ETV Bharat / state

ଖସି ପାରିବେନି ସହଦେବଙ୍କ ହତ୍ୟାକାରୀ, ପୋଲିସ ଯୋଗାଡ଼ କରୁଛି ଏମିତି ପ୍ରମାଣ - SAHADEV NAYAK MURDER CASE

ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପାଇଁ କଡ଼ା ପ୍ରମାଣ ଯୋଗାଡ କରୁଛି ପୋଲିସ । ହାତରେ ଲାଗିଛି ଏହିସବୁ ପ୍ରମାଣ ।

Sahadev Murder Case
Sahadev Murder Case (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 11:03 PM IST

ଭୁବନେଶ୍ବର: ପୋଲିସ ଇନଫରମର ସହଦେବ ନାୟକଙ୍କୁ ହତ୍ୟା ଘଟଣା । ହତ୍ୟାକାରୀଙ୍କୁ କଠୋର ସଜ୍ଜା ପାଇଁ ପୋଲିସ ଆଇନଗତ ଦିଗ ଆରମ୍ଭ କରିଛି । ହତ୍ୟାକାରୀ ଯେପରି ସହଜରେ ଜେଲରୁ ମୁକୁଳିପାରିବେ ନାହିଁ ସେନେଇ ପ୍ରକ୍ରିୟା ଚଲାଇଛି ପୋଲିସ । ଦୃଷ୍ଟାନ୍ତମୂଳକ ଭାବେ ଏହି ଘଟଣାରେ ଅଭିଯୁକ୍ତଙ୍କୁ କଡ଼ା ସଜ୍ଜା ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି ପୋଲିସ । ଭୁବନେଶ୍ୱର ଭଳି ସହରରେ ଏଭଳି କାଣ୍ଡ ଭିଆଇଥିବା ହତ୍ୟାକାରୀ ଯେପରି କଠୋର ଦଣ୍ଡ ପାଇବେ ସେନେଇ ପୋଲିସ ସମସ୍ତ ପାରିପାର୍ଶ୍ବିକ ଓ ପ୍ରତ୍ୟକ୍ଷ ପ୍ରମାଣ ସବୁ କିଛି ସଠିକ ଭାବେ ଯାଞ୍ଚ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର ଚାର୍ଜସିଟ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଡିଜିଟାଲ ଏଭିଡେନ୍ସ , ଫରେନସିକ ପ୍ରମାଣ, ପ୍ରତ୍ୟକ୍ଷ ପ୍ରମାଣ ଓ ଟେକ୍ନିକାଲ ପ୍ରମାଣ ସବୁ ପୋଲିସ ଯୋଗାଡ କରୁଛି ।

ଏନେଇ କମିସନରେଟ ପୋଲିସର ତଦନ୍ତକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି, "ଆମ ପାଖରେ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ପାଖରେ ପ୍ରମାଣ ଉପସ୍ଥାପନା କରାଯାଇଛି । ସବୁଠୁ ବଡ଼ ପ୍ରମାଣ ହେଉଛି ହତ୍ୟାକରୀଙ୍କ ଭିଡିଓ ଫୁଟେଜ ସହ ବ୍ୟବହାର ହୋଇଥିବା ମାରଣାସ୍ତ୍ର ଓ ସେମାନଙ୍କ ମୋଟିଭ । ସମସ୍ତ ପ୍ରମାଣକୁ ଏକଜୁଟ କରି ସେମାନଙ୍କ ବିରୋଧରେ କଠୋର ଆଇନଗତ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।"

ରକ୍ତର ନମୁନା ହେବ ମୁଖ୍ୟ ପ୍ରମାଣ:

ପୋଲିସ୍ ଇନଫରମରକୁ ବିଭତ୍ସ ହତ୍ୟା ମାମଲାରେ ଘଟଣାସ୍ଥଳରେ ରକ୍ତର ନଦୀ କରିଥିଲେ ହତ୍ୟାକାରୀ । ଘଟଣାସ୍ଥଳରୁ ମିଳିଥିବା ରକ୍ତ ନମୁନା ସହ ହତ୍ୟାକାରୀଙ୍କ ଠାରୁ ଜବତ ହୋଇଥିବା ପୋଷାକରେ ଲାଗିଥିବା ରକ୍ତ ଛିଟା, ହତ୍ୟା ସମୟରେ ବ୍ୟବହାର ହୋଇଥିବା ଗାଡ଼ିରେ ଲାଗିଥିବା ରକ୍ତର ଦାଗ ଓ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରରେ ଲାଗିଥିବା ରକ୍ତ ସବୁର ନମୁନା ସଗ୍ରହ କରାଯାଇଛି । ସେସବୁର ଗ୍ରୁପ ଫାଇଲି ହେବ । ରକ୍ତର ନମୁନା ସବୁ ମେଳ ଖାଉଥିଲେ ସେସବୁକୁ ଡିଏନଏ ପ୍ରୋଫାଇଲ ହେବ, ଅର୍ଥାତ ସହଦେବଙ୍କ ରକ୍ତ ସହ ମିଶୁଛି କି ନାହିଁ ଟେଷ୍ଟ ହେବ । ସେହି ରିପୋର୍ଟ ହତ୍ୟାର ପ୍ରତ୍ୟକ୍ଷ ପ୍ରମାଣ ହେବ । ଅଭିଯୁକ୍ତ କଠୋର ସଜ୍ଜା ପାଇଁ ଏହି ପ୍ରମାଣ ଏକ ମୁଖ୍ୟ ଭୂମିକା ନେବ ।

କ୍ୟୁରି ମେଡିକୋ ଲିଗାଲ ରିପୋର୍ଟ:

ମୃତଦେହରେ ଲାଗିଥିବା ମାରଣାସ୍ତ୍ରର ଚୋଟ, ଅର୍ଥାତ୍ ମରଣାସ୍ତ୍ରରେ ହାଣିଥିବା ଚିହ୍ନ ହିଁ ଏକ ପ୍ରମାଣ ହେବ । ଏନେଇ ମେଡ଼ିକାଲ ଅଫିସର ଦେଇଥିବା ପୋଷ୍ଟମର୍ଟମ ରିପୋର୍ଟ ଓ ମେଡିକୋ ଲିଗାଲ ରିପୋର୍ଟରେ ହତ୍ୟାରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର ଦ୍ବାରା ଆକ୍ରମଣ ହେଲେ ଗଭୀରତା ଓ କ୍ଷତାକ୍ତ କେତେ ମାତ୍ରାରେ ହେବ ସେସବୁର ଏକ୍ସପର୍ଟ ଆଡଭାଇସ, ମେଡିକାଲ ଓ ଫରେନସିକ ରିପୋର୍ଟ ଯେଭଳି ଜାଣିହେବ ହତ୍ୟାର ଚିହ୍ନର ସାଇଜ ଓ ସେପରୁ ହିଁ ବ୍ୟବହାର ହୋଇଥିବା ମାରଣାସ୍ତ୍ରର ସାଇଜ ଓ ସେପ ସହ ମେଳ ଖାଇଲେ ମଧ୍ୟ ତାହା ଏକ ମୁଖ୍ୟ ପ୍ରମାଣ ହେବ ।

ଟେକ୍ନିକାଲ ରିପୋର୍ଟ:

ସିଡ଼ିଆର ରିପୋର୍ଟ ଅର୍ଥାତ୍ ହତ୍ୟା ସମୟରେ ସାମିଲ ଥିବା ଅଭିଯୁକ୍ତମାନଙ୍କ ମୋବାଇଲରେ କଥାବାର୍ତ୍ତା ହୋଇଥିବା ସମୟରେ କଲ ଡିଟେଲ ରେକର୍ଡ କରାଯାଇଛି । ଫଳରେ ହତ୍ୟାରେ କେତେ ଜଣ ସାମିଲ ଥିଲେ ସେମାନଙ୍କର ଭୂମିକା ଓ ସମ୍ପୃକ୍ତି ସ୍ପଷ୍ଟ ହେବ । ସେହିପରି ଟାଓ୍ବାର ଡମ୍ପ ଭଳି ମୋବାଇଲ ଲୋକେସନରୁ ଜଣାପଡ଼ିବ ଯେ, ହତ୍ୟା କରିବା ପାଇଁ କିଏ କିଏ ସହଦେବଙ୍କୁ ପିଛା କରିଥିଲେ । ସେସବୁ ରୁଟରେ କିଏ କିଏ ଯାଇଥିଲେ । ଯେଉଁଠି ସହଦେବଙ୍କୁ ହତ୍ୟା କରାଯାଇଥିଲା ସେଠାରେ କେତେଜଣ ଥିଲେ, ଅଭିଯୁକ୍ତମାନେ ହତ୍ୟା ପୂର୍ବରୁ ଓ ହତ୍ୟା ପରେ କେଉଁ କେଉଁ ଲୋକେସନରୁ କେତେଥର କଥା ହୋଇଥିଲେ, ହତ୍ୟା ସ୍ଥଳରେ କେତେଜଣ ଉପସ୍ଥିତ ଥିଲେ ତାହା ହତ୍ୟାକରୀଙ୍କର ମୋବାଇଲ ଲୋକେସନ ରିପୋର୍ଟରୁ ଜାଣିହେବ । ଯାହାକି ଟେକ୍ନିକାଲ ରିପୋର୍ଟ ମଧ୍ୟ କୋର୍ଟରେ ଗ୍ରହଣ ଯୋଗ୍ୟ ହେବ ।

ହତ୍ୟାର କାରଣ ପ୍ରତ୍ୟକ୍ଷ ପ୍ରମାଣ:

ପୂର୍ବ ଶତ୍ରୁତାର ଦିଗ ନେଇ ମଧ୍ୟ ଯାଞ୍ଚ ହେବ‌ । କେଉଁସବୁ ଲୋକଙ୍କ ସହ ସହଦେବଙ୍କ ମତାନ୍ତର ଥିଲା ସେନେଇ ପୋଲିସ ଯାଞ୍ଚ କରିବ । ଏନେଇ ପୋଲିସ ମାମଲା ବା ଅବକାରୀ ମାମଲା ସବୁ ଯାଞ୍ଚ ହେବ । ସେହି ମାମଲା ପଛରେ କାହାର ଶତ୍ରୁତା ଥିଲା କି ନାହିଁ, ଅଭିଯୁକ୍ତମାନେ ସହଦେବ ନାଁରେ ଅଭିଯୋଗ କରିଥିଲେ କି ନାହିଁ । ଯଦି ଅଭିଯୋଗ କରିଥିଲେ, କ'ଣ ଅଭିଯୋଗ ଦେଇଥିଲେ । ଏହା ପଛରେ ସହଦେବଙ୍କ ଭୁମିକା କ'ଣ ଥିଲା ସେ ସବୁ ଦିଗରେ ମଧ୍ୟ ତଦନ୍ତ ରିପୋର୍ଟ ଏକ ପ୍ରମୁଖ ପ୍ରମାଣ ହେବ‌ ।

ଏହା ମଧ୍ୟ ପଢ଼ନ୍ତୁ...‘ଜୀବିକା ସହ ଜୀଇଁବା ଛଡାଇ ନେଇଥିଲେ ସହଦେବ’, ପ୍ରତିଶୋଧ ନେଲେ ଅପରାଧି

ଏହା ମଧ୍ୟ ପଢ଼ନ୍ତୁ...ନବୀନଙ୍କୁ ଭେଟିଲେ ମୃତ ସହଦେବଙ୍କ ପରିବାର, ଶୁଦ୍ଧିକର୍ମ ପାଇଁ 50 ହଜାର ସହାୟତା

ହତ୍ୟାକାରୀଙ୍କ ଭିଡିଓ ବଡ଼ ପ୍ରମାଣ:

ହତ୍ଯା ସମୟରେ NH ଉପରେ ଲାଗିଥିବା କ୍ୟାମେରାରେ କଏଦ ଭିଡିଓ ଫୁଟେଜ ଏକ ବଡ଼ ଡିଜିଟାଲ ପ୍ରମାଣ ଆଧାରରେ ହତ୍ୟାକାରୀଙ୍କ ପାଇଁ ଅଡୁଆ ହୋଇଛି । ଅଭିଯୁକ୍ତ ଯେପରି ପ୍ରମାଣ ଅଭାବରୁ ଖସି ନଯାଇପାରନ୍ତ ସେନେଇ ହତ଼୍ଯାକରୀ ଖସି ଯାଉଥିବା ସମୟରେ ଭିଡିଓ‌ ପୋଲିସ ଯୋଗାଡ଼ କରିଛି । ହତ୍ୟା ସମୟରେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗାଡ଼ି ଏକ ମୁଖ୍ୟ ପ୍ରମାଣ ହେବ‌ । ହତ୍ୟା ପରେ ଅଭିଯୁକ୍ତମାନେ ହତ୍ୟାରେ ବ୍ୟବହାର କରିଥିବା ଗାଡିରେ କେଉଁ ରୁଟ ଦେଇ ଯାଇଛନ୍ତି । ରସୁଲଗଡରୁ ଲକ୍ଷ୍ମୀସାଗର ଦେଇ କଳ୍ପନା ଛକ ଓ ସାମନ୍ତରାପୁର ଦେଇ ଦୟା ବ୍ରିଜ କଡ଼ରେ କିପରି ହତ୍ୟାର ପ୍ରମାଣ ନଷ୍ଟ ପାଇଁ ମାରଣାସ୍ତ୍ର ଲୁଚାଇଥିଲେ । ସେମାନେ ଯେଉଁଯେଉଁ ବାଟ ଦେଇ ଯାଇଛନ୍ତି ସେସବୁର ସିସିଟିଭି ଫୁଟେଜ ଅର୍ଥାତ୍ ୫୦ରୁ ଊର୍ଦ୍ଧ୍ବ ଫୁଟେଜ ମଧ୍ୟ ଏକ ଡିଜିଟାଲ ପ୍ରମାଣ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.