ETV Bharat / state

କଣ ରହିଛି ରାଜ୍ୟ କଂଗ୍ରେସର ଆକ୍ସନ ପ୍ଲାନ ? ରାହୁଲଙ୍କ ମଡେଲକୁ ଫଲୋ କରିବେ ଭକ୍ତ - PCC PRESIDENT ACTION PLAN

ପିସିସି ସଭାପତି ହେବା ପରେ ପ୍ରତିକ୍ରିୟା ରଖିଲେ ଭକ୍ତ ଦାସ । ପଦଯାତ୍ରାରୁ ଆରମ୍ଭ ହେବ ସଙ୍ଗଠନ କାର୍ଯ୍ୟକ୍ରମ ।

PCC PRESIDENT BHAKTA CHARAN DAS
PCC PRESIDENT BHAKTA CHARAN DAS (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 6:17 PM IST

କଳାହାଣ୍ଡି: ଗତ ୧୧ ତାରିଖରେ ଓଡିଶା ପିସିସି ସଭପତି ଭାବରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତ କରିଛନ୍ତି ଦଳର ହାଇକମାଣ୍ଡ । ଦାୟିତ୍ବ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସମସ୍ତ ନିଲମ୍ବିତ ନେତାଙ୍କ ଉପରୁ ନିଲମ୍ବନ ଉଠାଇ ଛନ୍ତି ଭକ୍ତ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଉପରୁ ମଧ୍ୟ ନିଲମ୍ବନାଦେଶ ଉଠାଇଛନ୍ତି ଭକ୍ତ ଚରଣ ଦାସ । ଭକ୍ତ ଚରଣ ଦାସ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକସଭା ସଂସଦ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।

୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୯, ୧୯୯୬ ଓ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୯ମ, ୧୧ଶ ଓ ୧୫ଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ । ରାଜନୀତିରେ ଯୋଗଦେଇଥିଲେ । ପରେ ଭକ୍ତ ଚରଣ ଦାସ ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ । ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ପାର୍ଟି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ । ସେ ବିହାର ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ । ସେ କଂଗ୍ରେସର ମୁଖପାତ୍ର ମଧ୍ୟ ରହିଥିଲେ ।

ଏହା ବି ପଢନ୍ତୁ- 8 ମାସ ପରେ ପିସିସିକୁ ମିଳିଲା ନୂଆ ମୁଖିଆ, ଭକ୍ତଙ୍କୁ ଦାୟିତ୍ୱ ଦେଲେ ରାହୁଲ - BHAKTA CHARAN DAS OPCC PRESIDENT

ଏବେ ଦୀର୍ଘ ଦିନ ଧରି ଖାଲିପଡ଼ିଥ‌ିବା ରାଜ୍ୟ ପିସିସି ସଭାପତି ପଦରେ ତାଙ୍କୁ ଅଭିଷିକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପଦବୀ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଭକ୍ତ ଚରଣ ଦାସ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ-କଂଗ୍ରେସର ନୂଆ ପ୍ରଭାରୀ: ଅଜୟ ଗଲେ ଅଜୟ ଆସିଲେ, ସପ୍ତଗିରିଙ୍କୁ 4 ରାଜ୍ୟର ଦାୟିତ୍ବ - ODISHA CONGRESS IN CHARGE

ଏନେଇ ଭକ୍ତ ଚରଣ ଦାସ କହିଛନ୍ତି, "ଆସନ୍ତା ୧୮ ତାରିଖରେ ଭୁବନେଶ୍ଵର ଠାରୁ ଏକ ପଦଯାତ୍ରାରେ ବାହାରି ପୁରୀରେ ପହଞ୍ଚି ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ପରେ ପରେ ରାଜ୍ୟରେ ସମସ୍ତ ଅଞ୍ଚଳ ମାନଙ୍କରେ ପଦଯାତ୍ରା ଅନୁଷ୍ଠିତ ହେବ। ଏହାସହ ଯେଉଁ ମାନେ କଂଗ୍ରେସକୁ ଫେରିବା ପାଇଁ ଚାହୁଁ ଛନ୍ତି ସେ ମାନଙ୍କୁ ଆମେ ସ୍ଵାଗତ କରୁଛୁ । ଏହାସହିତ କଂଗ୍ରେସ ନେତା ସୁର ରାଉତ ରାୟଙ୍କ ସହିତ ଆଲୋଚନା କରିଛି ସେ ମଧ୍ୟ ଫେରିବେ ।"

ପଦଯାତ୍ରା କରିବ କଂଗ୍ରେସ-

ରାଜ୍ୟ କଂଗ୍ରେସକୁ ନୂଆ ମୁଖିଆ ମିଳିବା ପରେ ଆକ୍ସନ ମୁଡରେ କଂଗ୍ରେସ । ପୂର୍ବତନ ପିସିସି ମୁଖିଆଙ୍କ ସମୟରେ ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ନେତାଙ୍କ ଉପରେ ନିଲମ୍ବନାଦେଶ ଉଠାଇଛନ୍ତି ନୂଆ ମୁଖିଆ । ଏପଟେ ନୂଆ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଆମେ ରାଜ୍ୟରେ କଂଗ୍ରେସକୁ ଆଗକୁ ନେବା ପାଇଁ ସମସ୍ତ ଉଦ୍ୟମ ଆରମ୍ଭ କରିବୁ । ପଦଯାତ୍ରା କରି ଘରକୁ ଘର ଯିବୁ । ଲୋକଙ୍କୁ ବୁଝାଇବାକୁ କଂଗ୍ରେସକୁ ଫେରିବାକୁ କହିବୁ ।

ମାନସଙ୍କ ଉପରୁ ହଟିଲା ନିଲମ୍ବନ-

ମାନସଙ୍କ ଉପରୁ ହଟିଲା ନିଲମ୍ବନ । ପିସିସି ସଭାପତି ହେବା ପରେ ଭକ୍ତ ଦାସ ଅକ୍ସନ ମୁଡ଼ରେ । ଦାୟିତ୍ୱ ନେବାର କିଛି ଘଣ୍ଟା ପରେ ଜାରି କଲେ ନିର୍ଦେଶ ନାମା । କଟକ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ମାନସ ଚୌଧୁରୀଙ୍କ ନିଲମ୍ବନ ହଟାଇଲେ ଭକ୍ତ । ମାନସଙ୍କ ଉପରୁ ନିଲମ୍ବନ ହଟାଇଲେ ପିସିସି ସଭାପତି ଭକ୍ତ ଦାସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.