ETV Bharat / health

ଧଇଁସଇଁ ଅନୁଭବ କରୁଛନ୍ତି କି ? ଅଣଦେଖା କରନ୍ତୁନି, ବଡ଼ରୋଗର ସଙ୍କେତ - Causes of Breathlessness

author img

By ETV Bharat Odisha Team

Published : Jul 19, 2024, 6:06 PM IST

Updated : Jul 20, 2024, 8:46 AM IST

Causes of Breathlessness: ଅଳ୍ପ ପାହାଚ ଚଢୁଚଢୁ ଥକ୍କାପଣ ଅନୁଭବ କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ଜୋରଜୋରରେ ନେଉଛନ୍ତି କି ? ଅନେକ ସମୟରେ ଏହାକୁ ସାଧାରଣ ଭାବି ଲୋକମାନେ ଅଣଦେଖା କରିଦେଇଥାନ୍ତି । ତେବେ ଏହା ଅନେକ ବଡ ରୋଗର କାରଣ କିମ୍ବା ଆରମ୍ଭ ହୋଇଥାଇପାରେ । ଅଧିକ ପଢନ୍ତୁ

Causes of Breathlessness
Causes of Breathlessness (Getty image)

ହାଇଦ୍ରାବାଦ: ପାହାଚ ଚଢିବା ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଏ । ଏହାକୁ ଏକ ପ୍ରକାର ବ୍ୟାୟାମ ବୋଲି ମଧ୍ୟ କୁହାଯାଏ । ପାହାଚ ଚଢିବା ଓହ୍ଲାଇବା ଦ୍ୱାରା ଓଜନ କମିଥାଏ । କିଛି ବ୍ୟକ୍ତି ଅଳ୍ପ ପାହାଚ ଚଢୁ ଚଢୁ ଥକ୍କାପଣ ଅନୁଭବ କରିଥାନ୍ତି କିମ୍ବା ନିଃଶ୍ୱାସ ପ୍ରଶ୍ୱାସ ଜୋରଜୋରରେ ନେଇଥାନ୍ତି । ଅନେକ ସମୟରେ ଏହାକୁ ସାଧାରଣ ଭାବି ଲୋକମାନେ ଅଣଦେଖା କରିଦେଇଥାନ୍ତି । ତେବେ ଏଭଳି କରିବା ଶରୀର ପାଇଁ ବେଶ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ସିଢି ଚଢିବା ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହେବା କିମ୍ବା ଥକ୍କା ପଣ ଲାଗିବା କିଛି ସାଧାରଣ କଥା ନୁହେଁ ବରଂ ଏହା ଅନେକ ବଡ ରୋଗର କାରଣ କିମ୍ବା ଆରମ୍ଭ ହୋଇଥାଇପାରେ ।

Causes of Breathlessness
Causes of Breathlessness (Getty image)

ମୁଖ୍ୟତଃ ୨ଟି କାରଣରୁ ନିଃଶ୍ୱାସ ଫୁଲିଥାଏ । ପ୍ରଥମତଃ ଯଦି ଆପଣଙ୍କ ଫୁସଫୁସ୍‌ ସଠିକ ଭାବେ କାର୍ଯ୍ୟ କରୁନଥିବ କିମ୍ବା ସେଥିରେ ଅକ୍ସିଜେନ ଲେବୁଲ କମ ଥିବ । ଦ୍ୱିତୀୟ କାରଣ ହେଉଛି ଆପଣଙ୍କ ହୃଦୟ ଠିକ ଭାବେ କାମ ନକଲେ ମଧ୍ୟ ଏପରି ହୋଇଥାଏ । ଯଦି ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବେ ନ ହୁଏ ତେବେ ଏହାର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ ଓ ଏଭଳି ସମସ୍ୟା ଦେଖାଯାଇଥାଏ । ସିଢି ଚଢିବା ସମୟରେ ଆପଣଙ୍କ ନିଃଶ୍ୱାସ ପ୍ରଶ୍ୱାସ ଯେକୌଣସି କାରଣରୁ ବି ଫୁଲୁଥାଉ, କିନ୍ତୁ ଏହା ବଡ ରୋଗର ଆରମ୍ଭ ହୋଇଥାଇପାରେ । ତେବେ ଜାଣନ୍ତୁ ପାହାଚ ଚଢିବା ବେଳେ ଯଦି ଆପଣ ଜୋର ଜୋରରେ ନିଃଶ୍ୱାସ ନେଉଛନ୍ତି ତେବେ ଆପଣଙ୍କୁ କେଉଁ କେଉଁ ରୋଗ ହୋଇଥିବାର ସମ୍ଭାବନା ରହିଛି ।

Causes of Breathlessness
Causes of Breathlessness (Getty image)

ଆସ୍ଥାମା ରୋଗର ସଙ୍କେତ: ଯଦି ପାହାଚ ଚଢିବା ସମୟରେ ଆପଣ ଜୋର ଜୋରରେ ନିଃଶ୍ୱାସ ନେଉଛନ୍ତି ତେବେ ଏହା ଆସ୍ଥାମା ସମସ୍ୟା ହୋଇଥାଇପାରେ । ତେବେ ବିଳମ୍ବ ନ କରି ଏନେଇ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

Causes of Breathlessness
Causes of Breathlessness (Getty image)

ମେଦ ବହୁଳତା ପାଇଁ ମଧ୍ୟ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଯାଇଥାଏ: ମେଦ ବହୁଳତାର ଶିକାର ବ୍ୟକ୍ତିଙ୍କର ମଧ୍ୟ ପାହାଚ ଚଢିବା ବେଳେ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଦେଖାଯାଇଥାଏ । ତେବେ ଓଜନ ବଢିବା ଦ୍ୱାରା ଫୁସଫୁସରେ ଏହାର ପ୍ରଭାବ ପଡିଥାଏ । ବାସ୍ତବରେ, ଓଜନ ବୃଦ୍ଧି ହେତୁ ଅତିରିକ୍ତ ଓଜନ ଫୁସଫୁସ ଉପରେ ପଡ଼ିବା ଆରମ୍ଭ କରେ । ମସ୍ତିଷ୍କର ଶ୍ୱାସକ୍ରିୟା ନିୟନ୍ତ୍ରଣ ମଧ୍ୟ ଦୁର୍ବଳ ହୋଇଯାଏ ଏବଂ ଯେତେବେଳେ ବି ଆପଣ ପାହାଚ ଚଢିଥାନ୍ତି କିମ୍ବା ଶୀଘ୍ର ନିଃଶ୍ୱାସ ନିଅନ୍ତି, ସେତେବେଳେ ଆପଣ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. କମ୍‌ ଶୋଉଥିଲେ ମାଡି ବସିବ ବଡ ରୋଗ, ଜାଣନ୍ତୁ କେଉଁ ବୟସରେ କେତେ ସମୟ ଶୋଇବା ଜରୁରୀ... - Sleep According to Age

Causes of Breathlessness
Causes of Breathlessness (Getty image)

କ୍ରୋନିକ ଅବଷ୍ଟ୍ରକଟିଭ ପଲ୍‌ମୋନାରୀ ଡିଜିଜ୍ (COPD) ସମସ୍ୟା: କ୍ରୋନିକ ଅବଷ୍ଟ୍ରକଟିଭ ପଲ୍‌ମୋନାରୀ ଡିଜିଜ୍ (COPD) ମୁଖ୍ୟତଃ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କଠାରେ ଦେଖିବାକୁ ମିଳିଥାଏ । ଏହି ରୋଗରେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ ଭିତରୁ କ୍ଷତିଗ୍ରସ୍ତ ହୋଇଥାଏ । ଯେଉଁଥିପାଇଁ ପାହାଚ ଚଢିବା ସମୟରେ ନିଃଶ୍ୱାସ ଫୁଲିଥାଏ । ଯଦି ଆପଣ ଧୂମପାନ କରୁଛନ୍ତି ଏବଂ ପାହାଚ ଚଢିବା ବେଳେ ଆପଣଙ୍କୁ ଥକ୍କାପଣ କିମ୍ବା ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ତେହେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Causes of Breathlessness
Causes of Breathlessness (Getty image)

ଏଟ୍ରିଆଲ ଫିବ୍ରିଲେସନ ସମସ୍ୟା ଥାଇପାରେ: ଯଦି ପାହାଚ ଚଢିବା ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରୁଥାନ୍ତି ତେବେ ଏହା ଏଟ୍ରିଆଲ ଫିବ୍ରିଲେସନ ସମସ୍ୟା ମଧ୍ୟ ହୋଇଥାଇପାରେ । ଏଟ୍ରିଆଲ ଫିବ୍ରିଲେସନ ହେଲେ ହୃଦ-ସ୍ପନ୍ଦନର ଗତି ବଢି ଯାଇଥାଏ ।

Causes of Breathlessness
Causes of Breathlessness (Getty image)

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭିନ୍ନ ହୋଇଥାଏ । ତେଣୁ ଏଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିନେବା ଉଚିତ ହେବ ।

Last Updated : Jul 20, 2024, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.