ETV Bharat / state

ନେପାଳୀ ଛାତ୍ରୀ ମୃତ୍ୟୁର ଅନୁଧ୍ୟାନ କଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି - NEPAL STUDENT DEATH CASE

ଭୁବନେଶ୍ବର ଘରୋଇ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଜୀବନ ହାରିବା ଘଟଣାର ଛାନଭିନ । ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚସ୍ତରୀୟ ଟିମ ।

NEPAL STUDENT DEATH CASE
NEPAL STUDENT DEATH CASE (ETV Bharat Odisha)
author img

By ETV Bharat Odisha Team

Published : Feb 20, 2025, 10:23 AM IST

ଭୁବନେଶ୍ବର: ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିଛନ୍ତି । ଛାତ୍ରଙ୍କ ସମସ୍ୟା ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ- ନେପାଳ ମଧ୍ୟରେ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା ଜାରି ରହିଛି । ଏନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବରିଷ୍ଠ ପ୍ରଶାସନିକ ଅଧିକାରୀ ଉକ୍ତ ଘରୋଇ ବିଶ୍ବବିଦ୍ୟାଳୟ ପରିସରରେ ବୁଲି ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

  • 'ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବୁ'

ଗୃହ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି,"ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆମେ ଆସିଥିଲୁ । ଆମେ ଚାରିଆଡ଼େ ବୁଲି ଦେଖିଛୁ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛୁ । ଯାହା ତଦନ୍ତ କରିଛୁ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବୁ । କେବଳ ଆମେ ନୁହେଁ ଆମ ସହିତ ନେପାଳ ଟିମ୍ ମଧ୍ୟ ବୁଲିଥିଲେ । ଆମେ ଯାହା ରିପୋର୍ଟ ଦେବୁ ସେହି ହିସାବରେ ରାଜ୍ୟ ସରକାର ଯାହା କାର୍ଯାନୁଷ୍ଠାନ ନେବେ ।"

NEPAL STUDENT DEATH CASE (ETV Bharat Odisha)

ଏପରି କହିଲେ ପୋଲିସ କମିଶନର:

ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି," ବିଶ୍ବବିଦ୍ୟାଳୟରେ ଆଇନଶୃଙ୍ଖଳା ପରିସ୍ଥିତି କିପରି ରହିଛି, ତାହା ଅନୁଧ୍ୟାନ କରିଥିଲୁ ।ଆସିଥିବା ଉଚ୍ଚସ୍ତରୀୟ କମିଟି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବର୍ତ୍ତମାନ ପାଠପଢା ଜାରି ରହିଛି । ବିଭିନ୍ନ ହଷ୍ଟେଲକୁ ଯାଇ ନେପାଳୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରାଯାଇଛି । ଯେଉଁମାନେ ଫେରି ନାହାନ୍ତି ସେମାନଙ୍କୁ ନିବେଦନ କରାଯାଇଛି, ସେମାନେ ବିଶ୍ବବିଦ୍ୟାଳୟକୁ ଫେରିବା ପାଇଁ । ନେପାଳ ଡେଲିଗେଟସ ମଧ୍ୟ ଆସିଛନ୍ତି, ସେମାନଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି । ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସହ ମଧ୍ୟ ଆଲୋଚନା କରାଯାଇଛି ।"

NEPAL STUDENT DEATH CASE
NEPAL STUDENT DEATH CASE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ନ୍ୟାୟ ଦାବି କଲେ ମୃତକଙ୍କ ବାପା, ସରକାର ଗଢ଼ିଲେ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି - NEPAL STUDENT DEATH CASE

ଏହା ମଧ୍ୟ ପଢନ୍ତୁ...ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଖସି ପଳାଉଥିଲେ ଛାତ୍ର, ବିମାନ ବନ୍ଦରରୁ ବାନ୍ଧିଲା ପୋଲିସ - NEPALI STUDENT DEATH

ଏହା ମଧ୍ୟ ପଢନ୍ତୁ...ନେପାଳ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କୁ ଫେରିବାକୁ ଅପିଲ୍‌ - NEPAL STUDENT DEATH CASE

  • ରିମାଣ୍ଡରେ ଆସିବ ଅଭିଯୁକ୍ତ:

ସେ ଆହୁରି ମଧ୍ୟ କହିଛନ୍ତି,"ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ନେଇ ଯେଉଁ ରିପୋର୍ଟ ହୋଇଥିଲା । ସେହି ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରଯାଇଛି । ତା'ଠାରୁ ମୋବାଇଲ ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି । ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି । ଗିରଫ ଅଭିଯୁକ୍ତ ଜୁଡିସିଆଲ କଷ୍ଟୋଡିରେ ଅଛି । ତାଙ୍କୁ ରିମାଣ୍ଡରେ ନେବା ପାଇଁ ତିନିଦିନ ପାଇଁ କୋର୍ଟରେ ଆବେଦନ କରଯାଇଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.