ETV Bharat / technology

ChatGPT ବ୍ୟବହାର ନକରିବାକୁ କର୍ମଚାରୀଙ୍କୁ ବାରଣ କଲା ଅର୍ଥ ମନ୍ତ୍ରଣାଳୟ; ଜାଣନ୍ତୁ କାରଣ - WARNING AGAINST USING CHATGPT

ଭାରତୀୟ ଅର୍ଥ ମନ୍ତ୍ରଣାଳୟ ଅଫିସିଆଲ ଡିଭାଇସରେ ଚାଟଜିପିଟି ଓ ଡିପସିକ୍‌ ବ୍ୟବହାର ନ କରିବାକୁ ବାରଣ କରିଛି । ଏହା ପଛରେ କଣ କାରଣ ଜାଣନ୍ତୁ...

The Icons for the smartphone apps DeepSeek and ChatGPT
The Icons for the smartphone apps DeepSeek and ChatGPT (Image Credit: AP)
author img

By ETV Bharat Tech Team

Published : Feb 6, 2025, 8:05 AM IST

ହାଇଦ୍ରାବାଦ: ଭାରତୀୟ ଅର୍ଥ ମନ୍ତ୍ରଣାଳୟ ଏହାର କର୍ମଚାରୀଙ୍କୁ ଅଫିସିଆଲ କାର୍ଯ୍ୟ ଲାଗି ଚାଟଜିପିଟି ଓ ଡିପସିକ୍‌ ପରି AI ଟୁଲ୍‌ର ବ୍ୟବହାର ନ କରିବାକୁ ବାରଣ କରିଛି । ଏହାର କାରଣ ହେଉଛି ସୁରକ୍ଷା ବିପଦ । ଭାରତ ସରକାରଙ୍କ ଏପରି ପଦକ୍ଷେପ ସେତେବେଳେ ଗ୍ରହଣ କରିଛନ୍ତି ଯେତେବେଳେ ଡାଟା ସୁରକ୍ଷା ଲାଗି ଅଷ୍ଟ୍ରେଲିଆ, ଇଟାଲୀ ସମେତ ଅନେକ ଦେଶ ଏଆଇ ଟୁଲ୍‌ ବ୍ୟବହାରକୁ ନେଇ ଚିନ୍ତାପ୍ରକଟ କରିଛ୍ତି । ଅନ୍ୟପଟେ ଚାଟଜିପିଟି ବିକଶିତ କରିଥିବା କମ୍ପାନୀ OpenAIର ସିଇଓ ସାମ ଅଲ୍ଟମ୍ୟାନ୍‌ ଭାରତ ଗସ୍ତରେ ଥିବାବେଳେ ଏପରି ନିର୍ଦ୍ଦେଶନାମା ଜାରି କରିଛି ମନ୍ତ୍ରଣାଳୟ ।

କହି ରଖୁଛୁ କି, ଗତ କିଛି ଦିନ ତଳେ ଚାଇନିଜ ଏଆଇ ଟୁଲ୍‌ ଡିପସିକ୍‌ ବେଶ ଚର୍ଚ୍ଚାରେ ରହିଛି । ଏହା ଡାଟା ଚୋରି କରୁଥିବା ଅଭିଯୋଗ ଆଣି କିଛି ରାଷ୍ଟ୍ର ଏହାର ବ୍ୟବହାରକୁ ଦେଶରେ ବ୍ୟାନ୍‌ କରିଛନ୍ତି । ଏପରି ଏଆଇ ଟୁଲ୍‌ଗୁଡ଼ିକ ୟୁଜରଙ୍କ ଡାଟା ଏକତ୍ରିତ କରୁଥିବା ଅଭିୟୋଗ ହେଉଥିବାରୁ ଏହାର ବ୍ୟବହାର ନେଇ ଚିନ୍ତା ପ୍ରକଟ କରୁଛନ୍ତି ।

କାହିଁକି ମନ୍ତ୍ରଣାଳୟର ନେଲା ଏପରି ନିଷ୍ପତ୍ତି ?

ଗତ ଜାନୁଆରୀ 29 ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଆଡଭାଇଜାରୀରେ କୁହାଯାଇଛି ଯେ ଏଆଇ ଟୁଲ୍‌ ଯେପରିକି ଚାଟ୍‌ଜିପିଟି ଓ ଡିପସିକ୍‌ ଅଫିସ କମ୍ପ୍ୟୁଟର ଓ ଡିଭାଇସରେ ଏହା ଇନଷ୍ଟଲ ରହିଲେ ସରକାରୀ ତଥ୍ୟ ଓ ଡକ୍ୟୁମେଣ୍ଟ ଚୋରି ହେବାର ଆଶଙ୍କା ରହିଛି । ଏଣୁ ଏହାର ବ୍ୟବହାରକୁ ମନ୍ତ୍ରଣାଳୟ ବାରଣ କରିଛି ।

କିପରି ବିପଦପୂର୍ଣ୍ଣ AI ଟୁଲ୍‌ ?

  • ତଥ୍ୟ ଚୋରି: ଏହି AI ପ୍ଲାଟଫର୍ମଗୁଡିକ ବାହ୍ୟ ସର୍ଭରରେ ଉପଭୋକ୍ତା ଇନପୁଟ୍‌କୁ ପ୍ରକ୍ରିୟାକରଣ କରନ୍ତି । ଯଦି କେହି ଏହି ଟୁଲ୍‌ଗୁଡ଼ିକରେ ଆର୍ଥିକ ତଥ୍ୟ କିମ୍ବା ପଲିସି ଡ୍ରାଫ୍ଟ ପ୍ରବେଶ କରନ୍ତି ତେବେ ସେଠାରେ ଏକ ସମ୍ଭାବନା ଅଛି ଯେ ଏହା ବିନା ଅନୁମତିରେ ଏହାକୁ ଷ୍ଟୋର କରିବା ସହ ଏହାର ଆକ୍ସେସ ମଧ୍ୟ ପାଇପାରିବ ।
  • ମଡେଲ ଉପରେ ନାହିଁ ନିୟନ୍ତ୍ରଣ: ପାରମ୍ପାରିକ ସଫ୍ଟୱେର୍ ପରି AI ଉପକରଣଗୁଡ଼ିକ କ୍ଲାଉଡ୍ ଆଧାରିତ ଏବଂ ଘରୋଇ କମ୍ପାନୀଗୁଡିକର ମାଲିକାନାରେ ରହିଛି । ଏହି ମଡେଲଗୁଡିକ କିପରି ତଥ୍ୟ ସଂରକ୍ଷଣ କିମ୍ବା ପ୍ରକ୍ରିୟାକରଣ କରିପାରନ୍ତି ତାହା ଉପରେ ସରକାରଙ୍କ ନିୟନ୍ତ୍ରଣ ନଥାଏ, ଫଳରେ ଏମାନେ ବିଦେଶୀ ପ୍ରବେଶ କିମ୍ବା ସାଇବର ବିପଦ ସୃଷ୍ଟି କରିପାରନ୍ତି।
  • ଅନୁପାଳନ ଉଲ୍ଲଙ୍ଘନ: ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସଂରକ୍ଷଣ (DPDP) ଅଧିନିୟମ 2023 ଭଳି ଆଇନ ସହିତ ଅପ୍ରତିବନ୍ଧିତ ଏଆଇ ଟୁଲ୍‌ର ବ୍ୟବହାରକୁ ଅନୁମତି ଦେବା ତଥ୍ୟ ସୁରକ୍ଷା ନୀତିର ଉଲ୍ଲଙ୍ଘନ ହୋଇପାରେ ।

ଏବେ କଣ କରିବେ କର୍ମଚାରୀ ?

ଅର୍ଥ ମନ୍ତ୍ରଣାଳୟର କର୍ମଚାରୀ ଅଫିସ କାମ ଲାଗି ବ୍ୟବହାର କରୁଥିବା କମ୍ପ୍ୟୁଟର କିମ୍ବା ମୋବାଇଲରେ ଚାଟଜିପିଟି ଓ ଡିପସିକ୍‌ର ବ୍ୟବହାର କରିପାରିବେ ନାହିଁ । ଯାହାଦ୍ବାରା ସେମାନଙ୍କୁ ପୂର୍ବପରି ପାରମ୍ପରିକ କାର୍ଯ୍ୟ କରିବାର ପନ୍ଥା ଆପଣେଇବାକୁ ପଡ଼ିବ । କିନ୍ତୁ ସେମାନେ ନିଜ ବ୍ୟକ୍ତିଗତ ଡିଭାଇସରେ ଏହି ଦୁଇ ଏଆଇ ଟୁଲ୍‌ର ବ୍ୟବହାର କରିପାରିବେ ।

ଆଉ କେଉଁ ରାଷ୍ଟ୍ର ନେଇଛି ଏପରି ପଦକ୍ଷେପ ?

ଭାରତ ବ୍ୟତୀତ ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏପରି ଏଆଇ ଟୁଲ୍‌କୁ ନେଇ ଚିନ୍ତାପ୍ରକଟ କରିଛନ୍ତି । କିଛି ଦିନ ପୂର୍ବରୁ ତାଇୱାନ ସୁରକ୍ଷା ଦୃଷ୍ଟିରୁ ଚାଇନିଜ AI ଷ୍ଟାର୍ଟଅପ୍‌ ଡିପସିକ୍‌ର ବ୍ୟବହାର ବନ୍ଦ କରିବାକୁ ଏହାର ସରକାରୀ ଏଜେନ୍ସିକୁ କହିଛି । ସେପଟେ ଆମେରିକା ଓ ଇଟାଲୀ ମଧ୍ୟ ଡିପସିକ୍‌କୁ ଦେଶରେ ବ୍ୟାନ୍‌ କରିଛି ।

ଏହା ବି ପଢନ୍ତୁ
  1. OpenAIର ବଡ଼ ଅଭିଯୋଗ; DeepSeekକୁ ତାଲିମ ପାଇଁ ଚୋରି ହୋଇଛି ChatGPT ମଡେଲ
  2. ୟୁଜରଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିପାରେ ChatGPT; ନୂଆ ଅଧ୍ୟୟନରେ ଖୁଲାସା
  3. ଜେମିନି ଓ ଚାଟ ଜିପିଟି ମଧ୍ୟରେ ପାର୍ଥକ୍ୟ କଣ ? ଗୁଗଲ-ଓପନଏଆଇ ମଧ୍ୟରେ ହେବ କି ଟକ୍କର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.