ହାଇଦ୍ରାବାଦ: 'ସନମ ତେରୀ କସମ' ପୁଣି ରିଲିଜ ହୋଇଛି । ଭାଲେଣ୍ଟାଇନ୍ସ ଡେ ସପ୍ତାହ ଆରମ୍ଭରେ ଅର୍ଥାତ୍ ଫେବୃଆରୀ 7 ରେ ଏହି ଚଳଚ୍ଚିତ୍ର ପୁଣି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହାର ମୂଳ ରିଲିଜ୍ ତୁଳନାରେ ଏହା ଦୁଇଗୁଣ ଭଲ ପ୍ରଦର୍ଶନ କରିଥିଲା । ଏହି ନୂତନ ସଫଳତା ପାଇଁ ଫିଲ୍ମର କାଷ୍ଟ ଏବଂ କ୍ରୁ ବହୁତ ଖୁସି ଅଛନ୍ତି । ଏହି ସମୟରେ ପ୍ରଶଂସକମାନେ ଉତ୍ସାହର ସହ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରିଛନ୍ତି । ନିକଟରେ ଏହାର ସିକ୍ୱେଲ ଘୋଷଣା କରିଥିଲେ ନିର୍ମାତା । ଯେଉଁଥିରେ ହର୍ଷବର୍ଦ୍ଧନ ପୁଣି ସାଇନ କରାଯାଇଥିବା ବେଳେ ତାଙ୍କ ବିପକ୍ଷରେ ମାୱରା ହୋକେନଙ୍କୁ ପୁଣି ଦେଖାଯିବ ନା ଅନ୍ୟ କିଛି ହିରୋଇନ ତାଙ୍କ ସ୍ଥାନ ନେବେ? ସେନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ଦ୍ଦେଶକ ଫିଲ୍ମର ହିରୋଇନ ବିଷୟରେ ଖୁଲାସା କରିଛନ୍ତି ।
ମାୱରାଙ୍କୁ ରିପ୍ଲେସ କରିବେ 'ସ୍ତ୍ରୀ' ଅଭିନେତ୍ରୀ
ନିକଟରେ ଏକ ସାକ୍ଷାତକାରରେ 'ସନମ ତେରୀ କସମ' ନିର୍ଦ୍ଦେଶକ ବିନୟ ସାପ୍ରୁ ଏବଂ ରାଧିକା ରାଓ ଫିଲ୍ମର ସିକ୍ୱେଲ ବିଷୟରେ ଆଲୋଚନା କରିଛନ୍ତି । ସାକ୍ଷାତକାରରେ ଉଭୟେ ଜଣେ ପ୍ରଶଂସକଙ୍କ ଠାରୁ କିଛି ପରାମର୍ଶ ସେୟାର କରି କହିଛନ୍ତି, 'ପ୍ରଶଂସକମାନେ ହର୍ଷବର୍ଦ୍ଧନ ଏବଂ ଶ୍ରଦ୍ଧା କପୁରଙ୍କୁ ଭାଗ 2 ରେ ସାମିଲ କରିବାକୁ ଅନୁରୋଧ କରୁଛନ୍ତି ।' ଏହା ଉପରେ ରାଧିକା ରାଓ କୁହନ୍ତି, ଦୟାକରି ଶ୍ରଦ୍ଧାଙ୍କୁ ଟ୍ୟାଗ୍ କରନ୍ତୁ । ଏହା ପରେ ବିନୟ ସାପ୍ରୁ ସିଧାସଳଖ ଉତ୍ତର ଦେଇଥିଲେ, 'ସମସ୍ତେ ନୋଟ୍ କରିନିଅନ୍ତୁ ଶ୍ରଦ୍ଧା କପୁର ସନମ ତେରୀ କସମ 2 ରେ ଅଛନ୍ତି, ଦୟାକରି ତାଙ୍କୁ ଟ୍ୟାଗ୍ କରନ୍ତୁ ।'
ସଲମାନ ଖାନଙ୍କ ବିଷୟରେ ଜଣେ ପ୍ରଶଂସକଙ୍କ ପ୍ରଶ୍ନ ପଚରାଯାଏ । ପ୍ରଶ୍ନ ହେଉଛି, 'ସଲମାନ ଖାନଙ୍କୁ ସନମ ତେରୀ କସମ ୨ରେ କାଷ୍ଟ କରନ୍ତୁ ନାହିଁ । ଏହା ଉପରେ ଉଭୟ ନିର୍ଦ୍ଦେଶକ କୁହନ୍ତି, 'ଆମେ ଏହି ପ୍ରଶ୍ନକୁ କେବେବି ଗ୍ରହଣ କରିବୁ ନାହିଁ । ସଲମାନ ସାରଙ୍କ ବିଷୟରେ ଏହିପରି କଥା ହେବା ଭୁଲ୍ । ଆମର କାର୍ଯ୍ୟାଳୟ, ଆମର ଅସ୍ତିତ୍ୱ, ଆମର ସବୁକିଛି ତାଙ୍କ ହେତୁ, ଜଣେ ଚଳଚ୍ଚିତ୍ର ନିର୍ମାତା ଭାବରେ ମୁଁ ଏହି ପ୍ରଶ୍ନକୁ ଆଦୌ ପସନ୍ଦ କରେ ନାହିଁ ଏବଂ ମୁଁ ଏହି ପ୍ରଶ୍ନ ଶୁଣିବାକୁ ମଧ୍ୟ ଚାହେଁ ନାହିଁ । ମୁଁ କେବଳ ତାଙ୍କ ହେତୁ ଏଠାରେ ଅଛି । ଆମେ ସଲମାନ ସାର୍ ବିଷୟରେ କିଛି ଶୁଣିପାରିବୁ ନାହୁଁ ।
ଏହା ମଧ୍ୟ ପଢନ୍ତୁ: ପୁଣି ପରଦାରେ ରୋମାନ୍ସର ତଡକା ଲଗାଇବେ ହର୍ଷବର୍ଦ୍ଧନ, 'ସନମ ତେରି କସମ 2'ର ହେଲା ଘୋଷଣା
ମାୱରାଙ୍କ ପ୍ରତିକ୍ରିୟା
କିଛି ଦିନ ପୂର୍ବେ ମାୱରା ହୋକେନ ଏକ ସାକ୍ଷାତକାରରେ 'ସାନମ ତେରୀ କାସାମ 2' ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମୟରେ ସେ କାଷ୍ଟିଂ କାଉଚ ବିଷୟରେ ମଧ୍ୟ କହିଥିଲେ । ମାୱରା କହିଛନ୍ତି, ଯଦି ମୋ ପାଇଁ ଏହାର ଏକ ଅଂଶ ହେବା ସମ୍ଭବ, ତେବେ ମୁଁ ନିଶ୍ଚିତ ଭାବରେ ପସନ୍ଦ କରିବି, କିନ୍ତୁ ଏହା ନହେଲେ ମଧ୍ୟ ଏହା ଖରାପ ନୁହେଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ