ହାଇଦ୍ରାବାଦ: ବିଶ୍ବର ପ୍ରଥମ ଟ୍ରାଇଫୋଲ୍ଡ ବା ତିନି ଭାଙ୍ଗିଆ ଫୋନ ଭାବେ ଲଞ୍ଚ ହୋଇଛି ହୁୱାଇ ମେଟ୍ ଏକ୍ସଟି (Huawei Mate XT) । ଏହି ହ୍ୟାଣ୍ଡସେଟ୍ ଗତବର୍ଷ ସେପ୍ଟେମ୍ବରରେ ଚାଇନିଜ କମ୍ପାନୀ ହୁୱାଇ ନିଜ ଦେଶରେ ଲଞ୍ଚ କରିସାରିଥିବାବେଳେ ଏବେ ଏହାକୁ ବିଶ୍ବ ବଜାରରେ ଉପଲବ୍ଧ ହୋଇଛି । ଏଥିରେ ଟ୍ରାଇଫୋଲ୍ଡିଂ ଡିଜାଇନ ଥିବାରୁ ଉପଭୋକ୍ତା 10.2 ଇଞ୍ଚର 3କ OLED ଡିସପ୍ଲେ ପାଇବେ । ପାରମ୍ପାରିକ ଫୋଲ୍ଡେବଲ୍ ତୁଳନାରେ ଏହାର ଫୋଲଡିଂ ପ୍ରତିରୋଧ 25% ବୃଦ୍ଧି ପାଇଛି ବୋଲି କମ୍ପାନୀ କହିଛି ।
What a day at #HuaweiLaunch! Amazing vibes, great connections, and a closer look at the latest innovations. Which one’s your favourite? #HUAWEIMateXT #HUAWEIMatePad Pro 13.2" #HUAWEIFreeArc #HUAWEIBand10 pic.twitter.com/HkqDTJHjMZ
— Huawei Mobile (@HuaweiMobile) February 18, 2025
Huawei Mate XT: ଦାମ ଓ ଉପଲବ୍ଧତା
- ହୁୱାଇ ମେଟ୍ ଏକ୍ସଟିର ଦାମ 16GB + 1TB ମଡେଲ ଲାଗି ୟୁରୋପରେ EUR 3,499 (ପାଖାପାଖି ₹3,17,900) ରହିଛି ।
- ମାଲେସିଆରେ ସମାନ କନଫିଗିରେସନ ଲାଗି ଦାମ RM 14,999 (ପାଖାପାଖି ₹2,93,500) ରହିଛି ।
- ଏବେ ଏହି ଫୋଲ୍ଡେବଲ୍ ସ୍ମାର୍ଟଫୋନ କିଣିବା ଲାଗି କେବଳ ମାଲେସିଆ ଲାଗି ଉପଲବ୍ଧ ହୋଇଛି । ସେଠାକାରବାସୀ କମ୍ପାନୀର ଅଫିସିଆଲ ୱେବସାଇଟ୍ ଜରିଆରେ କିଣିପାରିବେ ।
- ଅନ୍ୟ ବଜାର ଯେପିରିକି ସାଉଦ ଆରବ, ମେକ୍ସିକୋ, ଫିଲିପାଇନ୍ସ ଓ UAE ବଜାରରେ ଏହି ଫୋନ କ୍ରୟ ଲାଗି ଉପଲବ୍ଧ ।
- ହୁୱାଇ ଫୋଲ୍ଡେବଲ ଦୁଇଟି କଲର ଅପସନ କଳା ଓ ନାଲି ରଙ୍ଗରେ ଉପଲବ୍ଧ ।
Meet the ultimate experience. Redefine what's possible with power and technology built for every scenario. #HUAWEIMateXT #ULTIMATEDESIGN pic.twitter.com/G2FXhz2mfy
— Huawei Mobile (@HuaweiMobile) February 18, 2025
Huawei Mate XT: ସ୍ପେଶିଫିକେସନ
- ଡିସପ୍ଲେ: ଏହି ଫୋନରେ 6.4-ଇଞ୍ଚ ସିଙ୍ଗଲ ସ୍କ୍ରିନ ସହିତ 2232x1008 ପିକ୍ସେଲ ରିଜୋଲ୍ୟୁସନ, 7.9 ଇଞ୍ଚର 2k ଡୁଆଲ ଡିସପ୍ଲେ ରହିଛି । ପୁରା ସ୍କ୍ରିନକୁ ଖୋଲିଲେ ଏକ ବଡ଼ 10.2 ଇଞ୍ଚର 3K OLED ସ୍କ୍ରିନ ମିଳିବ । ଏହାବାଦ ଏଥିରେ 90Hz ରିଫ୍ରେସ ରେଟ୍, 1440Hz ହାଇ-ଫ୍ରିକ୍ବେନ୍ସି PWM ଡିମିଂ ଓ 240Hz ଟଚ୍ ସାମ୍ପଲିଂ ରେଟ୍ ମିଳିବ ।
- ସିଙ୍ଗଲ ସ୍କ୍ରିନ 6.4 ଇଞ୍ଚ (2232 x 1008 ପିକ୍ସେଲ): 73.5ମିମି ଚଉଡ଼ା, ମୋଟେଇ 12.8 ମିମି
- ଡବଲ ସ୍କ୍ରିନ 7.9 ଇଞ୍ଚ (2232 x 2048 ପିକ୍ସେଲ): 143.0ମିମି ଚଉଡ଼ା, ମୋଟେଇ 7.45/4.75ମିମି
- ଥ୍ରି-ସ୍କ୍ରିନ 10.2 ଇଞ୍ଚ (2232 x 3184 ପିକ୍ସେଲ): 219.0ମିମି ଚଉଡ଼ା, ମୋଟେଇ 3.6/3.6/4.75ମିମି
- ପ୍ରୋସେସର: ଚିପସେଟ୍ର ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନ ଥିବାବେଳେ ଏହା ଏକ ଅକ୍ଟା-କୋର SoC ସହିତ ଆସିବ ।
- ମେମୋରୀ: ବିଶ୍ବ ବଜାରରେ ଏହି ଫୋନଟି 16GB RAM ଓ 1TB ଷ୍ଟୋରେଜ ଭାରିଏଣ୍ଟ ସହ ଉପଲବ୍ଧ ।
- ଅପରେଟିଂ ସିଷ୍ଟମ: EMUI 14.2
- କ୍ୟାମେରା: 50MP OIS ମେନ୍ କ୍ୟାମେରା, 12MP ଅଲଟ୍ରା-ୱାଇଡ ଆଙ୍ଗଲ ଲେନ୍ସ ଓ 12MP 5.5x ପେରିସ୍କୋପ ଟେଲିଫଟୋ ଲେନ୍ସ । ସେଲ୍ଫି ଲାଗି ଏଥିରେ 8MP ଲେନ୍ସ ମିଳିବ ।
- ବ୍ୟାଟେରୀ: 5,600mAh ବ୍ୟାଟେରୀ ଯାହାକି 66ୱାଟ୍ ଦ୍ରୁତ ତାରଯୁକ୍ତ ଚାର୍ଜିଂ ଓ 50ୱାଟ ୱେୟାରଲେସ୍ ଚାର୍ଜିଂକୁ ସପୋର୍ଟ କରିବ ।
- କନେକ୍ଟିଭିଟି: 5G, 4G, Wi-Fi 802.11, Bluetooth 5.2 LE, GPS, NFC ଓ USB 3.1 ଟାଇପ-ସି ପୋର୍ଟ ।