ETV Bharat / state

ବିଦ୍ୟାଳୟରେ ଅବ୍ୟବସ୍ଥା, ସମସ୍ୟା ଜଣାଇବାକୁ ୨୨ କିମି ଚାଲିଲେ ଛାତ୍ର - STUDENTS WALK 22 KM

୨୨ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ଗଲେ ଛାତ୍ର । ବିଦ୍ୟାଳୟରେ ଅବ୍ୟବସ୍ଥା ଅଭିଯୋଗ । ଜିଲ୍ଲା ମଙ୍ଗଳ ଅଧିକାରୀ ଦେଲେ ପ୍ରତିଶ୍ରୁତି ।

Students Walk 22 km to meet collector
Students Walk 22 km to meet collector (ETV Bharat Odisha)
author img

By ETV Bharat Odisha Team

Published : Feb 25, 2025, 10:03 PM IST

ରାଇରଙ୍ଗପୁର : ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଛାତ୍ରମାନଙ୍କ ପ୍ରତିବାଦ । ବାରମ୍ବାର ଅଭିଯୋଗ ପରେ ବି କେହି ନଶୁଣିବାରୁ ୨୨ କିମି ଚାଲି ଚାଲି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ଆସିଛନ୍ତି ଛାତ୍ର । ବିଦ୍ୟାଳୟରେ ବିଭିନ୍ନ ଅବ୍ୟବସ୍ଥା ଥିବାବେଳେ ଏନେଇ ଅଭିଯୋଗ ଜଣାଇଲେ ମଧ୍ୟ କୌଣସି ସମାଧାନ ହୋଇନଥିବା କହିଛନ୍ତି ଅଭିଯୋଗକାରୀ ଛାତ୍ର । ତେଣୁ ଅଭିଯୋଗ ଶୁଣାଇବାକୁ ଜିଲ୍ଲାପାଳଙ୍କ ଛାତ୍ରମାନେ ଦ୍ବାରସ୍ଥ ହୋଇଛନ୍ତି ।

Students Walk 22 km to meet collector (ETV Bharat Odisha)

୨୨ କିମି ଚାଲି ଚାଲି ଆସିଲେ ଛାତ୍ର:

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇବାକୁ ଛାତ୍ରମାନେ ୨୨ କିମି ଚାଲି ଚାଲି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ଆସିଛନ୍ତି । ଛାତ୍ରମାନେ ହେଲେ ଖୁଣ୍ଟା ବ୍ଲକ ଅନ୍ତର୍ଗତ ବାସିପିଠା ସରକାରୀ ଆଶ୍ରମ ଉଚ୍ଚ ବିଦ୍ୟାଳୟର । ୧୧୬ ଜଣ ଛାତ୍ରଛାତ୍ରୀ ଗତକାଲି (ସୋମବାର) ରାତି ୧୨ ଟାରୁ ଚାଲି ଚାଲି ବାରିପଦା ଆସି ଆଜି (ମଙ୍ଗଳବାର) ସକାଳେ ପହଞ୍ଚିଥିଲେ ।

ଛାତ୍ରଙ୍କ ଅଭିଯୋଗ:

ଛାତ୍ର ମାନେ ସ୍କୁଲ ପରିସରରେ ଥିବା ହଷ୍ଟେଲରେ ରହୁଛନ୍ତି । ସ୍ୱରୂପ ହାଁସଦା ନାମକ ଜଣେ ଛାତ୍ର କହିଛନ୍ତି, "ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଛି । ଏନେଇ ଅଭିଯୋଗ କଲେ ଶିକ୍ଷକ ମାନେ ମାଡ ମାରୁଛନ୍ତି । କେତେ ଜଣ ଶିକ୍ଷକ ଦୁର୍ବ୍ୟବହାର କରିବା ସହ ମାରପିଟ୍ କରୁଛନ୍ତି । ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଛନ୍ତି ।" ସେହିପରି ଆଉ ଜଣେ ଛାତ୍ର ରାଜକୁମାର ହେମ୍ବ୍ରମ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ତେଣୁ ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିବା କହିଛନ୍ତି ଛାତ୍ର ।

ଏହା ବି ପଢନ୍ତୁ...ସ୍କୁଲ ଅବ୍ୟବସ୍ଥା ଜଣାଇବାକୁ ୨୫ କିମି ଚାଲିଲେ ଛାତ୍ରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ - Tribal School Students Walk 25 Km - TRIBAL SCHOOL STUDENTS WALK 25 KM

ଏହା ବି ପଢନ୍ତୁ- ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, 'ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବାଧ୍ୟତାମୂଳକ' - INTERNAL COMPLAINT COMMITTEE

'ସତ ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ'

ଛାତ୍ରମାନେ ୨୫ କିଲୋମିଟର ଚାଲି ଚାଲି ଆସି ବାରିପଦାରେ ପହଞ୍ଚିଥିବାବେଳେ ଛଉ ପଡ଼ିଆ ନିକଟରେ ବାରିପଦା ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ସେମାନଙ୍କ ସହ ଆଲୋଚନା କରି ବୁଝାସୁଝା କରିଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁଚରଣ ମଲ୍ଲିକ କହିଛନ୍ତି, "ଅଭିଯୋଗ ନେଇ ତଦନ୍ତ କରାଯିବ । ଏଥିରେ ସତ୍ୟତା ଥିଲେ ସମ୍ପୃକ୍ତ ଶିକ୍ଷକମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.