ମୁମ୍ବାଇ: ଜାତୀୟ ସ୍ତରର ସାମାଜିକ ଅଧିକାର କର୍ମୀ ମେଧା ପାଟକର ମହାରାଷ୍ଟ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ନାଗପାଡାରେ ‘ମୁମ୍ବାଇବାଗ’ରେ ଜାରି ରହିଥିବା ପ୍ରଦର୍ଶନରେ ସୁରକ୍ଷା ବାହୀନର ପ୍ରୟୋଗ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ମହାରାଷ୍ଟ୍ର ସରକାରଙ୍କୁ ତୀବ୍ର ବିରୋଧ କରିଛନ୍ତି ମେଧା ପାଟକର ।
ଦିଲ୍ଲୀରେ ଶାହିନ ବାଗ ଭଳି ମୁମ୍ବାଇ ବାଗରେ ସିଏଏ, ଏନଆରସି, ଓ ଏନପିଆରକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଫଳରେ ଏହାକୁ ‘ମୁମ୍ବାଇ ବାଗ’ ପ୍ରଦର୍ଶକାରୀଙ୍କୁ ସମ୍ଭୋଧନ କରି ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି ମେଧା । ଉଦ୍ଧବ ସରକାର ଗୋଟିଏ ପଟେ ସିଏଏ, ଏନଆରସି ଓ ଏନପିଆରକୁ ନେଇ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି । ହେଲେ ରାଜ୍ୟ ପୋଲିସ ପ୍ରଦର୍ଶନକାରୀଙ୍କ ପ୍ରଦର୍ଶନରେ ଅଯଥା ହସ୍ତକ୍ଷେପ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।