ETV Bharat / health

ସୋରିଷ ତେଲରେ ପ୍ରସ୍ତୁତ କରନ୍ତୁ ଖାଦ୍ୟ, କୋଲେଷ୍ଟ୍ରଲ କହିବ ବାଏ ବାଏ - Health Benefits Of Mustard Oil

author img

By ETV Bharat Odisha Team

Published : Jul 20, 2024, 10:32 PM IST

Updated : Jul 21, 2024, 8:21 PM IST

Health Benefits Of Mustard Oil: ଘରେ ତ ରୋଷେଇରେ ସମସ୍ତେ ତେଲ ବ୍ୟବହାର କରନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ? ରନ୍ଧା ତେଲ ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ । ତେବେ କେଉଁ ତେଲ ଖାଇଲେ ଶରୀର ସୁସ୍ଥ ରହିବ ଆସନ୍ତୁ ଜାଣିବା ।

Health Benefits Of Mustard Oil
Health Benefits Of Mustard Oil (ETV Bharat Odisha)

ହାଇଦ୍ରାବାଦ: ଘରେ ସୁଆଦିଆ ତରକାରୀ ହେଉ ଅବା ଭଜା । ଟେଷ୍ଟି ଖାଇବା ବନେଇବା ପାଇଁ ପ୍ରଥମେ ତେଲର ଖୋଜାପଡ଼େ । ଆଉ ରୋଷେଇ ପାଇଁ ପ୍ରତ୍ୟେକ ରୋଷେଇ ଘରେ ତେଲ ବ୍ୟବହାର ହୁଏ । ତେବେ ଅଧିକାଂଶ ଲୋକ ରୋଷେଇରେ ରିଫାଇନ୍‌ ତେଲ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ? ରିଫାଇନ ତେଲ ଠାରୁ ସୋରିଷ ତେଲ ଅଧିକ ଲାଭଦାୟକ । ସୋରିଷ ତେଲ ବ୍ୟବହାର କରିବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଶୁଦ୍ଧ ଓ କଚ୍ଚି ଘନି ସୋରିଷ ତେଲରେ ଫ୍ୟାଟି ଏସିଡ୍ ମିଳିଥାଏ । ଯାହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

Health Benefits Of Mustard Oil
Health Benefits Of Mustard Oil (RKC)

ସୋରିଷ ତେଲର ଫାଇଦା:

ସୋରିଷ ତେଲରେ ଥିବା ରୋଗ ପ୍ରତିରୋଧକ ଗୁଣ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ସୋରିଷ ତେଲରେ ପ୍ରୋଟିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ, କ୍ୟାଲୋରୀ, ଭିଟାମିନ୍ A ଏବଂ ଭିଟାମିନ୍ C ପ୍ରଚୁର ପରିମାଣରେ ମିଳିଥାଏ । କେବଳ ଏତିକି ନୁହେଁ, ସୋରିଷ ତେଲରେ ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ E ଏବଂ ଓମେଗା-5 ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ସୋରିଷ ତେଲରେ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ମଧ୍ୟ ମିଳିଥାଏ ।

କୋଲେଷ୍ଟ୍ରଲ କମ୍‌ କରେ ସୋରିଷ ତେଲ:

Health Benefits Of Mustard Oil
Health Benefits Of Mustard Oil (RKC)

ଆଜିକାଲି ଖରାପ ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ କାରଣରୁ ଉଚ୍ଚ କୋଲେଷ୍ଟ୍ରଲ ସମସ୍ୟା ସାଧାରଣ ହୋଇଗଲାଣି । ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ଯେ କୌଣସି ବୟସର ବ୍ୟକ୍ତି ସମସ୍ତଙ୍କ ପାଖରେ କୋଲେଷ୍ଟ୍ରଲ ସମସ୍ୟା ଦେଖାଦେଉଛି । ତେଣୁ ଏଥିରୁ ବର୍ତ୍ତିବା ପାଇଁ ରନ୍ଧା ତେଲ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ରିଫାଇନ ସହ ଅନ୍ୟାନ୍ୟ ରନ୍ଧନ ତେଲ ଶରୀରରେ ଖରାପ କୋଲେଷ୍ଟ୍ରଲ ସ୍ତରକୁ ବୃଦ୍ଧି କରିଥାଏ । ମାତ୍ର ସୋରିଷ ତେଲରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ଫ୍ୟାଟ ପରିମାଣ କମ୍‌ ଥାଏ । ସୋରିଷ ତେଲ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ସୋରିଷ ତେଲ:

Health Benefits Of Mustard Oil
Health Benefits Of Mustard Oil (RKC)

ସୋରିଷ ତେଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଓ ଆଣ୍ଟି-ଫଙ୍ଗଲ୍ ଗୁଣ ଭରି ରହିଛି । ସୋରିଷ ତେଲରୁ ପ୍ରସ୍ତୁତ ଖାଦ୍ୟ ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଶରୀରକୁ ପୋଷଣ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ସୋରିଷ ତେଲ ଖାଇବା ଦ୍ୱାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମିଥାଏ । ଏହା ସହ ଚର୍ମଜନୀତ ସମସ୍ୟା ଯେପରିକି ଯାଦୁ କାଛୁ ଭଳି ରୋଗରୁ ଉପସମ ଦେଇଥାଏ ।

ଡାଇବେଟିସ୍‌ (ମଧୁମେହ)କୁ ନିୟନ୍ତ୍ରଣ କରିଥାଏ :

Health Benefits Of Mustard Oil
Health Benefits Of Mustard Oil (RKC)

ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗର ଶିକାର ହେଉଛନ୍ତି । ରକ୍ତରେ ଶର୍କରା ପରିମାଣ ବୃଦ୍ଧି ହେଲେ ଡାଇବେଟିସ୍‌ ଭଳି ରୋଗ ହୋଇଥାଏ । ତେବେ ଉଚ୍ଚ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ମାତ୍ର ଲୋକମାନେ ରିଫାଇନ ତେଲରେ ଖାଦ୍ୟ ରାନ୍ଧି ଖାଇବା ଦ୍ବାରା ଶରୀର ଖରାପ ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଡାଇବେଟିସ୍‌ ରୋଗୀଙ୍କ ପାଇଁ ସୋରିଷ ତେଲ ରାମବାଣ ସଦୃଶ । ଏହା ହାର୍ଟକୁ ମଧ୍ୟ ସୁସ୍ଥ ରଖେ ।

ଥଣ୍ଡାକାଶରୁ କରେ ରକ୍ଷା:

ବର୍ଷାଦିନେ ମୁଖ୍ୟତଃ ଥଣ୍ଡା ଓ କାଶ ହୋଇଥାଏ । ବିଶେଷ କରି ପିଲାମାନଙ୍କ ପାଖରେ ଏହି ସମସ୍ୟା ବେଶି ଦେଖାଦିଏ । ତେଣୁ ସୋରିଷ ତେଲରେ ରସୁଣ ମିଶାଇ ଏହାକୁ ହାଲକା ଗରମ ପରି ପାଦ ଓ ଛାତିରେ ମାଲିସ କଲେ ଥଣ୍ଡା କାଶରୁ ମୁକ୍ତି ମିଳିଥାଏ । ଏହା ସହ ସୋରିଷ ତେଲ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆଶ୍ବସ୍ତି ଦେଇଥାଏ ।

Health Benefits Of Mustard Oil
Health Benefits Of Mustard Oil (RKC)

କୋଲେଷ୍ଟ୍ରଲ କ'ଣ:

କୋଲେଷ୍ଟ୍ରଲ ଆମ ରକ୍ତରେ ଥିବା ମହମ ପରି ଷ୍ଟିକି ପଦାର୍ଥ, ଯାହା ଶରୀରର ଯକୃତ ବା ଲିଭରରୁ ନିର୍ଗତ ହୋଇଥାଏ । କୋଲେଷ୍ଟ୍ରଲ ଶରୀରରେ ଭିଟାମିନ D ଓ ହରମନ୍‌ ଉତ୍ପନ୍ନ କରିଥାଏ । କୋଲେଷ୍ଟ୍ରଲ ଦୁଇଟି ଉତ୍ସରୁ ଆସିଥାଏ । ଲିଭର ଶରୀର ପାଇଁ ଆବଶ୍ୟକ ଥିବା କୋଲେଷ୍ଟ୍ରଲ ତିଆରି କରେ । ଏହା ସହ ଶରୀରରେ ଥିବା କୋଲେଷ୍ଟ୍ରଲ ଅବଶିଷ୍ଟ ଅଂଶ ପଶୁମାନଙ୍କ ପାଖରୁ ମିଳିଥାଏ । ଉଦାହରଣ ସ୍ୱରୂପ ମାଛ ମାଂସ, ଅଣ୍ଡା ଏବଂ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକରେ କୋଲେଷ୍ଟ୍ରଲ ଥାଏ । ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି, ଯାହାକୁ ଭଲ କୋଲେଷ୍ଟ୍ରଲ (HDL) ଏବଂ ଖରାପ କୋଲେଷ୍ଟ୍ରଲ (LDL) କୁହାଯାଏ । ଯଦି କାହାର ଶରୀରରେ ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଏ, ତେବେ ଏହା ସେହି ବ୍ୟକ୍ତିଙ୍କ ଶରୀରରେ ସମସ୍ୟା ସୃଷ୍ଟି କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2024, 8:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.