ETV Bharat / state

କପଡ଼ା ବ୍ୟବସାୟ ଆଳରେ ଗଞ୍ଜେଇ ଚୋରା ଚାଲାଣ, ଶିକ୍ଷକଙ୍କ ସହ 6 ଗିରଫ୍ - GANJA SEIZED in balangir

author img

By ETV Bharat Odisha Team

Published : Jul 27, 2024, 6:08 PM IST

GANJA SEIZED IN BALANGIR: ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାସ । ସିକ୍ରେଟ୍ ଚାମ୍ବରରେ କନ୍ଧମାଳରୁ ଛତିଶଗଡ଼ ଯାଉଥିଲା 243କେଜି ଗଞ୍ଜେଇ, ମାଡ଼ି ବସିଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

GANJA SEIZED IN BALANGIR
GANJA SEIZED IN BALANGIR (ETV Bharat Odisha)

ବଲାଙ୍ଗୀର: ଅଭିନବ ଉପାୟରେ ଶିକ୍ଷକ କରୁଥିଲେ ଗଞ୍ଜେଇ ଚାଲାଣ । ଅଢେଇ କୁଇଣ୍ଟାଲ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ବେଳେ ଧରିଲା ପୋଲିସ । ବଲାଙ୍ଗୀର ଜଣେ ଶିକ୍ଷକ ଓ ଜଣେ କପଡା ବ୍ୟବସାୟୀ ଅଭିନବ ଉପାୟରେ କରୁଥିଲେ ଗଞ୍ଜେଇ ଚାଲାଣ । ଶିକ୍ଷକ ଓ କପଡା ବ୍ୟବସାୟୀ ସମେତ 6 ଜଣଙ୍କୁ ଗିରଫ କରିଛି ପୋଲିସ । ବଲାଙ୍ଗୀର-ଟିଟିଲାଗଡ ଅଞ୍ଚଳ ଏବେ ଗଞ୍ଜେଇ ଚାଲାଣର ହବ୍ ପାଲିଟିଛି । ତେବେ ଏଥିରେ ଆଜି ପୋଲିସକୁ ଏକ ବଡ ସଫଳତା ମିଳିଥିବାବେଳେ ପୋଲିସ ଜଣେ ଶିକ୍ଷକ ଓ ଜଣେ କପଡା ବ୍ୟବସାୟୀ ସମେତ 6ଜଣଙ୍କୁ ଗିରଫ କରିଛି ।

ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣର ପର୍ଦ୍ଦାଫାସ:-

ପୋଲିସ ଏକ ବିଶ୍ୱାସ ସୂତ୍ରରୁ ବିପୁଳ ପରିମାଣର ଗଞ୍ଜେଇ ଛତିଶଗଡ ରାଜ୍ୟକୁ ଚାଲାଣ ହେଉଥିବାର ସୂଚନା ପାଇଥିଲା । ଏଥିରେ ଟିଟିଲାଗଡ ପୋଲିସ ତଥା କଣ୍ଟାବାଞ୍ଜି ପୋଲିସ ମିଳିତ ଭାବରେ ସବୁ ମୁଖ୍ୟ ରାସ୍ତାରେ ନାକାବନ୍ଦୀ କରି ଏକ ପିକଅପ ଗାଡ଼ିକୁ ଧରିଥିଲେ । ଯେଉଁଥିରେ କପଡା ଭର୍ତ୍ତି ଥିବାବେଳେ ଏକ ଲୁକ୍କାୟିତ କ୍ୟାବିନରେ 243 କେଜିରୁ ଅଧିକ ଗଞ୍ଜେଇ ଠାବ ହୋଇଥିଲା ।

ଗଞ୍ଜେଇ ଚାଲାଣରେ ଶିକ୍ଷକ ଲିଙ୍କ୍ :-

ଏହି ଘଟଣାରେ ଅଧିକ ତଦନ୍ତ କରିବା ପରେ ପୋଲିସ କନ୍ଧମାଳ ଜିଲ୍ଲାରୁ 5ଜଣ ଓ ବଲାଙ୍ଗୀରର ଜଣକୁ ଗିରଫ କରିଛି । ଯେଉଁଥିରେ କନ୍ଧମାଳ ଜିଲ୍ଲାର ୟୁପି ସ୍କୁଲ୍ ଶିକ୍ଷକ ପ୍ରଭାତ ମୁନି ଓ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର କପଡା ବ୍ୟବସାୟୀ ବୁଦ୍ଧି ସାଗର ମେହେର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି । ତେବେ କପଡା ବ୍ୟବସାୟ ଆଳରେ ଏହି ଗଞ୍ଜେଇ କାରବାର ହୋଇ ଆସୁଥିଲା । ଯେଉଁଥିରେ କନ୍ଧମାଳ ଜିଲ୍ଲାର ଶିକ୍ଷକ ପ୍ରଭାତ ମୁନି ଓ ଏହି କପଡା ବ୍ୟବସାୟୀ ମିଳିତ ଭାବରେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରି ଆସୁଥିଲେ ।

କପଡା ବ୍ୟବସାୟ ଆଳରେ ଏହି ଗଞ୍ଜେଇ କାରବାର:-

ଏନେଇ ବଲାଙ୍ଗୀର ଏସପି ଋଷିକେଶ କିଲରୀ କହିଛନ୍ତି, "ଟିଟିଲାଗଡ ଅଞ୍ଚଳ ଦେଇ ବାହାର ରାଜ୍ୟକୁ ବ୍ୟାପକ ଗଞ୍ଜେଇ ଚାଲାଣ ହେଇଥିବାର ସୂଚନା ମିଳିଥିଲା । ଏଥିରେ ପୋଲିସ ବିଗତ ନିର୍ବାଚନ ପୂର୍ବରୁ କଡା ପଦକ୍ଷେପ ନେଇ ଆସୁଥିବା ବେଳେ ଏଥର ଏକ ବଡ କାରବାର ଓ କିଙ୍ଗ ପିନକୁ ଧରିବାରେ ପୋଲିସ ସଫଳ ହୋଇଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ୟୁପି ସ୍କୁଲ୍ ଶିକ୍ଷକ ପ୍ରଭାପ ମୁନି ଓ ବଲାଙ୍ଗୀର ବଙ୍ଗୋମୁଣ୍ଡାର କପଡା ବ୍ୟବସାୟୀ ବୁଦ୍ଧି ସାଗର ମେହେର । ସଂମ୍ପୃକ୍ତ ଶିକ୍ଷକ ଜଣକ କନ୍ଧମାଳ ଅଞ୍ଚଳରୁ ବିଭିନ୍ନ ଗଞ୍ଜେଇ ଚାଷୀଙ୍କଠାରୁ ଗଞ୍ଜେଇ କିଣି ଏଠିକାର କପଡା ବ୍ୟବସାୟୀ ସହିତ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରି ଆସୁଥିଲେ ।

ଏହା ମଧ୍ୟ ପଢନ୍ତୁ.....ସିକ୍ରେଟ ଚାମ୍ବରରେ ତାମିଲନାଡ଼ୁ ଯାଉଥିଲା ଗଞ୍ଜେଇ; ମାଡ଼ି ବସିଲା ଅବକାରୀ ବିଭାଗ - GANJA SEIZED

'ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ନିଆଯିବ କଡ଼ କାର୍ଯ୍ୟାନୁଷ୍ଠାନ'

ଏଥିରେ କଣ୍ଟାବାଞ୍ଜି ଓ ଟିଟିଲାଗଡ ପୋଲିସ ମିଳିତ ଉଦ୍ୟମରେ ଦୁଇ ମୁଖ୍ୟ ଅଭିଯୁକ୍ତ ସହ 6 ଜଣଙ୍କୁ ଧରିବା ସହ 243 କେଜି ଗଞ୍ଜେଇ ଜବତ କରିଥିବାର ସେ କହିଛନ୍ତି । ସେହିପରି ଏଠିକାର କପଡା ବ୍ୟବସାୟୀର ଘର ସମ୍ପତ୍ତିର ଯାଞ୍ଚ ହେବ ଓ କଡା ପଦକ୍ଷେପ ନିଆଯିବ । ସମାନ ଭାବରେ ସମ୍ପୃକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ମଧ୍ୟ ଶିକ୍ଷା ବିଭାଗକୁ ସୂଚନା ଦିଆଯିବା ସହ ତାଙ୍କ ସମ୍ପତ୍ତି ଏବଂ ଚାକିରି ଉପରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବଲାଙ୍ଗୀର ଏସପି ଋଷିକେଶ କିଲରୀ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.