ETV Bharat / state

ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ନବୀନ, ପୁଅ ବାବୁସାନଙ୍କୁ କଲେ ଭିଡିଓ କଲ୍ - NAVEEN INQUIRES UTTAM HEALTH

ଭିଡିଓ କଲରେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥାବସ୍ଥା ବୁଝିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଶୁ ଆରୋଗ୍ୟ କାମନା କଲେ ।

Naveen Inquires Uttam Mohanty’s Health
Naveen Inquires Uttam Mohanty’s Health (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 1:29 PM IST

Updated : Feb 13, 2025, 3:02 PM IST

ଭୁବନେଶ୍ୱର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଭିଡିଓ କଲିଂ ମାଧ୍ୟମରେ ବାବୁସାନଙ୍କ ସହିତ କଥା ହୋଇଛନ୍ତି ନବୀନ ପଟ୍ଟନାୟକ । ଭିଡିଓ କଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବାବୁସାନଙ୍କ ସହିତ ଆଲୋଚନା କରିଛନ୍ତି ।

ଲିଭର ସିରୋସିସ୍ ରୋଗରେ ପୀଡିତ ଉତ୍ତମ ମହାନ୍ତି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଏହି ସମୟରେ ବାବୁସାନ କହିଛନ୍ତି, ତାଙ୍କ ବାପା ବର୍ତ୍ତମାନ ସମୟରେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ସୌଭାଗ୍ୟବଶତଃ ତାଙ୍କ ଅବସ୍ଥା ସ୍ଥିର ରହିଛି ।

Naveen Inquires Health Of Actor Uttam Mohanty (ETV Bharat Odisha)

8 ତାରିଖରୁ ନୂଆଦିଲ୍ଲୀ ଗୁରଗାଓଁ ମେଦାନ୍ତ ହସ୍ପିଟାଲରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଚିକିତ୍ସା ହେଉଛନ୍ତି । ଲିଭର ସିରୋସିସରେ ପୀଡିତ ହୋଇ ଉତ୍ତମ ମହାନ୍ତି ସେ ଗତ ୯ ଦିନ ଚିକିତ୍ସା ହେଉଥିବା ବେଳେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଆଉ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପୁଅ ବାବୁସାନଙ୍କୁ ଭିଡିଓ କଲ ଯୋଗେ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେମିତି ତାଙ୍କର ବର୍ତ୍ତମାନ ସ୍ଥିତି ରହିଛି ପଚାରିଥିବା ବେଳେ ନବୀନଙ୍କୁ ବାବୁସାନ କହିଛନ୍ତି, ଉତ୍ତମ ମହାନ୍ତି ଗୁରୁତର ଅଛନ୍ତି ହେଲେ ସ୍ୱାସ୍ଥ୍ୟବସ୍ଥା ତାଙ୍କର ସ୍ଥିର ରହିଛି । "ବର୍ତ୍ତମାନ ବାପା ଭେଣ୍ଟିଲେଟରେ ରହି ଚିକତ୍ସା ହେଉଥିବା ବେଳେ ଧରେଧୀରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି," ବୋଲି ବାବୁସାନ ନବୀନଙ୍କୁ କହିଛନ୍ତି । ନବୀନ ମଧ୍ୟ ବାବୁସାନଙ୍କୁ ଏଭଳି ପରିସ୍ଥିତିରେ ଧର୍ଯ୍ୟ ଧରିବାକୁ କହିଥିବା ବେଳେ ଉତ୍ତମ ମହାନ୍ତିଙ୍କ ଆରୋଗ୍ୟ କାମନା କରିଛନ୍ତି ।

Naveen Inquires Uttam Mohanty’s Health
Naveen Inquires Uttam Mohanty’s Health (ETV Bharat Odisha)

ସେପଟେ ଅଭିନେତା ଅନୁଭବ ମେଦାନ୍ତ ହସ୍ପିଟାଲ ଯାଇ ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି । ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ବାବୁସାନଙ୍କୁ ସାନ୍ତ୍ୱନା ଦେଇଛନ୍ତି । ତେବେ ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଟିକେ ଟିକେ ସୁଧାର ଆସୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପୁଅ ବାବୁସାନ ବେଶ ଭାଙ୍ଗିପଡିଛନ୍ତି । ଏଭଳି ସ୍ଥିତରେ ନେତା ଓ ଅଭିନେତାଙ୍କ ଭେଟ ହେବା ଓ ତାଙ୍କ ବାପାଙ୍କ ଆଶୁ ଆରୋଗ୍ୟ କଥା ପଚାରିବା ନିଶ୍ଚୟ ବାବୁସାନଙ୍କୁ ଧର୍ଯ୍ୟ ଦେବା ସହିତ ପରିସ୍ଥିତି ସହ ଲଢ଼ିବାର ସାହସ ଜୁଟାଇବ ।

ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର-

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ କିଛି ଦିନ ତଳେ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ହସ୍ପିଟାଲରେ ପହଞ୍ଚି ଉତ୍ତମଙ୍କ ପୁଅ ତଥା ଅଭିନେତା ବାବୁସାନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଭିନେତା ଉତ୍ତମ ମହାନ୍ତି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି । ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ-

ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ 8 ତାରିଖରେ ତାଙ୍କୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । କିମ୍ସ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍‌-କରିଡ଼ରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।

ଏହା ବି ପଢନ୍ତୁ-ଦିଲ୍ଲୀ ଏୟାର ଲିପ୍ଟ ହେଲେ ଅଭିନେତା ଉତ୍ତମ ମହାନ୍ତି - ACTOR UTTAM MOHANTY AIRLIFTED

ଏହା ବି ପଢନ୍ତୁ- ଲିଭର ସିରୋସିସ ରୋଗରେ ପୀଡିତ ଉତ୍ତମ ମହାନ୍ତି, ଗୁରୁଗାଓଁଙ୍କୁ ହେବେ ଏୟାରଲିପ୍ଟ - ODIA ACTOR UTTAM MOHANTY HEALTH

ଦିଲ୍ଲୀରେ ଚାଲିଛି ଚିକିତ୍ସା-

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ ହୋଇ ଗତ ୪ ଦିନ ହେବ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଖବର ଶୁଣିବା ପରେ ବହୁ କଳାକାର ହସ୍ପିଟାଲରେ ଗତକାଲି ପହଞ୍ଚିଥିଲେ । ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଯୋଜକ ଜୁବୁଲି ସୁନ୍ଦର ରାୟ, ଶ୍ରୀଧର ମାର୍ଥା, ଶ୍ରୀତମ ଦାସ, ସବ୍ୟସାଚୀ ମିଶ୍ର, କେକେ, ଟୁଟୁ ନାୟକ, ସ୍ତିତ ପଟନାୟକ, ବବି ମିଶ୍ର, ଦେବାଶିଷ ଭଳି ବହୁ କଳାକାର ଆସି ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ପରାମର୍ଶ ଯୋଗେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଓଡ଼ିଆ ସିନେଜଗତର ସମସ୍ତ କଳାକାର ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

ଏହା ବି ପଢନ୍ତୁ- ଅସୁସ୍ଥ ଉତ୍ତମ ମହାନ୍ତି, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ - UTTAM MOHANTY

ଏହା ବି ପଢନ୍ତୁ- ଓଲିଉଡ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ODIA ACTOR UTTAM MOHANTY

ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ:

ଓଲିଉଡ଼ ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପକୁ ନେଇ ଓଲିଉଡଠୁ ଆରମ୍ଭ ଜାରି ପୁରା ରାଜ୍ୟ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କରିଛନ୍ତି । ସୋସିଆଲ ମିଡିଆ (X)ହ୍ୟାଣ୍ଡଲରେ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସେ ଲେଖିଛନ୍ତି, ''ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଅସୁସ୍ଥତା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।''

ସୂଚନା ଥାଉକି ୧୯୭୭ ମାସିହାରେ ପ୍ରଥମ ସିନେମା 'ଅଭିମାନ'ରୁ କ୍ୟାରିଅର ଆରମ୍ଭ କରିଥିଲେ । ଦୀର୍ଘଦନ ଧରି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ଥିଲେ ଉତ୍ତମ । ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିବା ଉତ୍ତମ, ଏବେ 'ବୋଉ ବୁଟୁ ଭୂତ'ରେ ଅଭିନୟ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଅଭିନୟ ସମୟରେ ସେ ଅସୁସ୍ଥ ହୋଇପଡ଼ିଥିଲେ ।

Last Updated : Feb 13, 2025, 3:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.