀର । ବିଶେଷକରି ହାତରେ ପ୍ରସ୍ତୁତ ହେଇଥିବା ବିଭିନ୍ନ ରଙ୍ଗବେରଙ୍ଗ ଘର କରଣା ସାଜସଜ୍ଜା ସାମଗ୍ରୀ, ବିଭିନ୍ନ ମୁଖା, କଣ୍ଢେଇ, ପଟ୍ଟଚିତ୍ର ବହୁତ ଆକର୍ଷଣୀୟ । ଆମ ଦେଶରେ ଅନେକ ସ୍ଥାନକୁ ବୁଲି ଯାଇଛି । ହେଲେ ରଘୁରାଜପୁର ସ୍ଵତନ୍ତ୍ର । ବିଭିନ୍ନ ଉପହାର ସାମଗ୍ରୀ ନେବା ପାଇଁ ଅନେକ ଜିନିଷ ରହିଛି । ଓଡ଼ିଶାର ଚିତ୍ରକଳା ବେଶ ସୁନ୍ଦର ଓ ଆକର୍ଷଣୀୟ ।" ଆଉ ଜଣେ ପର୍ଯ୍ୟଟକ ରାଜେନ୍ଦ୍ର ବୋରେ କହିଛନ୍ତି, "ଆମେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲୁ । ଆମେ ଯେଉଁ ହୋଟେଲରେ ଥିଲୁ ସେଠାରେ ପ୍ରଭୁ ଜଗନ୍ନାଥଙ୍କ ଏକ ଚିତ୍ର ଦେଖିଥିଲୁ। ତେବେ ଏହା ରଘୁରାଜପୁରରେ ତିଆରି ହେଉଥିବା ଜାଣିବା ପରେ ମୁଁ ଏଠାକୁ ଆସିଲି । ଏଠାକୁ ଆସିବା ପରେ ମୁଁ ବିସ୍ମିତ ହୋଇଗଲି । ଏଠାରେ ହାତରେ ଅନେକ ଆକର୍ଷଣୀୟ ଜିନିଷ ବିକ୍ରି ହେଉଛି। ଏଠାକୁ ପର୍ଯ୍ୟଟକ ଆସିଲେ ଏକ ନିଆରା ଅନୁଭୂତି ନେଇ ଫେରିବେ। ଅନେକ କଥା ଜାଣିବେ। ପାରମ୍ପରିକ ଜିନିଷ କିଣିପାରିବେ ।"

ପୁରୀ ଜିଲ୍ଲା ରଘୁରାଜପୁରରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ...ଇଟିଭି ଭାରତ

Last Updated : Jan 23, 2025, 7:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.