ETV Bharat / bharat

ଜନ୍ମଦାତ୍ରୀ ସାଜିଲା ପିଶାଚୀ, 9ଦିନର ଶିଶୁକନ୍ୟାର ଗଳାକଟି ହତ୍ୟା - Mother Killed Daughter

author img

By ETV Bharat Odisha Team

Published : Jul 27, 2024, 6:38 PM IST

Mother Killed Her 9 Day Old Innocent Daughter: ମାତ୍ର 9 ଦିନରେ ନିଷ୍ପାପ ଶିଶୁକନ୍ୟାର ହତ୍ୟା । ହତ୍ୟାକାରୀ ଆଉ କେହି ନିହେଁ ବରଂ ନିଜ ଜନ୍ମକଲା ମାଆ । କାହିଁକି ନିଜ ଛୁଆକୁ ହତ୍ୟାକଲା ମା' ? ଅଧିକ ପଢ଼ନ୍ତୁ

Mother Killed Her 9 Day Old Innocent Daughter
Mother Killed Her 9 Day Old Innocent Daughter (ETV Bharat Odisha)

ନୂଆଦିଲ୍ଲୀ: ଦୂର ହେଉନି ପୁଅ ଓ ଝିଅ ମଧ୍ୟରେ ପ୍ରଭେଦ । ଅଲୋଡ଼ା ହେଲା ଶିଶୁ କନ୍ୟା । ମା' ସାଜିଲା ରାକ୍ଷସୀ ! ଯେଉଁ ମା' 10 ମାସ 10 ଦିନ ଗର୍ଭରେ ଧରି ଜନ୍ମ କରିଥିଲା, ସେହି ମା' ହିଁ ନିଜ ହାତରେ ନିଜ ଛୁଆକୁ ହତ୍ୟା କରିଛି । ମାତ୍ର 9 ଦିନର ଶିଶୁକନ୍ୟାର ଗଳାକଟି ଅତି ନିର୍ମମ ଭାବରେ ହତ୍ୟା କରିଛି ଜନ୍ମକଲା ମା' । ଏଭଳି ଘଟଣା ଦେଖିବାକୁ ମିଳିଛି ଜାତୀୟ ରାଜଧାନୀ ଦିଲ୍ଲୀ ଉପକଣ୍ଠରେ ।

9 ଦିନର ଶିଶୁକନ୍ୟାର ଗଳା କାଟି ହତ୍ୟା କଲା ମା':-

ସୂଚନା ଅନୁସାରେ, ଦିଲ୍ଲୀ ଉପକଣ୍ଠ ମୁଣ୍ଡକା ପୋଲିସ ଷ୍ଟେସନ ଅଞ୍ଚଳ ବାବା ହରିଦାସ କଲୋନୀ ନିବାସୀ ଗୋବିନ୍ଦ ବାହାଦୁରଗଡ଼ରେ ଏକ ଜୋତା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି । ଗତ ଜୁଲାଇ 17 ତାରିଖରେ ଗୋବିନ୍ଦଙ୍କ ପତ୍ନୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କନ୍ୟା ସନ୍ତାନ ଜନ୍ମ ହେବା ପରେ ଏନେଇ ତାଙ୍କ ପତ୍ନୀ ନାରାଜ ଥିଲେ । ଗତ ଜୁଲାଇ 25 ତାରିଖ ଦିନ ଗୋବିନ୍ଦଙ୍କ ପତ୍ନୀ ଏକ ଧାରୁଆ ଅସ୍ତ୍ରରେ ମାତ୍ର 9 ଦିନର ଶିଶୁ କନ୍ୟାର ଗଳାକାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ।

ସ୍ତ୍ରୀ ବିରୁଦ୍ଧରେ ଥାନାରେ ଅଭିଯୋଗ କଲା ସ୍ବାମୀ:-

ତେବେ ପତ୍ନୀ ଶିଶୁକନ୍ୟାକୁ ହତ୍ୟା କରିବା ପରେ ଗୋବିନ୍ଦ ମୁଣ୍ଡକା ପୋଲିସ ଷ୍ଟେସନରେ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ଟିମ ଗଠନ କରି ବାବା ହରିଦାସ କଲୋନୀରେ ଗୋବିନ୍ଦଙ୍କ ଘରେ ପହଞ୍ଚିଥିଲା । ସେଠାରେ ଘରର ଦ୍ବିତୀୟ ମହଲାରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବାର ପୋଲିସ ଦେଖିଥିଲା । ସେପଟେ ଗୋବିନ୍ଦଙ୍କ ପତ୍ନୀ ନିଜକୁ ଏକ ରୁମରେ ତାଲା ପକାଇ ରହିଥିଲେ । ପୋଲିସ ତାଲା ଭାଙ୍ଗି ଉକ୍ତ ମହିଳାଙ୍କୁ ଗିରଫ କରିଛି । ଏହା ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀକୁ ମଧ୍ୟ ପୋଲିସ ଜବତ କରିଛି ।

କାହିଁକି ଶିଶୁକନ୍ୟାକୁ ହତ୍ୟା କଲା ମା' ?

ହତ୍ୟାକାରୀ ମାଆକୁ ଗିରଫ କରିବା ପରେ ଶିଶୁକନ୍ୟାକୁ ହତ୍ୟା ପଛର ରହସ୍ୟ ଜାଣିବା ପାଇଁ ଉକ୍ତ ମହିଳାଙ୍କୁ ପଚରାଉଚରା କରିଥିଲା ପୋଲିସ । ପଚରାଉଚରା ବେଳେ ମହିଳା ଜଣଙ୍କ ନିଜ ଦୋଷ ସ୍ବୀକାର କରିଥିଲେ । ମହିଳା ଜଣଙ୍କ କହିଥିଲେ ଯେ, ସେ ପୁଅ ଚାହୁଁଥିଲେ, କିନ୍ତୁ ତାଙ୍କର କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ସେ ଶିଶୁକନ୍ୟାକୁ ନିଜ ପାଖରେ ରଖିବାକୁ ଚାହୁଁନଥିଲେ । ତେଣୁ ତାକୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ତାଙ୍କର ଏକ 2ବର୍ଷର ପୁଅ ଅଛି ।

ଏହା ମଧ୍ୟ ପଢ଼ନ୍ତୁ... ରାଜନୈତିକ ଶତ୍ରୁତା ହେଲା କାଳ ! ଗୁଳି ମାଡ଼ରେ ଯୁବକ ମୃତ - DHENKANAL FIRING

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.