ସୁନା ଦୋକାନରୁ ଲୁଟ୍ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ - JEWELLERY SHOP ROBBERY

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 24, 2025, 10:16 PM IST

ଯାଜପୁର: ବହୁଚର୍ଚ୍ଚିତ ପାଣିକୋଇଲି ସ୍ଥିତ ସୋ'ରୁମରୁ ଅଳଙ୍କାର ଲୁଟ୍ ଘଟଣା  । ପୋଲିସକୁ ମିଳିଛି ସଫଳତା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗୋଟିଏ ବନ୍ଧୁକ, ଦୁଇଟି ମୋବାଇଲ ସମେତ 4ଟା ଅଫୁଟା ଗୁଳି ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି  । ଗିରଫ ଅଭିଯୁକ୍ତ ଜଣକ ହେଲା ମନଜିତ କୁମାର ଆର୍ୟ ଓରଫ ଶେଖର । ଶେଖର ବିହାର ରାଜ୍ୟ ଛାପ୍ରା ଜିଲ୍ଲା ଡୋରିଗଞ୍ଜ ଥାନା ଭୈରୋପୁର ଅଞ୍ଚଳର। ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ରୋଡ ଏସଡିପିଓ ସଞ୍ଜୟ ପଟ୍ଟନାୟକ । 

ଏହା ବି ପଢନ୍ତୁ...ଯାଜପୁର ସୁନା ଲୁଟ୍‌ ଓ ଗୁଳିକାଣ୍ଡ ଘଟଣା, ୨ ମୃତକଙ୍କୁ ସାହାସିକତା ପୁରସ୍କାର ଦାବି

ଏହା ବି ପଢନ୍ତୁ...ଢେଙ୍କାନାଳ ଏଟିଏମ ଲୁଟ ଘଟଣା , ୪ ଜଣ ଆନ୍ତଃରାଜ୍ୟ ଡକାୟତ ଗିରଫ

ସୂଚନା ଅନୁଯାୟୀ, ଜାନୁଆରୀ 4 ତାରିଖ ଅପରାହ୍ନରେ ପଣ୍ଡା ଅଳଙ୍କାର ସୋରୁମରେ କିଛି ଦୁର୍ବୃତ୍ତ ପଶି କୋଟି କୋଟି ଟଙ୍କାର ସୁନା ଗହଣା ଚୋରି କରିନେଇଥିଲେ l ଏହି ସମୟରେ ଏହି ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ସେମାନଙ୍କ ଗୁଳିରେ ସୋତୀ ଗାଁର ନୀଳମାଧବ ପଣ୍ଡା ଓ କଳସଡିହ ଗାଁର ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଏହି ଘଟଣାରେ ପାଣିକୋଇଲି ପୋଲିସ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି(ଶୁକ୍ରବାର) ଆଉ ଜଣଙ୍କୁ ଗିରଫ କରାଯାଇଛି  । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.