ETV Bharat / state

ସାତକୋଶିଆ ଗଣ୍ଡ ଉପରେ ଉଡିଲା ହେଲିକପ୍ଟର, ତଥ୍ୟ ମାଗିଲା ବନ ବିଭାଗ - SATKOSIA GORGE SANCTUARY

ହେଲିକପ୍ଟରଟି ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ପାର୍ଶ୍ଵକୁ ଉଡାଣ କରିଥିଲା । ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉକ୍ତ ହେଲିକପ୍ଟରଟି ଉଡୁଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

HELICOPTER FLIES OVER SATKOSIA
HELICOPTER FLIES OVER SATKOSIA (ETV BHARAT ODISHA)
author img

By ETV Bharat Odisha Team

Published : Feb 15, 2025, 6:20 PM IST

ଅନୁଗୋଳ: ସାତକୋଶିଆ ଗଣ୍ଡ ଉପରେ ଉଡିଲା ଅଜଣା ହେଲିକପ୍ଟର । ଯେଉଁଠି ଡଙ୍ଗା ଚାଲିବା ନେଇ କଟକଣା ରହିଛି ସେଠାରେ ଉଡ଼ିଛି ହେଲିକପ୍ଟର । ନିଷିଦ୍ଧାଞ୍ଚଳ ସତ୍ତ୍ୱେ କିଏ ଓ କାହିଁକି ଗଣ୍ଡ ଉପରେ ହେଲିକପ୍ଟର ଉଡାଇଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକି ବନ୍ୟପ୍ରାଣୀ ସଂରକ୍ଷଣ ନିୟମକୁ ଅବମାନନା କରୁଛି । ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲରଙ୍କୁ ତଥ୍ୟ ମାଗିଛି ବନ ବିଭାଗ ।

ସାତକୋଶିଆରେ ଉଡିଲା ହେଲିକପ୍ଟର:

ହେଲିକପ୍ଟରଟି ଗଣ୍ଡର ତଳ ଅବବାହିକା ଦିଗରୁ ଆଠମଲ୍ଲିକ ପାର୍ଶ୍ଵକୁ ଉଡାଣ କରିଥିଲା । ମାତ୍ର ୫୦ରୁ ୬୦ ଫୁଟ ଉଚ୍ଚରେ ଗଣ୍ଡ ଉପର ଦେଇ ଉକ୍ତ ହେଲିକପ୍ଟରଟି ଉଡୁଥ‌ିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଭୀଷଣ ଗର୍ଜନ ସହ ବତାସ ଭଳି ପବନ କରି ହେଲିକପ୍ଟରଟି ଉଡୁଥ‌ିବା ଦେଖାଯାଇଥିଲା । ଗଣ୍ଡ ଉପରେ ୩ଶହ ଫୁଟ ତଳକୁ କୌଣସି ବିମାନ ଉଡାଇବା ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ କିଏ ଓ କାହିଁକି ଏପରି ସାହସ କଲା ତାହା ସ୍ପଷ୍ଟ ହୋଇନାହିଁ।

Helicopter flies over Satkosia gorge
Helicopter flies over Satkosia gorge (ETV BHARAT ODISHA)

ବନ ବିଭାଗ ତରଫରୁ ସିଭିଲ ଆଭିଏସନ ନିର୍ଦ୍ଦେଶକଙ୍କୁ ଚିଠି:

HELICOPTER FLIES OVER SATKOSIA
HELICOPTER FLIES OVER SATKOSIA (ETV BHARAT ODISHA)

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଉପରେ ଅଜଣା ହେଲିକେପ୍ଟର ଉଡିବା ପରେ ବନ ବିଭାଗ ତରଫରୁ ଆରମ୍ଭ ହୋଇ ଯାଇଛି ତନାଘନା। ଗତ ୧୩ ତାରିଖ ଅପରାହ୍ନରେ ହେଲିକପ୍ଟରଟି ସାତକୋଶିଆ ଗଣ୍ଡ ଉପରେ ଉଡିଥିଲା । ୧୪ ତାରିଖ ସକାଳେ ପୁଣି ସେହି ରାସ୍ତା ଦେଇ ଫେରିଥିଲା। ସ୍ଥାନୀୟ ଲୋକେ ଏଭଳି ଏକ ଅଜଣା ହେଲିକେପ୍ଟର ଦେଖି ଭୟଭୀତ ହୋଇ ପଡ଼ିଥିଲେ । ସେଠାରେ ଥିବା ବନ କର୍ମଚାରୀମାନେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏନେଇ ସୂଚନା ଦେଇଥିଲେ । ତେବେ ହେଲିକପ୍ଟରଟି କାହାର, କେଉଁଠୁ ଆସିଥିଲା ଏବଂ କୁଆଡେ ଯାଉଥିଲା ତାହାର କୌଣସି ସୂଚନା ମିଳିପାରି ନାହିଁ। ବନ ବିଭାଗ ତରଫରୁ ସିଭିଲ ଆଭିଏସନ ନିର୍ଦ୍ଦେଶକଙ୍କୁ ଚିଠି ଯୋଗେ ସମସ୍ତ ତଥ୍ୟ ମଗା ଯାଇଛି । କାରଣ ସାତକୋଶିଆ ଗଣ୍ଡ ହେଉଛି ବ୍ୟାଘ୍ର ପ୍ରକଳ୍ପର କୋର ଏରିଆ । ଏହା ଉପରେ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ କୌଣସି ବିମାନ ଉଡାଇବା ବନ୍ୟପ୍ରାଣୀ ସୁରକ୍ଷା ଆଇନକୁ ଉଲ୍ଲଘଂନ କରୁଛି।

SATKOSIA GORGE SANCTUARY (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସାତକୋଶିଆ ଗଣ୍ଡକୁ ଛଡ଼ାଗଲେ ୧୨ ଘଡ଼ିଆଳ, କାହିଁକି ବଢୁନି ବଂଶ ? - GHARIAL CROCODILES

ଏହା ମଧ୍ୟ ପଢନ୍ତୁ-ସତ୍ତା ଖୋଜୁଛି ସାତକୋଶିଆ, ଗଭୀର ଗଣ୍ଡ ଏବେ ବାଲିଚର - SATKOSIA GORGE

ଡଙ୍ଗା ଚଳାଇବା ସହ ମାଛ ମାରିବାକୁ କଟକଣା:

ମହାନଦୀର ସାତକୋଶିଆ ଗଣ୍ଡରେ ତିନୋଟି ବିଲୁପ୍ତପ୍ରାୟ ପ୍ରଜାତି ଯଥା ଘଡ଼ିଆଳ କୁମ୍ଭୀର, ଇଣ୍ଡିଆନ ସ୍କିମର (ପାଣିଚରା) ଓ ବ୍ଲାକବିଲଡ଼ଟନ ଆଦି ପକ୍ଷୀ ବାସ କରୁଛନ୍ତି। ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା ସହ ଏହାକୁ ମାନ୍ୟତା ମିଳିଛି । ବର୍ତ୍ତମାନ ଘଡ଼ିଆଳ କୁମ୍ଭୀର ରାମସାର ସାଇ ଇଟର ମା’ ସହ ଇଣ୍ଡିଆନ ସ୍କିମର ପକ୍ଷୀଙ୍କ ମିଳନ ଓ ଅଣ୍ଡା ଦେବା ସମୟ । ଏହି ସମୟରେ ଗଣ୍ଡ ଉପର ଦେଇ ହେଲିକପ୍ଟର ଉଡିବା ଫଳରେ ଉକ୍ତ ବିଲୁପ୍ତପ୍ରାୟ ପ୍ରଜାତି ଚଳଣି ଉପରେ ପ୍ରଭାବ ପକାଇବା ଆଶଙ୍କା କରାଯାଉଛି । ପରିବେଶ ସମ୍ବେଦନଶୀଳ ଅଞ୍ଚଳ ହେବା କାରଣରୁ ନଦୀକୂଳରେ ବାସ କରୁଥିବା ଲୋକଙ୍କୁ ଡଙ୍ଗା ଚଳାଇବା ସହ ମାଛ ମାରିବାକୁ କଟକଣା ରହିଛି । ଅନେକ ସମୟରେ ସେମାନଙ୍କ ଡଙ୍ଗାକୁ ବନବିଭାଗ ଜବତ କରୁଛି । ସାଧାରଣ ଲୋକଙ୍କ ଜୀବନଜୀବିକା ଉପରେ ଆଇନର କଟକଣା ରହୁଥିବା ବେଳେ ଗଣ୍ଡର ମାତ୍ର ୫୦ ଫୁଟ ଉପରେ ହେଲିକପ୍ଟର ଉଡାଇବା ଘଟଣା ଉପରେ ବନବିଭାଗ କି ପଦକ୍ଷେପ ନେଇଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟ ମଧ୍ୟ ଦେଇ ମହାନଦୀ ଦୀର୍ଘ ପଥ ଅତିକ୍ରମ କରିଛି । ଆଠମଲ୍ଲିକର ବିନିକେଇରୁ ଆରମ୍ଭ ହୋଇ କଟକ ବଡ଼ମୂଳ ପର୍ଯ୍ୟନ୍ତ ସାତକୋଶିଆ ଗଣ୍ଡ ପରିବ୍ୟାପ୍ତ । ଗଣ୍ଡଟି ଅଭୟାରଣ୍ୟର କୋର ଅଞ୍ଚଳରେ ରହୁଥ‌ିବା ବେଳେ ଏହା ଉପରେ ଉଡାଣକୁ ନିଷିଦ୍ଧ କରାଯାଇଛି । ଅପରପକ୍ଷେ ଏହି ଘଟଣା ଉପରୁ ପରଦା ଉଠାଇବା ପାଇଁ ଭୁବନେଶ୍ୱର ସ୍ଥିତ ‘ଏୟାର ଟ୍ରାଫିକ କଣ୍ଟ୍ରୋଲର' ହେଲିକପ୍ଟରର ଉଡାଣ ନେଇ ପକ୍ଷ ରଖିବାକୁ ଦାବି ହୋଇଛି। ।

ଘଟଣା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ସାତକୋଶିଆ DFO ସରୋଜ କୁମାର ପଣ୍ଡା କହିଛନ୍ତି " ସାତକୋଶିଆ ଉପରେ ବିମାନ ଉଡି଼ବା ବନ୍ୟଜନ୍ତୁ ଆଇନ ବିରୋଧ । ସେ ତାଙ୍କ ବିଭାଗର କର୍ମଚାରୀ ଠାରୁ ସୂଚନା ପାଇବା ପରେ ତୁରନ୍ତ ଭୁବନେଶ୍ୱର ସ୍ଥିତ ‘ଏୟାର ଟ୍ରାଫିକ କଣ୍ଟ୍ରୋଲର' କୁ ହେଲିକପ୍ଟରର ଉଡାଣ ନେଇ ତଥ୍ୟ ମାଗାଯାଇଛି । ତଥ୍ୟ ମିଳିବା ପରେ ଯାହା ଆଇନ ରେ ବ୍ୟବସ୍ଥା ରହିଛି ସେ ଅନୁଯାୟୀ ପଦକ୍ଷେପ ନିଆଯିବ। ''

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.