ETV Bharat / bharat

ଭାରସାମ୍ୟ ହରାଇ ବାଇକ୍‌କୁ ପିଟିଲା ସ୍କର୍ପିଓ, ୬ ମୃତ - ROAD ACCIDENT

ମଧ୍ୟରାତ୍ରୀରେ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ୍‌କୁ ପିଟିଲା ସ୍କର୍ପିଓ ।

Several Killed As A Scorpio Collides With A Bike In Giridih Jharkhand
Several Killed As A Scorpio Collides With A Bike In Giridih Jharkhand (ETV Bharat)
author img

By ETV Bharat Odisha Team

Published : Feb 19, 2025, 12:25 PM IST

Updated : Feb 19, 2025, 12:32 PM IST

ରାଞ୍ଚି(ଝାଡ଼ଖଣ୍ଡ): ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଭାରସାମ୍ୟ ହରାଇ ବାଇକ୍‌କୁ ଧକ୍କା ଦେଲା ସ୍କର୍ପିଓ । ବାଇକ୍‌କୁ ଧକ୍କା ଦେଇ ଗଛର ପିଟି ହୋଇଗଲା ସ୍କର୍ପିଓ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ଏଥିରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ୍‌ରେ ଥିବା ୨ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଭୟଙ୍କର ଦୁର୍ଘଟଣା:

ସୂଚନା ଅନୁସାରେ, ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ ଝାଡଖଣ୍ଡ ଡୁମରି-ଗିରିଡିହ ରାସ୍ତାର ମଧୁବନ ଥାନା ଅଧିନସ୍ଥ ଲଟ୍ଟାକଟ୍ଟୋ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମଧ୍ୟରାତ୍ରିରେ ଏକ ସ୍କର୍ପିଓ ଏବଂ ବାଇକ୍ ବିପରୀତ ଦିଗରୁ ଆସୁଥିଲେ । ଏହି ସମୟରେ, ଲାଇଟ ପ୍ରତିଫଳନ ଯୋଗୁଁ ସ୍କର୍ପିଓ ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିଲେ । ଫଳରେ ସ୍କର୍ପିଓ ପ୍ରଥମେ ବିପରୀତ ଦିଗରୁ ଆସୁଥିବା ବାଇକ୍‌କୁ ଧକ୍କା ଦେଇଥିଲା । ପରେ ଏକ ଗଛରେ ଯାଇ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଡୁମରି ଏସଡିପିଓ ସୁମିତ କୁମାରଙ୍କ ନିର୍ଦ୍ଦେଶ କ୍ରମେ ମଧୁବନ ଥାନା ପୋଲିସକୁ ଘଟଣାସ୍ଥଳକୁ ଯାଇ ବହୁ କଷ୍ଟରେ ମୃତଦେହକୁ ଗାଡ଼ିରୁ ବାହାର କରିଛନ୍ତି । ମୃତଦେହଗୁଡ଼ିକ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ..

ବିବାହ ଉତ୍ସବରୁ ଫେରୁଥିଲେ, ଚାପିଦେଲା ଟ୍ରକ, ୨ ମହିଳାଙ୍କ ସମେତ ଗୋଟିଏ ପରିବାରର ୫ ମୃତ

ମହାକୁମ୍ଭ ଯାତ୍ରା ପାଲଟିଲା ଶେଷଯାତ୍ରା: ବସ୍ ଧକ୍କାରେ ବୋଲେରୋ ଚୂରମାର

ମହାକୁମ୍ଭରୁ ଫେରୁଥିଲେ, ଟ୍ରାଭେଲରକୁ ପିଟିଲା ଟ୍ରକ୍‌, ୭ ମୃତ

ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସଡିପିଓ ସୁମିତ କୁମାର । ସେ କହିଛନ୍ତି, "ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ସ୍କର୍ପିଓରେ ଥିବା ୪ ଜଣ ବ୍ୟକ୍ତି ସହ ବାଇକରେ ଥିବା ୨ ଜଣଙ୍କ ମୃତ୍ୟୁ ଘଟିଛି । ୫ ଜଣ ମୃତକଙ୍କ ପରିଚୟ ମିଳିଥିବା ବେଳେ ଜଣଙ୍କ ପରିଚୟ ମିଳିପାରିନାହିଁ ।"

ମୃତକଙ୍କ ପରିଚୟ:

ପୋଲିସର ସୂଚନା ଅନୁସାରେ, ସ୍କର୍ପିଓରେ ଥିବା ମୃତକମାନେ ହେଉଛନ୍ତି ୪୦ ବର୍ଷୀୟ ସୋମେଶ ଚନ୍ଦ୍ର (ପିତା ରବି ଶଙ୍କର ପ୍ରସାଦ ସିଂହ), ୨୧ ବର୍ଷୀୟ ଗୋପାଳ କୁମାର (ପିତା ନରେଶ ପ୍ରସାଦ ସିଂହ) ଓ ଗୁଲାବ କୁମାର । ମୃତକ ସମସ୍ତେ ମୁଙ୍ଗେର ମୁଫାସିଲ ପୋଲିସ ଷ୍ଟେସନ ଅନ୍ତର୍ଗତ ଦରିଆପୁରର ବାସିନ୍ଦା ବୋଲି ପରିଚୟ ମିଳିଛି । ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେପଟେ ମୃତ ବାଇକ୍ ଆରୋହୀମାନେ ମଧୁବନ ଥାନା ଅଞ୍ଚଳର ଛଛଣ୍ଡୋ ନିବାସୀ ୨୬ ବର୍ଷୀୟ ବବଲୁ କୁମାର ଟୁଡୁ (ପିତା ଚେତଲାଲ ଟୁଡୁ) ଏବଂ ମଧୁବନ ଥାନା ଅଞ୍ଚଳର ଧାଭାତାଣ୍ଡ ନିବାସୀ ୫୫ ବର୍ଷୀୟ ହୁସେନି ମିଆଁ (ପିତା ସ୍ୱର୍ଗତ ଲାଟୋ ମିଆଁ) ବୋଲି ଚିହ୍ନଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 19, 2025, 12:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.