ମେଷ: ଆଜି ଆପଣ କିଛି ନିର୍ମାଣ କରିପାରନ୍ତି । ଆପଣଙ୍କ ଜୀବନସାଥୀ ଏତେ ଦିନ ଧରି ଘରର ଯେଉଁ ପରିବର୍ତ୍ତନ ପାଇଁ କହୁଛନ୍ତି ସେହି କାମ ଆପଣ ଆଜି ହାତକୁ ନେବେ । ପ୍ରତ୍ୟେକ କାର୍ଯ୍ୟକୁ ଶୀଘ୍ର କରିବାକୁ ଚେଷ୍ଟା କରିବେ । ଯାହା ଆପଣଙ୍କୁ ଓଲଟା ଫଳ ଦେଇପାରେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

ବୃଷ: ଆଜି ଆପଣ ପରିବାର ସହିତ ଶାନ୍ତିରେ ସମୟ କାଟିବେ । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ ।

ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଏହି ମଧୁର ଦିନଟି ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ଖୁସିରେ କାଟିବେ । ବିବାହ କିମ୍ବା ନିର୍ବନ୍ଧ ପାଇଁ ଆମନ୍ତ୍ରିତ ହୋଇଥିଲେ, ସେହି ଉତ୍ସବରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହୁଅନ୍ତୁ ନାହିଁ । ବୃତ୍ତିଜୀବିଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।

କର୍କଟ: ସ୍ୱାଦିଷ୍ଟ ଖାଦ୍ୟ ଖାଇବେ । ଆପଣଙ୍କର ମନୋବଳ ଏବଂ ସମ୍ବେଦନ ଶୀଳତା ଉନ୍ନତ ରହିବ । ଧନ ଲାଭର ସଂକେତ ରହିଛି । ଶରୂର ସୁସ୍ଥ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଉଚ୍ଚାଭିଳାଷି ହେବେ ।

ସିଂହ: ଆଜି ଆପଣଙ୍କ ବୁଦ୍ଧିଭ୍ରଷ୍ଟ ହୋଇପାରେ । କୌଣସି ସିଦ୍ଧାନ୍ତରେ ନ ପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । ବିକ୍ଷିପ୍ତଭାବରେ ନିୟମିତ କାମ କରିବାକୁ ଥିବାରୁ ଏହା ଆପଣଙ୍କୁ ବିଚଳିତ କରିପାରେ । ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ ।

କନ୍ୟା: ସମସ୍ତ ପକ୍ଷରୁ ଲାଭ ମିଳିବାର ସଂକେତ ରହିଛି । ମହିଳାମାନଙ୍କ ମିତ୍ରଙ୍କ ସହିତ ସମ୍ପର୍କ ମଧୁର ହେବା ସମ୍ଭାବନା ଅଛି । ବନ୍ଧୁମାନଙ୍କ ସହ ବାହାରେ କିଛି ସୁରମ୍ୟ ସ୍ଥାନରେ ମଉଜ ମଜଲିସ କରିବାର ଯୋଗ ରହିଛି । ପିଲାଙ୍କଠାରୁ ଖୁସି ଖବର ମିଳିପାର ।

ତୁଳା: ବୃତ୍ତିଗତ ସଙ୍ଗେସଙ୍ଗେ ବ୍ୟବସାୟରେ ମଧ୍ୟ ଉଜ୍ୱଳ ଏବଂ ଅନୁକୂଳ ରହିବ । ଚୂଡାନ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଟ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ହେବାର ଅଛି । ପଦୋନ୍ନତିର ସୁଯୋଗ ମହଜୁତ ରହିଛି । ଘରେ ଶାନ୍ତି ଏବଂ ସଦ୍ଭାବ ପରିପୂର୍ଣ୍ଣ ରହିବ । ଆପଣଙ୍କ ମାଆ ଆପଣଙ୍କର ଲାଭ ଓ ସପକ୍ଷରେ ଯିବା ପାଇଁ ଇଚ୍ଛୁକ ରହିବେ । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ ।

ବିଛା: ଆଜି ଦିନଟି ଆପଣ ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ଆଜି ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ଦିନଟି ଉତ୍ଥାନ ପତନର ଦିନ, ହୋଇପାରେ । ଆପଣ ଏଥିପାଇଁ ହଡବଡେଇ ପାରନ୍ତି । ଯଦି ଆପଣ ଜଣେ ଲେଖକ କିମ୍ବା ଜୀବନଜୀବିକା ପାଇଁ ସୃଜନଶୀଳ କାମ କରୁଛନ୍ତି, ଏହି ସମୟ ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି, କିମ୍ବା ପେଶା ମାନ୍ଦା ହୋଇପାରେ । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଈର୍ଷ୍ୟାନ୍ୱିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ । ଯାତ୍ରା ଯୋଗ ରହିଛି । ଖର୍ଚ୍ଚ ବଢ଼ିପାରେ ।

ଧନୁ: କାର୍ଯ୍ୟ ହସ୍ତାନ୍ତର କିମ୍ୱା ନୂଆ ଯୋଜନା ପାଇଁ ଏହି ଦିନଟି ଠିକ ନୁହେଁ । ଆପଣଙ୍କ କଥା କହିବାର ଶୈଳୀ ଏବଂ ବ୍ୟବହାର ପାଇଁ ସାବଧାନ ରହନ୍ତୁ । ବହୁତ ଅଧିକ ସମ୍ବେଦନଶୀଳତା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇପାରେ । ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଖର୍ଚ୍ଚ ବହୁତ ଅଧିକ ହୋଇପାରେ । ବେଆଇନ କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ ।

ମକର: ଆଜି ଦିନ ଏକ ଗୋଲାପ ପରି ସୁନ୍ଦର ହେବ । ବହୁତ ଆୟ ଏବଂ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ରହିଛି । ଆପଣ ଏକ ମଜବୁତ ଆର୍ଥିକ ବୁନିଆଦୀ ମିଳିବାର ସମ୍ଭାବନା ରହିଛି । କର୍ମସ୍ଥଳରେ କାର୍ଯ୍ୟପାଇଁ ସମ୍ମାନିତ ହେବ। ମାନସମ୍ମାନ ବୃଦ୍ଧି ହେବ । ଏକ ଛୋଟ ଭ୍ରମଣରେ ଯାଇପାରନ୍ତି । ସ୍ବାସ୍ଥ୍ୟରେ ଉନ୍ନତି ହେବ ।

କୁମ୍ଭ: ଗ୍ରହମାନଙ୍କର ସୁପ୍ରଭାବ ଫଳରେ ଆପଣଙ୍କର ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ଗର୍ବିତ ହେବେ । ଯେଉଁ କାର୍ଯ୍ୟର ଦାୟିତ୍ୱ ବହନ କରିବେ, ସେଥିରେ ଆପଣଙ୍କ ସହକର୍ମୀମାନେ ଆଶାତୀତ ଭାବରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ପ୍ରତି ଆପଣଙ୍କର ସ୍ନେହ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାର ଯୋଗୁଁ ଆପଣ ପ୍ରିୟଭାଜନ ହେବେ । ମାତୃପକ୍ଷ ସଦସ୍ୟଙ୍କଠାରୁ ସୁଖବର ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଶରୀର ସୁସ୍ଥ ରହିବ । ସବୁ ଖୁସିକୁ ଏକାଠି କରି ଆପଣ ପ୍ରକୃତିକୁ ଉପଭୋଗ କରିବା ପାଇଁ ଇଚ୍ଛୁକ ହେବେ ।

ମୀନ: ଆଜି ଦିନଟି ବହୁତ ରଚନାତ୍ମକ ହେବା ଆଶା କରାଯାଉଛି । ଆଜି ଆପଣ ଆଶାତିତ ଭାବେ ଭାବୁକତା ଏବଂ ବିଚାରଶୀଳତା ଅନୁଭବ କରିବାର ସମ୍ଭାବନା ଅଛି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଭଲ ରହିବ । ସମାଜିକ ପ୍ରତିଷ୍ଠା ବଢ଼ିବ । ବିବାହ ସ୍ଥିର ହୋଇପାରେ । ଆକଷ୍ମିକ ଧନ ଲାଭ ହେବାର ସଂକେତ ରହିଛି ।
