ETV Bharat / state

କାଲିଠୁ ବଢ଼ିବ ତାପମାତ୍ରା, ୪ ଦିନ ପରେ ପାଗରେ ପରିବର୍ତ୍ତନ ! - ODISHA WEATHER UPDATE

ତାତିରୁ ନାହିଁ ନିସ୍ତାର । ପୁଣି ବଢିବ ତାପମାତ୍ରା । ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

କାଲିଠୁ ବଢ଼ିବ ତାପମାତ୍ରା
କାଲିଠୁ ବଢ଼ିବ ତାପମାତ୍ରା (ETV Bharat Odisha)
author img

By ETV Bharat Odisha Team

Published : Feb 15, 2025, 6:38 PM IST

ଭୁବନେଶ୍ୱର: ତାତିରୁ ନାହିଁ ନିସ୍ତାର । ଆସନ୍ତା ୨୪ ଘଣ୍ଟା ପରେ ବଢ଼ିବ ତାପମାତ୍ରା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅନ୍ୟପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିୟାମକ ସକ୍ରିୟ ନଥିବା ବେଳେ ଆସନ୍ତା ୫ ଦିନ ପାଇଁ କୌଣସି ଚେତାବନୀ ଜାରୀ ହୋଇ ନାହିଁ ।

କୁହୁଡି ନେଇ ୟେଲୋ ଆଲର୍ଟ:

୨୪ ଘଣ୍ଟା ପାଇଁ ଘନ କୁହୁଡି ସତର୍କତା ନେଇ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କୁହୁଡି ନେଇ ଗଞ୍ଜାମ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୋଳକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

କାଲିଠୁ ବଢ଼ିବ ତାପମାତ୍ରା (ETV Bharat Odisha)

୧୯ରୁ ବର୍ଷା ସମ୍ଭାବନା:

ଅନ୍ୟପଟେ ଆସନ୍ତା ୧୯ ଓ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ତାରିଖରେ ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ଯାଜପୁର ଓ ଭଦ୍ରକର କିଛି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ଜଗତସିଂହପୁର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

କାଲିଠୁ ବଢ଼ିବ ତାପମାତ୍ରା
କାଲିଠୁ ବଢ଼ିବ ତାପମାତ୍ରା (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ତାତିରୁ ମିଳିବ ଆଶ୍ବସ୍ତି, 7 ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ କମିବ ତାତି, 3ରୁ 5 ଡିଗ୍ରୀ ଖସିବ ତାପମାତ୍ରା

୨ ଦିନ ପରେ କମିପାରେ ତାତି, ମିଳିବ ଆଶ୍ବସ୍ତି

ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି,"ଆଗାମୀ ୪ଦିନ ପର୍ଯ୍ୟନ୍ତ ଅର୍ଥାତ୍ ୧୮ ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରାରେ ବୃଦ୍ଧି ଘଟିବ । ୧୯ ତାରିଖ ପରେ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଘନକୁହୁଡି ନେଇ ଆଲର୍ଟ ଜାରି କରାଯାଇଛି ।"

ଅନ୍ୟପଟେ ଗତକାଲି ରାଜ୍ୟରେ ଅନୁଗୋଳରେ ସର୍ବାଧିକ ୩୪.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ତାତି ସହ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.