ETV Bharat / sports

ଆଇପିଏଲ 2025: RCBର ନୂଆ ଅଧିନାୟକ ରଜତ ପଟିଦାର - IPL 2025

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଆଜି ନିଜ ନୂଆ ଅଧିନାୟକଙ୍କ ନାଁ ଆଜି ଘୋଷଣା କରିଛି ।

ଆଜି ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିପାରେ RCB
ଆଜି ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିପାରେ RCB (ETV Bharat)
author img

By ETV Bharat Odisha Team

Published : Feb 13, 2025, 12:28 PM IST

Updated : Feb 13, 2025, 12:39 PM IST

ବେଙ୍ଗାଲୁରୁ: କ୍ରିକେଟ ମହାକୁମ୍ଭ ଆଇପିଏଲ 2025 ପାଇଁ ସମସ୍ତ 10 ଫ୍ରାଞ୍ଜାଇଜ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇ ସାରିଲେଣି । ମାର୍ଚ୍ଚ 21 ପରେ ଦୁନିଆର ସବୁଠାରୁ ଲୋକପ୍ରିୟ ଲିଗ୍‌ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ସର୍ବାଧିକ ଫ୍ୟାନ ଫଲୋଇଙ୍ଗ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜ ନୂଆ ଅଧିନାୟକଙ୍କ ନାଁ ଆଜି ଘୋଷଣା କରିଛି । ଫାପ ଡୁପ୍ଲେସିସଙ୍କୁ ଆରସିବି ପୁଣି ଥରେ ନ କିଣିବା ପରେ ଏବେ ଅଧିନାୟକଙ୍କୁ ନେଇ ଫ୍ୟାନ୍ସଙ୍କ ମନରେ ଉତ୍କଣ୍ଠା ଦେଖାଦେଇଥିଲା ।

ଫାଫ ଡୁ ପ୍ଲେସିସ 2022 ରୁ 2024 ପର୍ଯ୍ୟନ୍ତ ଆରସିବି ଦାୟିତ୍ବ ନେଇଥିଲେ । 2021ରେ ବିରାଟ କୋହଲି ଅଧିନାୟକ ପଦ ଛାଡିବା ପରେ ଡୁ ପ୍ଲେସିସଙ୍କୁ ଆରସିବି ଅଧିନାୟକ ପଦ ଦାୟିତ୍ବ ମିଳିଥିଲା । ଆରସିବି ମେଗା ଅକ୍ସନ 2025ରେ ଦକ୍ଷିଣ ଆଫ୍ରିକାର 40 ବର୍ଷୀୟ ଡୁ ପ୍ଲେସିସଙ୍କ ପାଇଁ ନିଲାମୀ ନ ଡାକି ବେସ୍‌ ପ୍ରାଇସ୍‌ରେ ଦିଲ୍ଲୀ କ୍ୟାପିଟଲ୍ସକୁ ବିକ୍ରି କରିଦେଇଥିଲା ।

  • ଅଧନାୟକ ରେସରେ ଥିଲେ କୋହଲି

ଆରସିବିର ନୂଆ ଅଧିନାୟକ ଦୌଡରେ ସବୁଠାରୁ ଆଗରେ ଥିଲେ ବିରାଟ କୋହଲି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ନୂଆ ଅଧିନାୟକଙ୍କ ନାଁ ଏବେ କନଫର୍ମ କରିଛି । କିନ୍ତୁ ଏହି ପଦ ପାଇଁ ସବୁଠୁ ଆଗରେ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ନାଁରେ ସବୁଠାରୁ ଆଗରେ ଥିଲା । ବିରାଟ 2013ରୁ 2021 ପର୍ଯ୍ୟନ୍ତ ଆରସିବିର ଅଧିନାୟକ ପଦ ସମ୍ଭାଳିଥିଲେ । କୋହଲି ଆଇପିଏଲ 2023ରେ ମଧ୍ୟ ତିନୋଟି ମ୍ୟାଚ ପାଇଁ ଟିମର ଅଧିନାୟକ ପଦ ଦାୟିତ୍ବ ସମ୍ଭାଳିଥିଲେ ।

  • ରଜତ ପଟିଦାରଙ୍କ ନାଁରେ ମୋହର

ଆରସିବି ଅଧିନାୟକ ରେସ୍‌ରେ ଥିବା ଯୁବ ବ୍ୟାଟର ରଜତ ପଟିଦାରଙ୍କ ନାଁରେ ମୋହର ମାରିଛି ଆରସିବି । ଯିଏ କି 2021ରୁ ଆରସିବି ଟିମରୁ ଖେଳୁଛନ୍ତି । ନଭେମ୍ବରର ମେଗା ନିଲାମୀ ପୂର୍ବରୁ 3 ରିଟର୍ଣ୍ଣ ଖିଲାଡିଙ୍କ ମଧ୍ୟରେ ସେ ଜଣେ ଥିଲେ । 31 ବର୍ଷୀୟ ପଟିଦାରଙ୍କ ଘରୋଇ କ୍ରିକେଟରେ ଅଧିନାୟକ ଦାୟିତ୍ବ ସମ୍ଭାଳିବାର ଅନୁଭବ ରହିଛି ।

  • ଆଇପିଏଲରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ରେକର୍ଡ

କୋହଲି ଆଇପିଏଲରେ 143ଟି ମ୍ୟାଚ୍‌ରେ ଆରସିବିର ଅଧିନାୟକ ଦାୟିତ୍ବ ସମ୍ଭାଳିଛନ୍ତି । କୋହଲିଙ୍କ ଅଧିନାୟକତ୍ବରେ ଆରସିବିକୁ 68 ମ୍ୟାଚରେ ବିଜୟ ମିଳିଥିବା ବେଳେ 71ଟି ମ୍ୟାଚରେ ପରାଜୟର ସାମନା କରିବାକୁ ପଡିଛି । ସେପଟେ 4ଟି ମ୍ୟାଚ ଡ୍ର ରହିଛି । କୋହଲି 2016ରେ କୋହଲିଙ୍କ ଅଧିନାୟକତ୍ବରେ ଆରସିବି ଫାଇନାଲରେ ପହଞ୍ଚିଥିଲା । ଏହି ସିଜିନରେ ସେ 973 ରନ ସଂଗ୍ରହ କରି ରେକର୍ଡ କରିଥିଲେ । ଆରସିବି ବର୍ତ୍ତମାନ ସୁଦ୍ଧା ଆଇପିଏଲ ଟାଇଟଲ ଜିତି ପାରିନାହଁ । ଏଭଳି ସ୍ଥିତିରେ ନୂଆ ଅଧିନାୟକଙ୍କ ଗୁରୁମନ୍ତ୍ରରେ ଆରସିବି ଆଇପିଏଲ ଟ୍ରଫି 2025 ହାସଲ କରୁ ବୋଲି ଟିମ ଆଶା ରଖିଛି ।

  • ଆରସିବିର ନୂଆ ଜର୍ସି ଏବଂ ୱେବସାଇଟ୍ ଲଞ୍ଚିଂ-

ଏହି ଇଭେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ଆଇପିଏଲ୍ 2025 ପାଇଁ ସେମାନଙ୍କର ନୂତନ ଜର୍ସି ଲଞ୍ଚ କରିଛି । ଏହାସହିତ ଲୟାଲ୍ ଆରସିବି ପ୍ରଶଂସକଙ୍କ ପାଇଁ ଏକ ନୂତନ ୱେବସାଇଟ୍ ମଧ୍ୟ ଉନ୍ମୋଚନ ହୋଇଛି । ଯାହା ମାଧ୍ୟମରେ ପ୍ରଶଂସକମାନେ ସେମାନଙ୍କର ପ୍ରିୟ RCB ଦଳ ସହିତ ଜଡିତ ଟିକିନିକି ଖବର ପାଇପାରିବେ ।

Last Updated : Feb 13, 2025, 12:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.