ସୈତାନ ପୁଅର ନାରକୀୟ କାଣ୍ଡ, ଆକଟ କରିବାରୁ କାଠ ଫାଳିଆରେ ନେଲା ମାଆ ଜୀବନ; ବାପା ଗୁରୁତର - Son Killed Mother

By ETV Bharat Odisha Team

Published : Jul 27, 2024, 5:22 PM IST

thumbnail
Son Killed Mother (ETV Bharat Odisha)

Son Killed Mother :ବଲାଙ୍ଗୀର: ସଇତାନ ପୁଅର ମାଡ଼ରେ ମା' ମୃତ ଓ ବାପା ଗୁରୁତର । ସୂଚନା ଅନୁସାରେ, ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଝଙ୍କାର ପାଲି ଗ୍ରାମର କ୍ଷେତ୍ର ବରିହା ମଦ ପିଇ ଘରକୁ ଫେରିଥଲା । ଯାହାକୁ ନେଇ ବାପା କୈଫୁଲ ବରିହା ତାଙ୍କୁ ଗାଳି ଗୁଲଜ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କ୍ଷେତ୍ର ବରିହା ବାପାଙ୍କୁ ଏକ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲା । ସେହିପରି ମା' ଜୟ କୁମାରୀ ବରିହା ଏହାକୁ ବାରଣ କରିବାକୁ ତାଙ୍କୁ ମଧ୍ୟ ସେହି କାଠ ଫାଳିଆରେ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲା । ସେପଟେ ଏହି ଘଟଣା ପରେ କ୍ଷେତ୍ର ବରିହା ଘରୁ ଫେରାର ହୋଇଯାଇଥିଲା । ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଉଭୟ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ପାଟଣାଗଡ଼ ଡାକ୍ତରଖାନା ଭର୍ତ୍ତି କରିଥିଲେ । ଆଜି ମା'ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟପଟେ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ସେପଟେ ଖପ୍ରାଖୋଲ ପୋଲିସ ଫେରାର ଥିବା ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । 
 

ଏହା ମଧ୍ୟ ପଢ଼ନ୍ତୁ...ରେଳଧାରଣାରେ ପଡିଛି ଓକିଲଙ୍କ ମୃତଦେହ; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ - Lawyer dead body found

ଏନେଇ ମୃତକଙ୍କ ସମ୍ପର୍କୀୟ ସୁମିତ୍ରା ବରିହା କହିଛନ୍ତି, "ମୃତକ ଜୟ କୁମାରୀ ଓ କୈଫୁଲ୍ ବରିହା ଘରେ ଥିବାବେଳେ ରାତିରେ ତାଙ୍କ ପୁଅ ମଦ ପିଇ ଘରକୁ ଆସିଥିଲା । ପାଟିତୁଣ୍ଡ ହେବା ପରେ କ୍ଷେତ୍ର କାଠ ଫାଳିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଯେଉଁଥିରେ ତାଙ୍କ ମା'ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଅଛନ୍ତି ।"
 

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.