ETV Bharat / entertainment

ପୁଣି ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ବନ ! କଣ ରହିଛି ତାଙ୍କ ଗୁଡ ନ୍ୟୁଜର କାରଣ.. - Varun Dhawan expecting good news

author img

By ETV Bharat Odisha Team

Published : Jul 27, 2024, 3:15 PM IST

Varun Dhawan Expecting Good News On August 1: ପୁଣିଥରେ ପିତା ହେବାକୁ ଯାଉଛନ୍ତି ବଲିଉଡ ଆକ୍ଟର ବରୁଣ ଧାୱନ ! ବରୁଣଙ୍କ ଲାଟେଷ୍ଟ 'Good News' ପୋଷ୍ଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଜାଣନ୍ତୁ ବରୁଣଙ୍କ ପୋଷ୍ଟର ସତ୍ୟତା କ’ଣ ? ପଢ଼ନ୍ତୁ

VARUN DHAWAN GOOD NEWS
VARUN DHAWAN GOOD NEWS (IANS)

ମୁମ୍ବାଇ: ପୁଣି ବାପା ହେବାକୁ ଯାଉଛନ୍ତି କି ବଲିଉଡ ଆକ୍ଟର ବରୁଣ ଧଓ୍ବନ ? ବରୁଣଙ୍କ ସୋସିଆଲ ମିଡିଆରେ ଗୁଡ ନ୍ୟୁଜ ପୋଷ୍ଟ ୟୁଜର୍ସଙ୍କ ମଧ୍ୟରେ ସସପେନ୍ସ ବଢାଇ ଦେଇଛି । କ'ଣ ପୁଣି ଥରେ ବାପା ହେବାକୁ ଯାଉଛନ୍ତି କି ବରୁଣ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଏବେ ଉଙ୍କି ମାରୁଛି । ଆସନ୍ତୁ ଜାଣିବା ତାଙ୍କର ଏହି ଗୁଡ ନ୍ୟୁଜ ପଛର ରାଜ୍‌ କଣ ?

ବଲିଉଡ ଅଭିନେତା ବରୁଣ ଧଓ୍ବନ ଏବେ ତାଙ୍କର ୨ଟି ପ୍ରୋକ୍ଟେକକୁ ନେଇ ବେଶ ବ୍ୟସ୍ତତାରେ ରହୁଛନ୍ତି । ଖୁବଶୀଘ୍ର ବରୁଣଙ୍କ ଫିଲ୍ମ 'ବେବି ଜାନ' ଓ ଓ୍ବେବ ସିରିଜ 'ସିଟାଡେଲ ହନି ବନି' ଆସିବାକୁ ଯାଉଛି । ବେବି ଜାନ ମୁଭିର ନିର୍ମାତା ଶାହରୁଖ ଖାନଙ୍କ ଫିଲ୍ମ ଯବାନର ନିର୍ଦ୍ଦେଶକ ଏଟଲି ଓ ଆମାଜନ ପ୍ରାଇମ ସିରିଜ 'ସିଟାଡେଲ ହନି ବନି' ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଫରେନ ସିଟାଡେଲର ଇଣ୍ଡିଆନ ଭର୍ସନ । ଏହା ମଧ୍ୟରେ ବରୁଣ ଧଓ୍ବନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ବରୁଣଙ୍କ ଏହି ପୋଷ୍ଟ ଫ୍ୟାନ୍ସମାନଙ୍କୁ ବେଶ କନଫ୍ୟୁଜ କରିଛି ।

ଏହାମଧ୍ୟ ପଢନ୍ତୁ.. ଫିଲ୍ମ ଫ୍ରାଇଡେରେ ରିଲିଜ ହେଲା 'ସଲାମ ଭୁବନେଶ୍ୱର', ପିଣ୍ଟୁ ନନ୍ଦଙ୍କ ଶେଷ ଅଭିନୟ ଦେଖିବେ ଦର୍ଶକ - salaam Bhubaneswar Release

ବରୁଣଙ୍କ ପୋଷ୍ଟ:-

ଆଜି (ଶନିବାର) ବରୁଣ ନିଜ ଇଷ୍ଟାଗ୍ରାମରେ ୨ଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋରେ ସେ ୨ଟି ନୀଳ ରଙ୍ଗର ଟେଡି ଧରିଛନ୍ତି ଏବଂ କ୍ୟାପସନରେ ୦୧.୦୮ ଗୁଡ ନ୍ୟୁଜର ଆଶା ଅଛି (Expecting good news 01.08) ଲେଖିଛନ୍ତି । ଏହି ଫଟୋକୁ ନେଇ ବେଶ ଚର୍ଚ୍ଚା ହେବାରେ ଲାଗିଛି । ୨ଟି ଟେଡି ଥିବାରୁ ସେ ପୁଣି ଥରେ ବାପା ହେବାକୁ ଯାଉଥିବା ନେଇ ଅନେକ ୟୁଜର୍ସ ଅନୁମାନ ଲଗାଉଛନ୍ତି । ଏଥିସହ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି । କହିରଖୁଛୁ ଯେ ଗତ ବର୍ଷ ଜୁନ ୩ ତାରିଖରେ ବରୁଣ ଧଓ୍ବନଙ୍କ ପତ୍ନୀ ନତାଶା ଦଲାଲଙ୍କ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ।

ପୁଣି ଥରେ ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ବନ !

କଣ ସତରେ ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ଯୁବ ଆକ୍ଟର ବରୁଣ ? କଣ ରହିଛି ଏହି ପୋଷ୍ଟ ପଛର କାରଣ । ତେବେ ରିପୋର୍ଟ ଅନୁଯାୟୀ ବରୁଣ ଧଓ୍ବନ ଓ ତେଲୁଗୁ କୁଇନ ସାମନ୍ଥାଙ୍କ ଆକ୍ସନ- ଥ୍ରିଲର ସିରିଜ ସିଟାଡେଲ ହନି ବନି ଆଗାମୀ ମାସ ଅର୍ଥାତ ଅଗଷ୍ଟ ୧ ତାରିଖରେ ରିଲିଜ ହେବାର ଅଛି । ବରୁଣ ଧଓ୍ବନଙ୍କ ପୋଷ୍ଟ ଉପରେ ଅନେକ ୟୁଜର୍ସ ତାଙ୍କର ଏହି ସିରିଜ ରିଲିଜ ହେବା ନେଇ କହୁଛନ୍ତି । ତେବେ ଏହା ପଛରେ ସତ୍ୟତା କଣ ରହିଛି ତାହା ଅଗଷ୍ଟ ୧ରେ ହିଁ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.