ETV Bharat / sports

ମେଡାଲ ଅଭିମୁଖେ ମନୁ ଭାକର; ହାର ମାନିଲେ ସାଙ୍ଗୱାନ - Paris Olympics 2024

author img

By ETV Bharat Sports Team

Published : Jul 27, 2024, 6:09 PM IST

Updated : Jul 27, 2024, 6:19 PM IST

Paris Olympics 2024 Manu Bhaker Into Finals: 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଷ୍ଟାର ଶୁଟର ମନୁ ଭାକର । ଫେଲ ମାରିଲେ ସାଙ୍ଗୱାନ । ଅଧିକ ପଢ଼ନ୍ତୁ

Paris Olympics 2024 Manu Bhaker Into Finals
Paris Olympics 2024 Manu Bhaker Into Finals (AP Photos)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ମେଡାଲ ଅଭିମୁଖେ ମନୁ ଭାକର । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତୀୟ ଶୁଟର ମନୁ ଭାକର 10 ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେ 580 ପଏଣ୍ଟ ଓ 27 ବୁଲ୍ସଆଇ ସହିତ ତୃତୀୟ ସ୍ଥାନ ଅଧିକାର କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମହିଳା 10 ମିଟର ଏୟାର ପିସ୍ତଲ ଏକକ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରେ ମନୁ ଭାକରଙ୍କ 27 ବୁଲ୍ସଆଇ ଅନ୍ୟ କୌଣସି ଶୁଟରଙ୍କ ତୁଳନାରେ ସର୍ବାଧିକ ଥିଲା । ଗତ 20 ବର୍ଷରେ ଏକ ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍ସ ଫାଇନାଲରେ ପ୍ରବେଶ କରିବାରେ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ହୋଇପାରିଛନ୍ତି ।

ଏମିତି ଥିଲା ମନୁଙ୍କ ପ୍ରଦର୍ଶନ:-

ମନୁ ଭାକର ତାଙ୍କର 6ଟି ସିରିଜରେ ଯଥାକ୍ରମେ 97, 97, 98, 96, 96 ଏବଂ 96 ସ୍କୋର କରିଥିଲେ । ପ୍ରଥମ ତିନୋଟି ସିରିଜରେ ତାଙ୍କର ପ୍ରଦର୍ଶନ ତାଙ୍କୁ ଦ୍ବିତୀୟ ସ୍ଥାନରେ ପହଞ୍ଚାଇଥିଲା । ହେଲେ ଏହାପରେ ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ । ଏବଂ ଶେଷ 3 ସିରିଜ୍‌ରେ ସେ 3ୟ ସ୍ଥାନ ହିଁ ନିଜ ପାଇଁ ସୁରକ୍ଷିତ ରଖିଥିଲେ । ଆଜି (ଶନିବାର)ଠାରୁ ଆରମ୍ଭ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଯୋଗ୍ୟତା ପର୍ଯ୍ୟାୟରେ ଭାରତୀୟ ଶୁଟର ମନୁ ଭାକରଙ୍କ 27 ବୁଲ୍ସଆଇ ଅନ୍ୟ କୌଣସି ଶୁଟରଙ୍କ ତୁଳନାରେ ସର୍ବାଧିକ ଥିଲା ।

ଇତିହାସ ରଚିଲେ ମନୁ:-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଫାଇନାଲ୍‌ରେ ପହଞ୍ଚିବା ସହିତ ଇତିହାସ ସୃଷ୍ଟି କରିଛନ୍ତି ମନୁ ଭାକର । କାରଣ ଗତ 20 ବର୍ଷ ମଧ୍ୟରେ କୌଣସି ଭାରତୀୟ ମହିଳା ଶୁଟର ବ୍ୟକ୍ତିଗତ ଇଭେଣ୍ଟରେ ଅଲିମ୍ପିକ୍‌ ଫାଇନାଲରେ ପ୍ରବେଶ କରିପାରିନଥିଲେ । ଅର୍ଥାତ 20 ବର୍ଷରେ ପ୍ରଥମ ଥର ପାଇଁ ମନୁ ଭାକର ପ୍ରଥମ ଭାରତୀୟ ମହିଳା ଶୁଟର ଭାବରେ ଏହି ଇଭେଣ୍ଟର ଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି । ଏହା ପୂର୍ବରୁ ସୁମା ଶିରୁର ଏଥେନ୍ସ 2004ରେ 10 ମିଟର ଏୟାର ରାଇଫଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ।

ହାର ମାନିଲେ ରିଦିମ ସାଙ୍ଗୱାନ:-

ଅନ୍ୟତମ ଭାରତୀୟ ମହିଳା ଶୁଟର ରିଦିମ ସାଙ୍ଗୱାନ୍‌ କିନ୍ତୁ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ସେ ଯୋଗ୍ୟତା ପର୍ଯ୍ୟାୟରେ ହିଁ ନିଜ ଅଭିଯାନ ଶେଷ କରିଛନ୍ତି । ସାଙ୍ଗୱାନ୍‌ ପ୍ରଥମ ସିରିଜରେ 97 ପଏଣ୍ଟ ସ୍କୋର କରି ଏକ ଭଲ ଆରମ୍ଭ କରିଥିଲେ । ହେଲେ ଏହାପର ସିରିଜ୍‌ରେ ସେ ଏପରି ପ୍ରଦର୍ଶନ ବଜାୟ ରଖିପାରିନଥିଲେ । ଦ୍ୱିତୀୟ ସିରିଜରେ ମାତ୍ର 92 ପଏଣ୍ଟ ସ୍କୋର କରିପାରିଥିଲେ ସାଙ୍ଗୱାନ । ସେ ଶେଷରେ 573 ପଏଣ୍ଟ ଏବଂ 14 ବୁଲ୍ସଆଇ ସହିତ 15 ତମ ସ୍ଥାନରେ ନିଜ ଅଭିଯାନ ଶେଷ କରିଛନ୍ତି । ସେ ସମସ୍ତ 6ଟି ସିରିଜରେ ଯଥାକ୍ରମେ 97, 92, 97, 96, 95 ଏବଂ 96 ପଏଣ୍ଟ ହାସଲ କରିଥିଲେ । ଫଳରେ ସେ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରୋଇଂରେ ଭାରତର ପଦକ ଆଶା ଉଜ୍ଜଳ, ବଲରାଜ ପନୱର ଆଣିବେ ପ୍ରଥମ ମେଡାଲ ! - Paris Olympics 2024

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2024, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.