ETV Bharat / bharat

ପ୍ରଥମ ଥର ୟୁକ୍ରେନ ଯିବେ ମୋଦି, ମସ୍କୋ ପରେ କିଭ୍ ଗସ୍ତ କାର୍ଯ୍ୟକ୍ରମ ! - PM MODI LIKELY TO VISIT UKRAINE

author img

By ETV Bharat Odisha Team

Published : Jul 27, 2024, 3:49 PM IST

PM Modi is likely to visit Ukraine: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟରେ ୟୁକ୍ରେନ ଯାତ୍ରା କରିପାରନ୍ତି । ଏହା ତାଙ୍କର ପ୍ରଥମ ଥର ୟୁକ୍ରେନ ଗସ୍ତ ହେବ । ପଢନ୍ତୁ ପୂରା ଖବର ।

Modi To Visit Ukraine
Modi To Visit Ukraine (ETV Bharat)

ନୂଆଦିଲ୍ଲୀ: ଲଗାତାର ବିଦେଶ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମସ୍କୋ ଯାତ୍ରା ପରେ ସେ ପୁଣି ବିଦେଶ ଗସ୍ତ କରିପାରନ୍ତି । ଆସନ୍ତା ମାସ ୟୁକ୍ରେନକୁ ମୋଦି ଗସ୍ତ କରିପାରନ୍ତି ବୋଲି କୁହାଯାଉଛି । କହିରଖୁଛୁ, ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପରେ ମୋଦି ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଯେଉଁଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏହାସହ ନିଜ ଦେଶକୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ଯଦି ମୋଦି ୟୁକ୍ରେନ ଗସ୍ତ କରୁଛନ୍ତି ତେବେ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଅନ୍ୟପଟେ ଅଗଷ୍ଟ ମାସ ୨୪ ତାରିଖରେ ୟୁକ୍ରେନରେ ସ୍ବାଧୀନତା ଦିବସ ପାଳନ କରାଯାଉଥିବାବେଳେ ସେହି ସମୟରେ ମୋଦି ଗସ୍ତ କରିପାରନ୍ତି ବୋଲି କୁହାଯାଉଛି ।

ଜି-7 ସମ୍ମିଳନୀରେ ନିମନ୍ତ୍ରଣ କରିଥିଲେ ଜେଲେନସ୍କି :-

ଇଟାଲୀ ଅଧ୍ୟକ୍ଷତାରେ ଆୟୋଜିତ ଜି-7ର ଚଳିତ ସଂସ୍କରଣରେ ଉଭୟ ଭାରତ ଏବଂ ୟୁକ୍ରେନ ନିମନ୍ତ୍ରିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ କାର୍ଯ୍ୟକ୍ରମର ପାର୍ଶ୍ବ କାର୍ଯ୍ୟକ୍ରମ ଭାବେ ଉଭୟ ନେତା ପରସ୍ପରକୁ ସାକ୍ଷାତ କରି ସ୍ବଳ୍ପକାଳୀନ ଆଲୋଚନା ମଧ୍ୟ କରିଥିଲେ । ନିର୍ବାଚନରେ ବିଜୟୀ ହେବା ଓ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପାଇଁ ଜେଲେନସ୍କି ମୋଦିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଯୁଦ୍ଧ ପରିବର୍ତ୍ତୀ ସ୍ଥିତି ଓ ମାନବୀୟ ସଙ୍କଟର ମୁକାବିଲା ପାଇଁ ଉଭୟ ନେତାଙ୍କ ମଧ୍ୟରେ ଏକ ଫଳପ୍ରଦ ଆଲୋଚନା ହୋଇଥିଲା । କିଭ ଗସ୍ତରେ ଆସିବାକୁ ରାଷ୍ଟ୍ରପତି ଜେଲେନସ୍କି ସେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ ।

ମୋଦି-ଜେଲେନସ୍କି କଥାବାର୍ତ୍ତା:-

ଚଳିତ ବର୍ଷ ମାର୍ଚ୍ଚ ମାସରେ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ ଉଭୟ ମୋଦି ଓ ଜେଲେନସ୍କି । ଭାରତ ଓ ୟୁକ୍ରେନ ମଧ୍ୟରେ କିଭଳି ସମ୍ପର୍କ ମଜଭୁତ ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ । ଋଷ-ୟୁକ୍ରେନ ସଂଘର୍ଷ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କରାଯାଉଥିବା ସମସ୍ତ ପ୍ରୟାସକୁ ଭାରତ ସମର୍ଥନ ଜଣାଉଛି । ଯାହା ଆବଶ୍ୟକ ଭାରତ ନିଜର ସାମର୍ଥ୍ୟ ଅନୁସାରେ ସେସବୁ କରିବାକୁ ପ୍ରସ୍ତୁତ ଅଛି ।"

ମୋଦି-ପୁଟିନ ବୈଠକ:-

ଚଳିତ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ବୈଠକ କରିଥିଲେ । ଏହି ଆଲୋଚନାବେଳେ ଅହିଂସା କଥା ଉଠାଇ ଯୁଦ୍ଧ ପରିବର୍ତ୍ତେ ଆପୋଷ ବୁଝାମଣା କରି ଆଗକୁ ବଢିବାକୁ ମୋଦି ଆହ୍ବାନ ଦେଇଥିଲେ ।

ମସ୍କୋ ଗସ୍ତକୁ ନିନ୍ଦା କରିଥିଲେ ଜେଲେନସ୍କି:-

ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦିଙ୍କ ମସ୍କୋ ଯାତ୍ରାକୁ ନେଇ ନିରାଶ ବ୍ୟକ୍ତ କରିଥିଲେ । ସେ ସୋସିଆଲ ମିଡିଆରେ ପୋଷ୍ଟ କରି ମୋଦି-ପୁଟିନଙ୍କ ବୈଠକକୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ଜୁଲାଇ ୯ ତାରିଖରେ ଜେଲେନସ୍କି ଲେଖିଥିଲେ, "ୟୁକ୍ରେନରେ ୩୭ଜଣଙ୍କ ହତ୍ୟା କରାଯାଇଛି । ୧୭୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଶିଶୁ ରହିଛନ୍ତି । ଅତି କ୍ରୁରତାର ସହ ମିସାଇଲ ଷ୍ଟ୍ରାଇକ କରିଛି ଋଷ । ହେଲେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ଜଣେ ହତ୍ୟାକାରୀକୁ ଆଲିଙ୍ଗନ କରିବା ଦୁଃଖଦାୟକ ।"

ମୋଦିଙ୍କ ପ୍ରଥମ ୟୁକ୍ରେନ ଗସ୍ତ !

ଯଦିଓ ବିଦେଶ ମନ୍ତ୍ରାଳୟ ପକ୍ଷରୁ ମୋଦିଙ୍କ ୟୁକ୍ରେନ ଯାତ୍ରା ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କିଭ୍ ଯାତ୍ରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟ:-

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦେଶ ମଧ୍ୟରେ 2022ରୁ ଜାରି ରହିଥିବା ଯୁଦ୍ଧ ସମଗ୍ର ବୈଶ୍ବିକ-ରାଜନୈତିକ ଦୃଶ୍ୟପଟ୍ଟକୁ ପ୍ରଭାବିତ କରିଛି । ଅନ୍ତର୍ଜାତୀୟ ଗୋଷ୍ଠୀବାଦ ଚରମ ସୀମାରେ ପହଞ୍ଚିଛି । ପଶ୍ଚିମ-ରାଷ୍ଟ୍ର ସମୂହ ୟୁକ୍ରେନକୁ ଅପର୍ଯ୍ୟାପ୍ତ ଆର୍ଥିକ, ରାଜନୈତିକ ଓ ସାମରିକ ସହଯୋଗ କରିବା ସହ ଋଷ ବିରୋଧରେଏକାଧିକ ଆର୍ଥିକ ଓ ଅନ୍ୟ ଅନ୍ତର୍ଜାତୀୟ କଟକଣା ଜାରି କରିଛନ୍ତି । ଆମେରିକାର ପ୍ରରୋଚନାରେ ପଶ୍ଚିମ ଦେଶସମୂହ ଏହି ଯୁଦ୍ଧକୁ ଅଧିକ ଜଟିଳ କରୁଥିବା ମସ୍କୋ ଅଭିଯୋଗ କରିଆସିଛି । ମାତ୍ର ଏହି ଘଟଣାରେ ଗ୍ଲୋବାଲ-ସାଉଥର ଅନ୍ୟତମ ଶକ୍ତିଶାଳୀ ଦେଶ ଭାରତ ଗୋଷ୍ଠୀ ନିରପେକ୍ଷତା ବଜାୟ ରଖି ଆସିଛି । ସମାଧାନ ପାଇଁ ଆଲୋଚନା ଟେବୁଲକୁ ବାଛିବାକୁ ଉଭୟ ଋଷ ଓ ୟୁକ୍ରେନକୁ ପରାମର୍ଶ ଦେଇଆସିଛି ।

ଏହା ବି ପଢନ୍ତୁ...ମୋଦି-ପୁଟିନ ବନ୍ଧୁତା: ବୈଶ୍ବିକ ହଲଚଲ୍ ମଧ୍ୟରେ ଆହୁରି ସୁଦୃଢ ହେଉଥିବାର ସଙ୍କେତ - Modi Putin Bonhomie

ଏହା ବି ପଢନ୍ତୁ...କାର୍ଗିଲ ବୀରଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି, ଯୁଦ୍ଧ ସ୍ମାରକୀରୁ ପାକିସ୍ତାନକୁ ଚେତାବନୀ - Kargil Vijay Diwas

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.