ETV Bharat / state

ନୟାଗଡ଼ ମାଟିରେ ଫଳିଲା ଷ୍ଟ୍ରବେରୀ, ଯୁବପିଢ଼ିଙ୍କୁ ପ୍ରେରଣା ଦେଲେ ନୌସେନା ଅଧିକାରୀ - STRAWBERRY FARMING

ନୟାଗଡ ମାଟିରେ ପ୍ରଥମ ଥର ପାଇଁ ଲାଲ ସୁନା ଫଳାଇଛନ୍ତି ଅବସରପ୍ରାପ୍ତ ନୌସେନା କର୍ମଚାରୀ । ଗାଁରେ ପଡିଆ ପଡିଥିବା ଦେଢ଼଼ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ ।

STRAWBERRY FARMING
STRAWBERRY FARMING (ETV Bharat Odisha)
author img

By ETV Bharat Odisha Team

Published : Feb 13, 2025, 3:31 PM IST

Updated : Feb 15, 2025, 2:14 PM IST

ନୟାଗଡ: ଉଚ୍ଚ ଶିକ୍ଷିତ । ବଡ ଚାକିରି, ତାହା ପୁଣି ସରକାରୀ । ଅବସର ଟଙ୍କାରେ ବଡ ଘର ତୋଳିଥାନ୍ତେ । ନଚେତ କିଛି ନୂଆ ବ୍ୟବସାୟ କରିଥାନ୍ତେ । କିନ୍ତୁ ଜନ୍ମମାଟି ପାଇଁ କିଛି କରିବାକୁ ମନ ବଳାଇଥିଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ । ଭିଟାମାଟିରୁ ମୁହଁ ଫେରାଇ ଦାଦନମୁହାଁ ହେଉଥିବା ଯୁବପୀଢୀଙ୍କ ପାଇଁ କିଛି କରିବାକୁ ମନସ୍ଥ କଲେ ଅବସରପ୍ରାପ୍ତ ଅଧିକାରୀ । କେମିତି ଯୁବପୀଢୀ ଆଉ ଗାଁ ଛାଡି ଦାଦନ ଖଟିବାକୁ ଯିବେନି । କେମିତି ଭିଟାମାଟିରେ ରହି ଚାଷ ପ୍ରତି ଆଗ୍ରହୀ ହେବେ ଏସବୁର ବନ୍ଦୋବସ୍ତ କଲେ । ଅବସର ପରେ ସିଧା ଫେରିଲେ ଗାଁକୁ । ଆଉ ଆରମ୍ଭ ହେଲା ‘ମିଶନ ଷ୍ଟ୍ରବେରୀ’ । ଗାଁ ମାଟିରେ ନିଯୁକ୍ତିର ଅବସର ଆଣିଦେବା ସହ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି ଦେବାଶିଷ ସାହୁ ।

ପ୍ରଥମ ଥର ନୟାଗଡ ମାଟିରେ ଲାଲ ସୁନା ଫଳାଇଛନ୍ତି ଅବସରପ୍ରାପ୍ତ ନୌସେନା କର୍ମଚାରୀ । ଯୁଆଡେ ଚାହିଁଲେ ସିଆଡେ ଲାଲ ଟହ ଟହ ଫଳ । ପାହାଡିଆ ମାଟିରେ ଫଳିଛି ଲାଲ ରଙ୍ଗର ଷ୍ଟ୍ରବେରୀ । ଚାକିରିରୁ ଅବସର ପରେ ଦେଶ ପ୍ରତି ସେବା ମନୋଭାବ ରଖୁଥିବା ସରକାରୀ କର୍ମଚାରୀ ନିଜ ମାଟିକୁ ଫେରିଛନ୍ତି । ଆଉ ନୌସେନା ଅଧିକାରୀରୁ ଏବେ ସେ ପାଲଟିଛନ୍ତି ଜଣେ ସଫଳ ଚାଷୀ । ଗାଁରେ ପଡିଆ ପଡିଥିବା ଦେଢ଼ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ । ପାହାଡିଆ ଅଞ୍ଚଳ ଭାବେ ଜଣାଶୁଣା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜଗନ୍ନାଥ ପ୍ରସାଦ ଗାଁ ରେ ପ୍ରଥମ ଥର ଷ୍ଟ୍ରବେରୀ ଚାଷ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି। ସେପଟେ ଜଣେ ଶିକ୍ଷିତ ଯୁବକଙ୍କ ଚାଷ ପ୍ରତି ଆଗ୍ରହ ଅନ୍ୟ ଯୁବପୀଢୀଙ୍କ ପାଇଁ ନିଶ୍ଚିତରୂପେ ଏକ ସଫଳ ବାର୍ତ୍ତା ।

Strawberries Grown For The First Time In Nayagarh Soil (ETV Bharat Odisha)
  • ଦିନକୁ 10 ରୁ 12 କେଜି ଉତ୍ପାଦନ

ନୌସେନାରେ ପ୍ରଶିକ୍ଷଣ ଭାବେ କାର୍ଯ୍ୟ କରୁଥିବା ଦେବାଶିଷ ସାହୁ ଚାକିରିରୁ ଅବସର ନେବା ପରେ ନିଜ ଗାଁ ଜଗନ୍ନାଥ ପ୍ରସାଦରେ ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ଧାଡ଼ି ପ୍ରଣାଳୀରେ 8 ହଜାର ଷ୍ଟ୍ରବେରୀ ଗଛ ସେ ଚାଷ କରୁଛନ୍ତି । ଯେଉଁଥିରୁ ଦୈନିକ 10 ରୁ 12 କେଜି ଷ୍ଟ୍ରବେରୀ ଉତ୍ପାଦନ କରୁଛନ୍ତି । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ମାର୍କେଟରେ ଷ୍ଟ୍ରବେରୀ ଫଳର ଚାହିଦା ବୃଦ୍ଧି ପାଉଥିବା ବେଳେ ଏହାର ମୂଲ୍ୟ ମଧ୍ୟ ଭଲ ରହିଛି । ଷ୍ଟ୍ରବେରୀ କେଜି ପିଛା 3 ଶହ ରୁ 4 ଶହ ଟଙ୍କାରେ ନୟାଗଡ଼ ମାର୍କେଟରେ ବିକ୍ରି ହେଉଛି । ସେପଟେ ଅନ୍ୟ ଫସଲ ତୁଳନାରେ ଷ୍ଟ୍ରବେରୀ ଚାଷ ପାଇଁ ଭଲ ସବସିଡି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଗୋଟିଏ ଷ୍ଟ୍ରବେରୀ ଗଛ ପାଇଁ 20 ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସେଥିରୁ ଆଦାୟ ଦେଇଛି 120 ଟଙ୍କା।

Retired Naval Officer  Debasis Sahu
Retired Naval Officer Debasis Sahu (ETV Bharat Odisha)
  • ଅବସରପ୍ରାପ୍ତ ନୌସେନା ଅଧିକାରୀ ସଫଳ ଚାଷୀ

ଚାକିରୀରୁ ଅବସର ପରେ ଚାଷ ପ୍ରତି ମନ ବଳାଇଥିଲେ ଦେବାଶିଷ ସାହୁ । ସେବା ମନୋଭାବ ରଖୁଥିବା ଦେବାଶିଷ ନିଜ ଜନ୍ମମାଟିର ସେବା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । କେବଳ ଷ୍ଟ୍ରବେରୀ ନୁହେଁ ଆଳୁ, ପିଆଜ, ବିନ୍ସ, ଭଣ୍ଡା, ତରଭୂଜ, କଖାରୁ ଆଦି ସେ ଚାଷ କରିଛନ୍ତି । ସଫଳ ଚାଷୀ ଦେବାଶିଷ କହିଛନ୍ତି ‘‘ନୌସେନାରୁ ଆସିବା ପରେ ଅଲଗା ପାଖରେ ଅପସନ୍‌ ଥିଲା । କିନ୍ତୁ ଗାଁର ଅଧିକାଂଶ ଯୁବକ ଏବେ ଦାଦନମୁହାଁ । ସେମାନଙ୍କୁ ଗାଁକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲି । ଚାଷରେ ଯେଉଁ ଶାନ୍ତି ଅଛି ଅନ୍ୟ କୌଣସି ପ୍ର୍ରଫେସନରେ ମିଳି ନଥାନ୍ତା । ଭଗବାନଙ୍କ ଆଶୀର୍ବାଦରୁ ପରିଶ୍ରମର ଫଳ ମିଳିଛି । ଦେଢ ଏକର ଜମିରେ ଚାଷ କରିଥିଲୁ । ଏଥିଯୋଗୁଁ 18 ଜଣ ରୋଜଗାରକ୍ଷମ ହୋଇପାରିଛନ୍ତି । ଷ୍ଟ୍ରବେରୀ ଚାଷ ପାଇଁ ତାପମାତ୍ରାକୁ ପରିଚାଳନା କରିବା ନିତ୍ୟାନ୍ତ ଜରୁରୀ । ଏଣୁ ଆ ମଝିରେ ସଜନା ଚାରାରୋପଣ କଲେ ମେ ମାସ ପର୍ଯ୍ୟନ୍ତ ଷ୍ଟ୍ରବେରୀ ଫଳି ପାରିବ । ଏହି ଚାରା ଆମକୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । ଆମେ ଦିନକୁ ଷ୍ଟ୍ରବେରୀରୁ ଦୁଇ ହଜାର ଟଙ୍କା ରୋଜଗାର କରିପାରଛୁ’’।

ପ୍ରଥମ ଥର ନୟାଗଡ ମାଟିରେ ଫଳିଲା ଷ୍ଟ୍ରବେରୀ
ପ୍ରଥମ ଥର ନୟାଗଡ ମାଟିରେ ଫଳିଲା ଷ୍ଟ୍ରବେରୀ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ଦାଦନ ଗଡର ସଫଳ ଚାଷୀ ମନ୍ମୟ, ଅନ୍ୟ ପାଇଁ ସାଜିଛନ୍ତି ପ୍ରେରଣା

ଏହା ମଧ୍ୟ ପଢନ୍ତୁ ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ ବିନୟ, ସମାଜକୁ ସୁସ୍ଥ ରଖିବାକୁ ଲକ୍ଷ୍ୟ

  • ଷ୍ଟ୍ରବେରୀରେ ରହିଛି ଭରପୁର ଭିଟାମିନ

ନାଲି ଟହଟହ ଏହି ଫଳ ଯେତିକି ଆକର୍ଷଣୀୟ ଦେଖବାକୁ ସେତିକି ସୁସ୍ବାଦୁ ମଧ୍ୟ । ଷ୍ଟ୍ରବେରୀରେ ପ୍ରଚୁର ପରିମାଣର ପ୍ରୋଟିନ, କ୍ୟାଲସିୟମ, ଆଇରନ, ପୋଟାସିୟମ ରହିଛି । ମୁଖ୍ୟତଃ ଡାଇବେଟିସ ରୋଗୀଙ୍କ ପାଇଁ ଏହି ଫଳଟି ଅତି ଫଳପ୍ରଦ ହୋଇଛି । ଏହି ବିଦେଶୀ ଫଳ ଚାଷ ପ୍ରତି ଦିନକୁ ଦିନ ଚାଷୀଙ୍କ ଆଗ୍ରହ ବଢୁଛି । କୋରାପୁଟ, ମାଲକାନାଗିରି ଓ କନ୍ଧମାଳ ଜିଲ୍ଲା ପରେ ଏବେ ନୟାଗଡରେ ଷ୍ଟ୍ରବେରୀ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି । ଦିନକୁ ଦିନ ବଜାରରେ ଷ୍ଟ୍ରବେରୀର ଚାହିଦା ବଢୁଥିବାବେଳେ ଉତ୍ପାଦନ ପାଇଁ ଯୁବଚାଷୀ ମନ ବଳାଉଛନ୍ତି ।

  • ନୟାଗଡରେ ଚମତ୍କାର

ନୟାଗଡ଼ ଭଳି ପାହାଡିଆ ଅଞ୍ଚଳର ମାଟି ସାଧାରଣତଃ ଚିକିଟା ଏବଂ ଶକ୍ତ । ମାଲକାନଗିରି,ରାୟଗଡା ଓ କନ୍ଧମାଳ ଜିଲ୍ଲାରେ ଏହି ଚାଷ ହୋଇଥାଏ । ଷ୍ଟ୍ରବେରୀ ଚାଷ ପାଇଁ ବାଲିଆ ମାଟି ଏବଂ ଥଣ୍ଡା ସ୍ଥାନର ଆବଶ୍ୟକ ହୋଇଥାଏ । ଆଉ ଏହି ମାଟିରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ନୌସେନାର ଅବସରପ୍ରାପ୍ତ ଅଧିକାରୀ ଦେବାଶିଷ ସାହୁ । ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଷ୍ଟ୍ରବେରୀ ଚାଷ ପାଇଁ ଜଳବାୟୁ ଅନୁକୂଳ ରହିଥାଏ । ଅନ୍ୟ ଫସଲ ତୁଳନାରେ ଷ୍ଟ୍ରବେରୀ ଚାଷରେ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଛି । ନୟାଗଡ଼ ଜିଲ୍ଲାରେ ଷ୍ଟ୍ରବେରୀ ଚାଷ ସଫଳ ମିଳିଥିବାରୁ କୃଷକ ମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି । ଆଗାମୀ ଦିନରେ ଏହି ଚାଷ କରି ଚାଷୀ ମାନେ ଅଧିକ ଲାଭ ବାନ ହୋଇପାରିବେ ବୋଲି ଦେବାଶିଷ କହିଛନ୍ତି ।

Retired Naval Officer Successfully Farming Strawberry
Retired Naval Officer Successfully Farming Strawberry (ETV Bharat)
  • ଉଦ୍ୟାନ କୃଷି ବିଭାଗର ପଦକ୍ଷେପ

ନିକଟରେ ନୟାଗଡରେ ଷ୍ଟ୍ରବେରୀ ଚାଷ ପାଇଁ ଉଦ୍ୟାନ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏ ବର୍ଷ ଏକ ହେକ୍ଟର ଜମିରେ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ପାଇଁ ବିହନ ଯୋଗାଇ ଦେଇଥିଲା ଉଦ୍ୟାନ କୃଷି ବିଭାଗ । କୃଷି ଅଧିକାରୀ ଅଜିତ୍ କୁମାର ନାୟକ କହିଛନ୍ତି ‘‘ନୟାଗଡ ଜିଲ୍ଲା ହେଉଛି କନ୍ଧମାଳର ପଡୋଶୀ ଜିଲ୍ଲା । ପ୍ରଥମକରି ଏହା କନ୍ଧମାଳରେ ଆରମ୍ଭ କରିଥିଲୁ । ଏବେ ପଡୋଶୀ ଜିଲ୍ଲା ନୟାଗଡକୁ ବାଛିଥିଲୁ । ପାଇଲଟ ପ୍ରୋଜେକ୍ଟରେ ଆମେ ପ୍ରଥମେ 8 ଜଣଙ୍କୁ ବାଛିଥିଲୁ । ସମଦାୟ ଏକ ହେକ୍ଟରରେ ଚାଷ କରାଯାଉଛି । ଦେବାଶିଷ ବାବୁଙ୍କ ନିଜସ୍ବ ଜମି ଥିବାରୁ ବାଛିଥିଲୁ । ଦୁଇଟି ଜାଗାର ମାଟି ଦେଖିଥିଲୁ । ମାଟି ଚୟନ ପରେ ଏହି ସ୍ଥାନକୁ ବାଛିଥିଲୁ । ରସାୟନିକ ସାର ନ ବ୍ୟବହାର କରି ଜୈବିକ ସାର ବ୍ୟବହାରରେ ଆମେ ଚେଷ୍ଟା କରିଥିଲୁ । ଉଦ୍ୟାନ ବିଭାଗ ଏକ ଲକ୍ଷ 20 ହଜାର ଟଙ୍କା ସହାୟତା ଦେଇଛି । କିନ୍ତୁ ସର୍ବମୋଟ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା । କେବଳ ଜମି, ପାଣି ଓ ପରିଶ୍ରମ ତାଙ୍କର । ଏ ତିନି ମାସରେ ପାଖାପାଖି 3 ଲକ୍ଷ ଟଙ୍କା ର ସେମାନେ ଲାଭ ପାଇବେ ’’

STRAWBERRY FARMING
STRAWBERRY FARMING (ETV Bharat Odisha)

ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ପାଖରେ ରହି କାମ କରୁଥିବା ଜଣେ ଚାଷୀ କହିଛନ୍ତି ‘‘ସାତ ବର୍ଷ ହେଲାଣି ମୁଁ ସାରଙ୍କ ସହ କାମ କରୁଛି । ଏଥର ନୂଆକରି ଆମେ ଷ୍ଟ୍ରବେରୀ ଲଗାଇଛୁ । ଗୋରୁ ଖତରୁ ଆମେ ଜୈବିକ ସାର ପ୍ରସ୍ତୁତ କରି ଷ୍ଟ୍ରବେରୀ ଚାଷରେ ଲଗାଇଛୁ । ନୂଆକରି ଚାଷ କଲୁ ଏତେ ସୁନ୍ଦର ଫଳ ଦେଖି ଖୁସି ଲାଗୁଛି । ସାର୍‌ଙ୍କ ଯୋଗୁଁ ଆମ ସଂସା ଚଳୁଛି । ଷ୍ଟ୍ରବେରୀ ସରଲେ ଆମେ ଅନ୍ୟ ଚାଷ କରିବୁ ’’।

Last Updated : Feb 15, 2025, 2:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.