ମେଷ: ଆଜି ଆପଣଙ୍କ ଜୀବନରେ ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତପୂର୍ଣ୍ଣ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣଙ୍କ ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୁତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟାଳୟର କାର୍ଯ୍ୟର ଚାପ ଆପଣଙ୍କୁ କିଛି ସମୟ ପାଇଁ ବିଚଳିତ କରିପାରେ । ମାତ୍ର ଉପରିସ୍ଥ ହାକିମ କିମ୍ୱା ମାଲିକଙ୍କ ସହ ସାକ୍ଷାତ ଏବଂ ସେମାନଙ୍କର ପ୍ରଶଂସା ଆପଣଙ୍କୁ ଉତ୍ସାହିତ କରିପାରେ ।

ବୃଷ: ମହାଦେବଙ୍କ କୃପାରୁ ଆଜିର ଦିନଟି ଆପଣଙ୍କ ପାଇଁ ଏକ ଶୁଭ ଦିନ । ଆପଣ ବିଦେଶକୁ, ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ତାହା ପ୍ରଚୁର ଅର୍ଥ ଉପାର୍ଜନ କରିବାର ସୁଯୋଗ ଦେବ । ଧାର୍ମୀକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଧି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।

ମିଥୁନ: ଆଜି ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ଏକ ନୁତନ କର୍ଯ୍ୟାରମ୍ଭ ପାଇଁ ଦିନଟି ଭଲ ରହିବ । ଆଜି ଦିନଟି ତୁମ ସପକ୍ଷରେ ରହିବ । ଆଜି ଅଧିକ ରାଗିଯିବା ଭଲ ନୁହଁ, ଏହା ଆପଣଙ୍କ ଚରିପାଖେ ଥିବା ଲୋକମାନଙ୍କ ସହ ସମ୍ବନ୍ଧରେ ବାଧା ଉପୁଜାଇ ପାରେ । ଆଜି ନିଜ ଖର୍ଚ୍ଚ ଉପରେ କଟକଣା ରଖନ୍ତୁ । ସରକାରୀ କାର୍ଯ୍ୟରେ ଆପଣ ବାହାରକୁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ହୋଇପାରେ । କାର୍ଯ୍ୟଚାପ ରହିଲେ ମଧ୍ୟ ସଫଳତାର ସହ ସବୁ ଶେଷ କରିବେ ।

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଏଥିରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ସମ୍ମାନୀତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ନୂଆ ଯାନ କ୍ରୟ କରିପାରନ୍ତି ।

ସିଂହ: ଶଙ୍କରଙ୍କୁ ସ୍ମରଣ କରି କାର୍ଯ୍ୟ ଆରମ୍ଭ କଲେ ସଫଳତା ପାଇବେ । ପରିଶ୍ରମ ଅନୁସାରେ ଫଳ ପାଇବେ । କାର୍ମକ୍ଷେତ୍ରରେ ଚାପ ରହିପାରେ । ମାତ୍ର କାର୍ଯ୍ୟଭାର ମଧ୍ୟରେ ବି କାମକୁ ସଫଳ ଭାବରେ କରିବେ । ମା'ଙ୍କ କିମ୍ବା ପରିବାରର କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପେଟଜନିତ ସମସ୍ୟା ଦେଖାଦେଇପାରେ । ଆୟ ଅନୁସାରେ ବ୍ୟୟ କରିବେ । ସନ୍ଧ୍ୟା ସମରେ ଧାର୍ମିକ କାର୍ଯ୍ୟରେ ସାମିଲ ହୋଇ ଆତ୍ମସନ୍ତୋଷ ପାଇବେ ।

କନ୍ୟା: ଆଜି ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହି ନେବେ । ଏହି ଗୁଣ ଯୋଗୁଁ ପାଖ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ନିଜର ପେଟ ଯନ୍ତ୍ରଣା ଭୋଗ କରିପାରନ୍ତି । ସମୁହ ଆଲୋଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆଜି ଆକସ୍ମିକ ଧନଲାଭ ହୋଇପାରେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସ୍ତରରେ ସୁସ୍ଥତା ରହିବେ । ପୂଜାପାଠରେ ମନ ଦେବେ ।

ତୁଳା: ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ । ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିବେ । କାଗଜ ପତ୍ର କାମ କରିବା ବେଳେ ସତର୍କତା ଅବଲମ୍ୱନ କରନ୍ତୁ । ଆୟର ନୂତନ ଉତ୍ସ ମିଳିବ । ଜଳ ଓ ଅଗ୍ନି ଟାରୁ ଆଜି ସତର୍କ ରୁହନ୍ତୁ । ଧାର୍ମିକ ସ୍ଥଳକୁ ଯାଇ ଅତ୍ମସନ୍ତୋଷ ପାଇବେ । ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ । ମିଠା ବଚନରେ ଅନ୍ୟମାନଙ୍କୁ ନିଜର କରିବେ । ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ । ଆଜି କୌଣସି ସ୍ଥାନକୁ ଅତିଥି ଭାବରେ ଆମନ୍ତ୍ରିତ ହୋଇପାରନ୍ତି ।

ବିଛା: ଆଜି ନକ୍ଷତ୍ରମାନେ ସୁନ୍ଦର ଭାଗ୍ୟ ଓ ଭବିଷ୍ୟତ ତୁମ ପାଇଁ ସାଇତି ରଖିଛନ୍ତି । ଯେକୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ । ଦିନସାରା ଆନନ୍ଦ ଅନୁଭବ କରିବେ । ସମ୍ପର୍କିୟଙ୍କ ସହଯୋଗ ପାଇ ମନ ପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟାକୁ ନେଇ ଜୀବନସାଥିଙ୍କ ସହ ଆଲୋଚନା କରିବ । ଯାହା ଫଳପ୍ରଦ ହେବ । ଜାତକରେ ଆର୍ଥିକ ସ୍ଥିତି ମଜଭୁତ ଏବଂ ସମ୍ପୂର୍ଣ୍ଣ ଭାଗ୍ୟଶାଳୀ ଦେଖାଯାଉଛି । ସାଙ୍ଗମାନଙ୍କ ସହିତ ଛୋଟିଆ ଯାତ୍ରା ଖୁସିଦାୟକ ହେବ ଏବଂ ଏକ ଚିନ୍ତା କରି ନ ଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଧନୁ: ଆଜି ଆପଣ ନିଜର କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବାରେ ସମର୍ଥ ହେବେ । ଏକ ବଡ଼ ଖୁସି ଖବର ପାଇଁ ଉତ୍ସାହିତ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ୱପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଗୃହକର୍ମରେ ନିଜକୁ ଦିନସାରା ଲିପ୍ତ ରଖିବେ । ପରିବାର ଲୋକଙ୍କ ସହ ହସଖୁସିରେ ଦିନ କାଟିବେ । ନିଜ ଉପରେ ନ୍ୟସ୍ତ କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବେ । ବିଦ୍ୟାର୍ଥୀ ପାଠ ପଢ଼ାରେ ଉନ୍ନତି କରିବେ । ଦାନ ଧର୍ମ ପ୍ରତି ମନ ବଳାଇବେ ।

ମକର: ଆଜି ଆପଣଙ୍କ କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ । ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହାହେଲେ ଅତି ଉଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପତି/ପତ୍ନୀଙ୍କ ସହ ଦେବାଳୟକୁ ଯାଇପାରନ୍ତି । ଆଜି ଦିନରେ ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଆଜି ଆପଣ ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ ।

କୁମ୍ଭ: ଆପଣ ଶାରୀରିକ ଏବଂ ମାନସିକ ଭାବରେ ଆଜି ସୁସ୍ଥ ରହିବେ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଧର୍ମିକ ସ୍ଥାନ ପରିଦର୍ଶନ କରିବାକୁ ଯାଇପାରନ୍ତି । ଟଙ୍କା ପଇସା ନିବେଶ କରିବା ଏବଂ ଆଇନ୍ କାନୁନ୍ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ସାବଧାନତା ଅବଲମ୍ବନ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । କିଛି ବ୍ୟକ୍ତିଗତ କ୍ଷତି ପରେ ମଧ୍ୟ ଆପଣ ହିଁ ଲାଭବାନ ହେବେ । ଆପଣଙ୍କ କଥା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିଲେ ସଫଳତା ଆପଣଙ୍କ ହାତ ପାହାନ୍ତାରେ ରହିବ ।

ମୀନ: ଆଜି ମହାଶିବରାତ୍ରିରେ ଆକସ୍ମିକ ଭାବରେ ଆର୍ଥିକ ଲାଭ ହୋଇପାରେ । ଆପଣଙ୍କ ପିଲା ସମ୍ବନ୍ଧରେ ଭଲ ଖବର ଶୁଣିପାରନ୍ତି । ପିଲାବେଳର ସାଙ୍ଗ ସହ ଦେଖା ହୋଇ ଆପଣ ନିଜର ଖୁସି ଅନୁଭବ କରିବେ । ଆପଣ ନୂଆ ବ୍ୟକ୍ତିମାନଙ୍କ ବନ୍ଧୁ ହୋଇପାରନ୍ତି । ଯେଉଁମାନେ ଭବିଷ୍ୟତରେ ଲାଭଦାୟୀ ହୋଇପାରନ୍ତି । ବ୍ୟବସାୟ ଦୃଷ୍ଟିରୁ, ଆର୍ଥିକ ଲାଭ ହୋଇପାରେ । ସାମିଜକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ ।
