ହାଣ୍ଡିଶାଳରୁ ଆଳୁ ଗାଏବ, ବଜାରରେ ଯୋଗାଣ ବିଭାଗର ଧଡ଼ପଗଡ଼ - SKYROCKETING POTATO PRICE

By ETV Bharat Odisha Team

Published : Jul 27, 2024, 7:11 PM IST

thumbnail
POTATO CRISIS IN ODISHA (ETV Bharat Odisha)

POTATO CRISIS IN NABARANGPUR: ନବରଙ୍ଗପୁର: ଆକାଶ ଛୁଆଁ ଦର ଆଳୁ ଦର । ଆଳୁ ଷ୍ଟକ୍‌ ଯାଞ୍ଚ କଲା ଯୋଗାଣ ବିଭାଗ । ଆଳୁକୁ ନେଇ ପୁରା ରାଜ୍ୟରେ ଅଚଳାବସ୍ଥା । ନବରଙ୍ଗପୁରରେ ମଧ୍ୟ ସଙ୍କଟ ଦେଖିବାକୁ ମିଳିଛି । ଆଳୁ ପାଇଁ ଖାଇବା ଥାଳିରୁ ନେଇ ରାଜ୍ୟ ରାଜନୀତି ଯାଏଁ ସବୁଛି ପଡ଼ିଛି ଚଡ଼କ । ଓଡ଼ିଶା ଆସୁଥିବା ଆଳୁ ଟ୍ରକ୍‌କୁ ପଶ୍ଚିମବଙ୍ଗ ସରକାର ଅଟକାଇବା ପରେ ରାଜ୍ୟରେ କୃତ୍ରିମ ଅଭାବ ସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ କଳା ବଜାର ବଢିବା ସହ ଆଳୁ ଦର ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଣୁ ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ତରଫରୁ ଆଳୁ ଗୋଦାମଗୁଡିକ ସହ ବଜାରରେ ଚଢ଼ାଉ କରିଛନ୍ତି । ଷ୍ଟକ ଚେକ୍ ସହ ଆଳୁ ଅଧିକ ଦାମରେ ନ ବିକ୍ରି କରିବାକୁ ତାଗିଦ କରିଛନ୍ତି । ଆଳୁ କିଣିବା ପାଇଁ ଗ୍ରାହକମାନେ ଯେପରି ଲାଭଖୋର ବ୍ୟବସାୟୀମାନଙ୍କ ଶିକାର ନ ହୁଅନ୍ତି, ସେଥି ପ୍ରତି ଜିଲ୍ଲା ଯୋଗାଣ ବିଭାଗ ସତର୍କ ଦୃଷ୍ଟି ରଖିଛି ।

ଏହା ମଧ୍ୟ ପଢନ୍ତୁ- ଆଳୁ ଟେନସନ: ମମତାଙ୍କ ସହ ଆଲୋଚନା ପରେ ମୋହନଙ୍କ ଟ୍ବିଟ୍, ସ୍ବାଭାବିକ ହେଲାଣି ଆମଦାନୀ ପ୍ରକ୍ରିୟା
 

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.