ETV Bharat / state

ବିଦ୍ୟାଳୟରେ ବ୍ଯାପିଲା ଝାଡ଼ାବାନ୍ତି, ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ - DIARRHEA IN NABARANGPUR

ନବରଙ୍ଗପୁର ନବୋଦୟ ବିଦ୍ୟାଳୟରେ ବ୍ୟାପିଲା ଝାଡାବାନ୍ତି । 100ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ । ହସ୍ପିଟାଲରେ ଚାଲିଛି ଚିକିତ୍ସା ।

Navodaya Vidyalaya Students Affected By Diarrhoea
Navodaya Vidyalaya Students Affected By Diarrhoea (ETV Bharat Odisha)
author img

By ETV Bharat Odisha Team

Published : Jan 24, 2025, 10:40 PM IST

ନବରଙ୍ଗପୁର: ନବୋଦୟ ବିଦ୍ୟାଳୟରେ ବ୍ୟାପିଲା ଝାଡାବାନ୍ତି । ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କିଛି ପିଲା ଗୁରୁତର ଅବସ୍ଥାରେ ଏବେବି ଚିକିତ୍ସିତ ହେଉଛନ୍ତି। କେଉଁ କାରଣରୁ ଝାଡାବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ରହିଛି । ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

Navodaya Vidyalaya Students Affected By Diarrhoea (ETV Bharat Odisha)

ଛାତ୍ରଛାତ୍ରୀ ଅସୁସ୍ଥ:

ନବରଙ୍ଗପୁର ଜିଲ୍ଲା ଖାତିଗୁଡା ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡାବାନ୍ତି । ଗତକାଲି(ଗୁରୁବାର) ବିଦ୍ୟାଳୟର ସମୁଦାୟ 506 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 122 ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜି ପୁଣି 5ରୁ ଊର୍ଦ୍ଧ୍ବ ନୂଆ ଆକ୍ରାନ୍ତ ହୋଇଥିବା ଚି଼ହ୍ନଟ ହୋଇଛନ୍ତି । ଗତକାଲି ସନ୍ଧ୍ୟାରେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚି 122 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ 9 ଜଣ ଛାତ୍ରଛାତ୍ରୀଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଚିକିତ୍ସା କରାଇଥିଲେ । ଆଜି ପୁଣି ଏକ ଡାକ୍ତରୀ ଟିମ ବିଦ୍ୟାଳୟରେ ଅବସ୍ଥାପିତ ହୋଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

କାରଣ ଖୋଜୁଛି ଡାକ୍ତରୀ ଟିମ:

ଅନ୍ୟପଟେ ଖବର ପାଇଁ ନବରଙ୍ଗପୁରର ଏକ ଡାକ୍ତରୀ ଓ ନମୁନା ପରୀକ୍ଷା ଟିମ ବିଦ୍ୟାଳୟକୁ ଯାଇ ପାଣି ଓ ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଛାତ୍ରଛାତ୍ରୀ ବ୍ୟବହାର କରୁଥିବା ପାନୀୟ ଜଳରେ ଜିରୋ ବ୍ଲିଚିଙ୍ଗ ଥିବା ସୂଚନା ମିଳିଛି । ତେବେ, କେଉଁ ପରିସ୍ଥିତିରେ ଏହି ଝାଡାବାନ୍ତି ବ୍ୟାପିଛି ଡାକ୍ତରୀ ଟିମ ତାହାର କାରଣ ଖୋଜୁଛି । ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ହିଁ ଚିକିତ୍ସା କରାଇବାକୁ କହୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢ଼ନ୍ତୁ...କଣାସ ଝାଡ଼ାବାନ୍ତି ରୋକିବାରେ ପ୍ରଶାସନ ବିଫଳ: କଂଗ୍ରେସ

ଏହା ମଧ୍ୟ ପଢ଼ନ୍ତୁ...କଣାସ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣାଧୀନ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଗୁରୁତର ଛାତ୍ରଛାତ୍ରୀଙ୍କ ଚାଲିଛି ଚିକିତ୍ସା:

ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି, "ଇନ୍ଦ୍ରାବତୀ ଜବାହାର ନବୋଦୟ ବିଦ୍ୟାଳୟରେ ଝାଡ଼ାବାନ୍ତିରେ 150 ଜଣ ଆକ୍ରାନ୍ତ ହୋଇଥିବା ନେଇ ଖବର ପାଇଥିଲୁ । ଖବର ପାଇଁ ଡାକ୍ତରୀ ଟିମ୍‌ ଆସି ଚିକିତ୍ସା କଲେ । ଘଟଣାସ୍ଥଳରେ ଜାଣିବାକୁ ପାଇଲୁ ଯେ, 122 ଜଣ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସେଠାରେ ଚିକିତ୍ସା କରିବା ସହ ମେଡିସିନ ଦେଇଥିଲୁ । ସେମାନଙ୍କ ଭିତରୁ 9 ଜଣ ଗୁରୁତର ହେବାରୁ ତାଙ୍କୁ ମେଡିକାଲକୁ ସ୍ଥାନାନ୍ତର କରିଥିଲୁ । ସେଠାରେ ସେମାନେ ସୁସ୍ଥ ହୋଇଥିଲେ । କିନ୍ତୁ ପୁଣିଥରେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ଝାଡାବାନ୍ତି ହୋଇଥିଲା । ବର୍ତ୍ତମାନ ସେମାନଙ୍କ ଚିକିତ୍ସା ଚାଲିଛି । ଆମ ଟିମ ଆସିଛନ୍ତି, ଏଠାରେ କ୍ୟାମ୍ପ କରି ରହିବେ ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.