ହାଇଦ୍ରାବାଦ: ଆମେରିକୀୟ ଟେକ୍ ଜାଏଣ୍ଟ ଆପଲ୍ ନିଜ iOS ୟୁଜରଙ୍କ ଲାଗି ଏକ ନୂଆ ଆପ୍ ଲଞ୍ଚ କରିଛି । ଏହି ଆପ୍ର ନାଁ ହେଉଛି Apple Invites । ଏହି ଆପ୍ ମାଧ୍ୟମରେ ଆପଲ୍ ଡିଭାଇସ ୟୁଜର କୌଣସି ନୂଆ ଇଭେଣ୍ଟ ଆୟୋଜନ କରିପାରିବା ସହ ଏହାକୁ ପରିଚାଳନା କରିବା, ଲୋକଙ୍କୁ ଏହି ଇଭେଣ୍ଟର ସମସ୍ତ ବିବରଣୀ ପ୍ରଦାନ କରିବା, କେଉଁ କେଉଁ ଲୋକ ଇଭେଣ୍ଟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ମଧ୍ୟ ଜାଣିହେବ । ଏହି ଆପ୍ ସମ୍ପର୍କରେ ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।
Apple Invites ଆପ୍ କଣ ?
ଆପଲ୍ ନିଜ ୱେବସାଇଟ୍ରେ ଏହି ଆପ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛି, ଯାହା ଅନୁସାରେ ୟୁଜର ଏହି ଆପ୍ ଜରିଆରେ ଅନେକ ଇଭେଣ୍ଟର ଆୟୋଜନ କରିପାରିବେ । ଏହି ଇଭେଣ୍ଟରେ ଫଟୋ ବ୍ୟବହାର କରିବା ଲାଗି ନିଜ ଗ୍ୟାଲେରୀରୁ ଯେକୌଣସି ଫଟୋ ନେଇପାରିବେ । ଏହାବ୍ୟତୀତ ୟୁଜର ଇଭେଣ୍ଟ ଲାଗି ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରିତ କରିବା ଲାଗି ଆପ୍ରେ ଥିବା Curated Image Collectionର ବ୍ୟବହାର କରିପାରିବେ ।
ଆପ୍ର ଅନ୍ୟ ଖାସ୍ ଫିଚର
- ଆପଲ୍ ନିଜର ଏହି ନୂଆ ଆପ୍ରେ Apple Maps ଓ Weather Appକୁ ଯୋଡ଼ିଛି, ଯାହା କାରଣରୁ ୟୁଜର ଏହି ଆପ୍ରେ ଇଭେଣ୍ଟ ଲାଗି ଚୟନ ହୋଇଥିବା ଲୋକେସନର ରାସ୍ତା ଓ ସେଠାକାର ପାଣିପାଗ ସମ୍ପର୍କରେ ଜାଣିପାରିବେ ।
- ୟୁଜର ଏହି ଆପ୍ ମାଧ୍ୟମରେ ଆୟୋଜିତ କରାଯାଇଥିବା ଇଭେଣ୍ଟ ଲାଗି ଲୋକଙ୍କୁ ନିମନ୍ତ୍ରିତ କରିବା ଲାଗି ବ୍ୟକ୍ତିଗତ ନୋଟ୍ସ (Personal notes) ବି ସେୟାର କରିପାରିବେ ।
- ଇଭେଣ୍ଟ ହୋଷ୍ଟ କରୁଥିବା ୟୁଜର ଓ ଏଥିରେ ଯୋଗ ଦେଇଥିବା ୟୁଜର ଇଭେଣ୍ଟର ଫଟୋଗୁଡ଼ିକୁ ଆଲବମ୍ ମାଧ୍ୟମରେ ସେୟାର କରିବାକୁ ଏହି ଆପ୍ ଏକ ଫିଚର ପ୍ରଦାନ କରେ ।
- ଇଭେଣ୍ଟ ହୋଷ୍ଟ ଓ ଅତିଥିଙ୍କ ମ୍ୟୁଜିକ୍ ପ୍ଲେଲିଷ୍ଟ ମଧ୍ୟ ତିଆରି କରିପାରିବେ, ଯାହାକି ଆପଲ୍ ମ୍ୟୁଜିକ ସବସ୍କ୍ରାଇବରଙ୍କୁ ଏକ ସାଉଣ୍ଡଟ୍ରାକ୍ ତିଆରି କରିବାକୁ ଅନୁମତି ଦେଇଥାଏ ।
ଆଣ୍ଡ୍ରଏଡ୍ ଡିଭାଇସରେ ବି ସେୟାର କରିହେବ ଇନଭାଇଟ୍
- ଆପଲ୍ ଇନଭାଇଟ୍ସ ଆପ୍ରୁ କୌଣସି ଇଭେଣ୍ଟର ଇନଭିଟେସନ୍ କାର୍ଡ ତିଆରି କରିବା ପରେ ୟୁଜରଙ୍କୁ ହ୍ବାଟ୍ସଆପ୍, Gmail, ଇନଷ୍ଟାଗ୍ରାମ, କଣ୍ଟାକ୍ଟ ବୁକ୍, iMessage, Apple Mail App ଆଦି ଅପସନ ଦ୍ବାରା ପଠାଇପାରିବେ । ଏହାପରେ କେଉଁ ଅତିଥି ନିମନ୍ତ୍ରଣ ପତ୍ର ପାଇ ଇଭେଣ୍ଟରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ତାହା ଜାଣିପାରିବେ ।
- ଇଭେଣ୍ଟ ହୋଷ୍ଟ ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ଡିଭାଇସ ୟୁଜରଙ୍କୁ ଇନଭାଇଟ୍ସ ପଠାଇପାରିବେ । ତେବେ iOS ୟୁଜରମାନେ ସିଧାସଳଖ ଲିଙ୍କ୍ ଉପରେ କ୍ଲିକ୍ କରି invitesରେ ପହଞ୍ଚିପାରିବେ । କିନ୍ତୁ ଆଣ୍ଡ୍ରଏଡ ୟୁଜର ଇନଭାଇଟକୁ ଆକ୍ସେପ୍ଟ ବା ରିଜେକ୍ଟ କରିବା ଲାଗି ପ୍ରଥମେ ନିଜ email ID ଜରିଆରେ ଏକ ଭେରିଫିକେସନ କୋଡ୍ ସବମିଟ୍ କରିବାକୁ ପଡ଼ିବ ।
- ଆପଲ୍ ଏହି ଆପ୍କୁ ଡାଉନଲୋଡ କରିବା ଲାଗି ଆପ୍ ଷ୍ଟୋର୍ରେଏହାକୁ ଉପଲବ୍ଧ କରାଇଛି । କମ୍ପାନୀ କହିଛି ଯେ ଆଇଫୋନ ବ୍ୟବହାରକାରୀମାନେ ଏହାକୁ iCloud ମାଧ୍ୟମରେ ୱେବରେ ବ୍ୟବହାର କରିପାରିବେ। କହିରଖୁଛୁ କି, ଭାରତରେ iCloud ସବସ୍କ୍ରିପସନ୍ ମୂଲ୍ୟ 75ଟଙ୍କାରୁ ଆରମ୍ଭ ହୋଇଛି, ଯେଉଁଥିରେ 75GB ପ୍ଲାନ ଉପଲବ୍ଧ ।