ମେଷ: ଆଜି ଆପଣଙ୍କ ପାଇଁ ଏକ ଆନନ୍ଦ ଉଲ୍ଳାସର ଦିନ । ଆପଣଙ୍କ ବିନିଯୋଗ ଅର୍ଥରୁ ପ୍ରଚୁର ଲାଭ ମିଳିବ । ଆପଣ ଅର୍ଥ ସମ୍ପନ୍ଧୀୟ କାର୍ଯ୍ଯକ୍ରମରେ ଯୋଗ ଦେବେ କିମ୍ୱା ପରିଚାଳନା କରିବେ । ତେଣୁ ଆପଣ ନିଜ କାର୍ଯ୍ୟ ସମ୍ପର୍କିତ ଜଡିତ ଥିବା ଲୋକଙ୍କ ସଙ୍ଗେ ମିଶିବାର ସୁଯୋଗ ପାଇବେ । ନିଜର ବୁଦ୍ଧି ଖଟାଇ ପ୍ରଭାବଶାଳୀ ଯୋଜନା ପାଇଁ କାମ କରି ନିଜକୁ ଭାଗ୍ୟବାନ ମଣିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇ ପାରନ୍ତି । କଠିନ ପରିଶ୍ରମ କରିବା ପାଇଁ ଦିନଟି ଅତି ଶୁଭଙ୍କର । ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ଅବ୍ୟହତ ରହିବ ।

ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ | ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ନିଜର ପେଟ ଯନ୍ତ୍ରଣା ଭୋଗ କରିପାରନ୍ତି । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।

ମିଥୁନ: ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିତତା ଭିତରେ କଟିବ । ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ଆପଣ ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋଚନା ଆଜି କରନ୍ତୁ ନାହିଁ । ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ । ଯାତ୍ରା ପାଇଁ ଶୁଭଦିନ ନୁହେଁ ।

କର୍କଟ: ଆଜି ଆପଣ ଅନ୍ୟମାନଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବ କରିପାରନ୍ତି । ତଥାପି ଆପଣ ଏହି ନିରସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ । ଆୟର ନୂତନ ଉତ୍ସ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାର ଲୋକଙ୍କ ସହ ଭ୍ରମଣରେ ଯାଇପାରନ୍ତି ।

ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ । ଭାଙ୍ଗି ପଡନ୍ତୁନି, କାର୍ଯ୍ୟ କରିଚାଲନ୍ତୁ । ଆଜି କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରିବେ । ବ୍ୟବସାୟରେ ଲାଭବାନ ହେବେ । ମାତ୍ର କଥା କହିବା ବେଳେ ଜଗିରଖି କୁହନ୍ତୁ । ଦୂରଯାତ୍ରା କରିବାର ସମ୍ଭାବନା ରହିଛି ।

କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ । ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ; କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଶେଷରେ ତାହା ଆପଣଙ୍କ ସପକ୍ଷରେ ହିଁ ଯିବ । ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସୁସ୍ବାଦୁ ଭୋଜନ କରିବେ ।

ତୁଳା: କଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହି ନପାରେ । କାହାରିକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିପାରନ୍ତି । ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ ।

ବିଛା: ନୂତନ କାର୍ଯ୍ୟରେ ଲିପ୍ତ ରହିବେ । ଭଲ ସମୟ ଏବଂ ଭାଗ୍ୟକୁ ଉପଭୋଗ କରିବେ । ଅବିବାହିତମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ପ୍ରସ୍ତାବ ସ୍ଥିର ହୋଇପାରେ । ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲ ରହିବ । ମାଲିକମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥଳକୁ ଯାତ୍ରା କରିବେ ।

ଧନୁ: ଆପଣ ଆଜି ପଥରକୁ ମଧ୍ୟ ସୁନା କରିପାରିବେ । ବ୍ୟବସାୟରେ ଆପଣଙ୍କ ଜ୍ଞାନ ଦ୍ଵାରା ଆପଣ ଉତ୍ପାଦନକ୍ଷମତାରେ ସବୁଠାରୁ ଭଲ ଫଳାଫଳ ପାଇବେ ଓ ନୂଆ ଚୁକ୍ତି କରିପାରିବେ । ଦିନର ଅଧିକାଂଶ ସମୟରେ ଆପଣଙ୍କ ପଦକ୍ଷେପ ପଦ୍ଧତିଗତ, ଅନୁଶାସିତ ଓ ବ୍ୟବସ୍ଥିତ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଉଚ୍ଚପଦସ୍ତ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବ ।

ମକର: ଆଜି ମିଶ୍ରିତ ଫଳ ରହିବ । ନୂତନ କାର୍ଯ୍ୟ ହାତକୁ ନେଇ ସଫଳ ହେବ । ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ । ଆପଣ ଏପରି କାର୍ଯ୍ୟର ଆୟୋଜନ ଯଦି କରୁଥାନ୍ତି, ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ, ଏହା ଆଶ୍ୱସ୍ଥ ଦେବେ ।

କୁମ୍ଭ: ଆଜି ଆପଣ ନିଜ ସହ ସମୟ ଅତିବାହିତ କରିବାକୁ ଚାହିଁବେ । ଅବଶ୍ୟ ଏହା ଆପଣ ଆଶା କରୁଥିବା ଶାନ୍ତି ଦେଇନପାରେ । ଏକ ଅପ୍ରିୟ ପରିସ୍ଥିତି ଆପଣଙ୍କ ସମ୍ମୁଖକୁ ବାସ୍ତବିକତାକୁ ଆଣିବ । ପେଟଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚର ପରିମାଣ ବଢିପାରେ ।

ମୀନ: ଆଜି କର୍ମଚଞ୍ଚଳ ରହିବେ । କର୍ମକ୍ଷେତ୍ରରେ ପ୍ରଂଶିତ ହେବେ । ବ୍ୟବସାୟରେ ଲାଭବାନ ହେବେ । ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ । ସୁସ୍ବାଦୁ ଖାଦ୍ୟ ଖାଇବେ । ବୁଲାବୁଲି କରିବା ଯୋଜନା କରିପାରନ୍ତି । ଶାରୀରିକ ଓ ମନସିକ ଭାବରେ ସୁସ୍ଥ ରହିବେ ।
