ETV Bharat / bharat

ବେଙ୍ଗାଲୁରୁ ଓ ପୁଣେ ଛାଡିବାକୁ ଚାହୁଁଛନ୍ତି ଇଞ୍ଜିନିୟର ! କେଉଁ ସହର ପାଲଟିବ ପସନ୍ଦ ? - Engineers To Leave Bangalore Pune

author img

By ETV Bharat Odisha Team

Published : Jul 27, 2024, 6:55 PM IST

IT Engineers To Leave Bangalore Pune: ଦିନକୁ ଦିନ କମିବାରେ ଲାଗିଲାଣି ବେଙ୍ଗାଲୁରୁ ଓ ପୁଣେର ଚାହିଦା । କେଉଁ ସବୁ ସମସ୍ୟା କାରଣରୁ ଏଠାରୁ ମୁହଁ ଫେରାଉଛନ୍ତି ଇଞ୍ଜିନିୟର ? ଜାଣନ୍ତୁ

IT Engineers To Leave Bangalore Pune
IT Engineers To Leave Bangalore Pune (ETV Bharat)

ଭୋପାଳ: ଆଜିକାଲି ଚିନ୍ତାର କାରଣ ପାଲଟିଛି ଚାକିରି ସମସ୍ୟା । ଚାକିରି ଅନ୍ବେଷଣରେ ନିଜ ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ଯାଉଛନ୍ତି ଯୁବବର୍ଗ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଧୀରେ ଧୀରେ କମିବାରେ ଲାଗିଲାଣି ବେଙ୍ଗାଲୁରୁ ଓ ପୁଣେର ଚାହିଦା । ଇଞ୍ଜିନିୟରଙ୍କ ପ୍ରଥମ ପସନ୍ଦ ତଥା ଆଇଟି ହବ୍ ପାଲଟିଥିବା ବେଙ୍ଗାଲୁରୁ ଓ ପୁଣେରେ ଆଉ ରହିବାକୁ ପସନ୍ଦ କରୁନାହାନ୍ତି ଇଞ୍ଜିନିୟର । କାରଣ ଏଠାରେ ମାତ୍ରାଧିକ ଜନସଂଖ୍ୟା ବୃଦ୍ଧି କାରଣରୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । କେତେବେଳେ ଟ୍ରାଫିକ ସମସ୍ୟା, ଜଳ ସଙ୍କଟ ତ ଆଉ କେତେବେଳେ ଅହେତୁକ ଦର ବୃଦ୍ଧିର ସାମ୍ନା କରୁଛନ୍ତି ବାହାର ରାଜ୍ୟରୁ ଆସି ରହୁଥିବା ଇଞ୍ଜିନିୟର । ଅନ୍ୟପଟେ ମଧ୍ୟପ୍ରଦେଶର ଜବଲପୁରରେ ଥିବା ଆଇଟି ପାର୍କ ୫ବର୍ଷ ଧରି ଖାଲି ପଡିଛି । କାରଣ ଏଠାରେ ନୂଆ କମ୍ପାନୀ ଖୋଲିବା ଆଶା ମଳିନ ପଡିଛି । ଏହା ପଛର କାରଣ କ'ଣ ? ଆସନ୍ତୁ ଜାଣିବା ।

କାହିଁକି ଖାଲି ପଡିଛି ଜବଲପୁର IT ପାର୍କ ?

ସିଙ୍ଗାପୁରର IT କମ୍ପାନୀରେ କାର୍ଯ୍ୟରତ ଜଣେ ନିବେଶକ ଚେତନ ବର୍ମା କହିଛନ୍ତି, "ଯେପର୍ଯ୍ୟନ୍ତ ରାଜ୍ୟ ସରକାର ସ୍ଥାନୀୟ କମ୍ପାନୀଗୁଡିକୁ ସରକାରୀ ପ୍ରକଳ୍ପ ଦେବେ ନାହିଁ ସେପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ IT ଇଣ୍ଡଷ୍ଟ୍ରି ହୋଇପାରିବ ନାହିଁ । କାରଣ ସିଙ୍ଗାପୁରରେ ସରକାର ଛୋଟ ଛୋଟ କମ୍ପାନୀମାନଙ୍କୁ କାମ ଦେଇଥାନ୍ତି । ଏଣୁ ସରକାର କେବଳ ଜମି ଦେଇଦେଲେ ହେବ ନାହିଁ ।"

ଜବଲପୁରକୁ ବଡ଼ ବଡ଼ କମ୍ପାନୀଙ୍କ ନାପସନ୍ଦ:

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, "ଜବଲରପୁରର ସୁବାଷ ଚନ୍ଦ୍ର ବୋଷ କଲଚର୍‌ ଆଣ୍ଡ ଇନଫର୍ମେସନ ସେଣ୍ଟରକୁ ଆଇଟି ଡିପାର୍ଟମେଣ୍ଟକୁ ଦିଆଯାଇଛି । ଏହାବ୍ୟତୀତ ପାଖାପାଖି ୧୦୦ ଏକର ଜମିରେ ୫ବର୍ଷ ପୂର୍ବରୁ ଆଇଟି ପାର୍କ ମଧ୍ୟ ନିର୍ମାଣ ହୋଇଛି । ତଥାପି ବଡ଼ ବଡ଼ କମ୍ପାନୀଗୁଡ଼ିକ ଏଠାରେ ଅଫିସ ଖୋଲୁନାହାନ୍ତି ।"

କ'ଣ କହୁଛନ୍ତି ଉଦ୍ୟୋଗପତି:

ଉଦ୍ୟୋଗପତିଙ୍କ କହିବା ଅନୁସାରେ, ପୁଣେ ଓ ବେଙ୍ଗାଲୁରୁରେ ଅହେତୁକ ଦରବୃଦ୍ଧି ଯୋଗୁଁ ଜୀବନଯାପନ କରିବା କଷ୍ଟକର ହୋଇପଡିଛି । ଯେଉଁଥିପାଇଁ ଯୁବ ଇଞ୍ଜିନିୟରମାନେ ଏହି ଦୁଇଟି ସହର ଛାଡି ଅନ୍ୟତ୍ର ଯିବାକୁ ମନ ବଳାଉଛନ୍ତି । ହେଲେ ଏଯାଏଁ ସେମିତି ଉତ୍କୃଷ୍ଟ ସହର ନଜରକୁ ଆସିନାହିଁ ।

ଏହା ବି ପଢନ୍ତୁ...ପ୍ରତିଦିନ 12 ଘଣ୍ଟା ଖଟିବେ IT କର୍ମଚାରୀ, ସରକାର ଆଣୁଛନ୍ତି ବିଲ୍‌ ! - IT EMPLOYEES WORKING HOURS

ଏହା ବି ପଢନ୍ତୁ...'ଭାରତୀୟ ଉଦ୍ୟୋଗ' ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମୁଖ୍ୟ ସହାୟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.