ETV Bharat / state

୨ କୋଟି ଦାବିରେ ୪ ଯୁବକଙ୍କ ମୁଣ୍ଡଜାମିନ, ବିଷାକ୍ତ ସାପ ଦେଖାଇ ଭୟଭୀତ କରୁଥିଲେ ଦୁର୍ବୃତ୍ତ - YOUTHS KIDNAP FOR RS 2 CRORE

ମୁଣ୍ଡ ବନ୍ଧକ ରଖି ୪ ଯୁବକଙ୍କୁ ଅକଥନୀୟ ନିର୍ଯ୍ୟାତନା । ବିଷାକ୍ତ ସାପ ଦେଖାଇ ମାରିଦେବାର ଧମକ ଦେଉଥିଲେ ଦୁର୍ବୃତ୍ତ । ଉଦ୍ଧାର କଲା ପୋଲିସ ।

Youths Kidnapped Held Hostage
Youths Kidnapped Held Hostage (ETV Bharat Odisha)
author img

By ETV Bharat Odisha Team

Published : Jan 27, 2025, 9:21 PM IST

ବ୍ରହ୍ମପୁର: ୨ କୋଟି ଟଙ୍କା ପାଇଁ ମୁଣ୍ଡ ବନ୍ଧକ ରଖି ୪ ଜଣ ଯୁବକଙ୍କୁ ଗତ ୪ ଦିନ ଧରି ଦିଆଯାଉଥିଲା ଅକଥନୀୟ ନିର୍ଯ୍ୟାତନା । ଯୁବକମାନଙ୍କୁ ଅପହରଣ କରି ଜଙ୍ଗଲ ମଧ୍ୟରେ ରଖି ମାଡ ମରିବା ସହ ବିଷାକ୍ତ ସାପ ଦେଖାଇ ସାପ କାମୁଡାରେ ମାରିଦେବାକୁ ଧମକ ଦେଉଥିଲେ ଦୁର୍ବୃତ୍ତ । ସେପଟେ କୌଶଳକ୍ରମେ ଜଣେ ଯୁବକ ଘଟଣାସ୍ଥଳରୁ ଖସି ଆସି ସାହାଯ୍ୟ କରିବା ପାଇଁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ଗୁହାରୀ କରିବା ପରେ ଅନ୍ୟ ୩ ବନ୍ଦୀ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ ।

  • 4 ଅପହୃତ ଫାଇନାନ୍ସ କମ୍ପାନୀର କର୍ମଚାରୀ

ଉଦ୍ଧାର ହୋଇଥିବା ୪ ଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ଦିଲ୍ଲୀ, ୨ ଜଣ କଟକ ଏବଂ ଅନ୍ୟ ଜଣେ ଭୁବନେଶ୍ୱରର ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟତଃ ଏହି ୪ ଜଣ ଏକ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସେପଟେ ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଜଙ୍ଗଲ ମଧ୍ୟରେ ଅଟକାଇ ମୁଣ୍ଡ ଜାମିନ୍ ରଖିଥିବା ଅଭିଯୁକ୍ତମାନେ ଋଣ ନେବା ପାଇଁ କହି ଏକ ଗାଡ଼ି ଯୋଗେ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳକୁ ଆଣି ଏପରି ନିର୍ଯ୍ୟାତନା ଦେଉଥିଲେ । ତେବେ ଅପହରଣ କରିଥିବା ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ପୋଲିସ ଅଟକ ରଖିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାହାର ଖୋଳତାଡ ଆରମ୍ଭ କରିଛି ପୋଲିସ ।

  • କ'ଣ ଥିଲା ପୂରା ଘଟଣା:

୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ ଅଟନ୍ତି । ସେମାନଙ୍କୁ ଏକ ଗ୍ୟାଙ୍ଗ ଋଣ ପାଇଁ ଯୋଗାଯୋଗ କରିଥିଲେ । ଯୁବକମାନେ ଏକ କାର ଯୋଗେ ଭୁବନେଶ୍ୱରରୁ ଗଞ୍ଜାମ ଆସିଥିଲେ । କିନ୍ତୁ ଅଭିଯୁକ୍ତମାନେ ଋଣ ବିଷୟରେ ଆଲୋଚନା ନକରି ସେମାନଙ୍କୁ ଅପହରଣ କରି ନେଇଥିଲେ । ପ୍ରଥମେ ଗୋଳନ୍ଥରା ଥାନା ଅଞ୍ଚଳ ଏବଂ ପରେ କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ଆଉଟ ପୋଷ୍ଟ ଜଙ୍ଗଲ ମଧ୍ୟରେ ରହିଥିବା ଏକ ଆବଣ୍ଟନ ଘର ମଧ୍ୟରେ ଯୁବକମାନଙ୍କୁ ବନ୍ଦୀ କରି ରଖିଥିଲେ ।

Youths Kidnapped Held Hostage (ETV Bharat Odisha)
  • ମାଗୁଥିଲେ ୨ କୋଟି, ସାପ ଦେଖାଇ କରୁଥିଲେ ଭୟଭୀତ:

ମୁଣ୍ଡ ଜାମିନ ବଦଳରେ ୨ କୋଟି ଟଙ୍କା ଦାବି କରିବା ସହିତ ଟଙ୍କା ନଦେଲେ ବିଷଧର ସାପ ଦେଖାଇ ଭୟଭୀତ କରୁଥିଲେ । ସାପ ମାଧ୍ୟମରେ ଆଘାତ ଦେଇ ହତ୍ୟା କରାଇବାର ଭୟ ଦେଖାଇବା ସହିତ ମାଡ ମଧ୍ୟ ମାରୁଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ କୌଶଳକ୍ରମେ ଖସି ଆସିବା ସହିତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରେ ସହଯୋଗ ମାଗିଥିଲା । ଖବର ପାଇ ସ୍ଥାନୀୟ କେ.ନୂଆଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ବନ୍ଦୀଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଉଦ୍ଧାର ହୋଇଥିବା ଯୁବକମାନଙ୍କୁ ଅଧିକ ପଚାରା ଉଚାରା କରିବା ପରେ ପୋଲିସ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲା ।

  • ଜଣେ ଅଭିଯୁକ୍ତ ଅଟକ:

ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ୪ ଯୁବକଙ୍କୁ ଜଙ୍ଗଲ ମଧ୍ୟରେ ୪ ଦିନ ରଖି ଅକଥନୀୟ ନିର୍ଯ୍ୟାତନା ଦିଆଯିବା ଘଟଣାରେ ସଂପୃକ୍ତ ରହିଥିବା ଗ୍ୟାଙ୍ଗର ଜଣେ ଅଭିଯୁକ୍ତକୁ ଅଟକ ରଖି ଘଟଣାର ଅଧିକ ଖୋଳତାଡ କରୁଛି କେ.ନୂଆଗାଁ ଥାନା ପୋଲିସ । ଏପରିକି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରହ୍ମପୁରର ଦଣ୍ଡ ମହାରଣା ବୋଲି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ସର୍ବଣା ବିବେକ ଏମ୍ କହିଛନ୍ତି । ଏହି ଘଟଣାରେ ମୋଟ ୫ ଜଣ ସାମିଲ ରହିଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ସମସ୍ତ ଅଭିଯୁକ୍ତ ଗିରଫ ପରେ ଘଟଣା ଆହୁରି ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

4 Youths Kidnapped Held Hostage
4 Youths Kidnapped Held Hostage (ETV Bharat Odisha)
  • ବିଭିନ୍ନ ଦିଗରୁ ପୋଲିସର ତଦନ୍ତ ଜାରି:

ଏହି ଘଟଣାରେ ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଦିଗକୁ ନେଇ ତନାଘନା ଆରମ୍ଭ କରିଛି । କେବଳ ଫାଇନାନ୍ସ କାରବାରକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ନାଁ ଏହାରି ପଛରେ ଗଞ୍ଜେଇ, ମଦ କିମ୍ୱା ଅନ୍ୟ କିଛି କାରବାର ରହିଛି ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ।

  • ସାପ କେଉଁଠୁ ଆସିଲା, ତଦନ୍ତ କରିବ ଜଙ୍ଗଲ ବିଭାଗ:

ଯୁବକମାନଙ୍କୁ ବନ୍ଦୀ କରି ମାଡ ମରାଯିବା ସହିତ ବିଷାକ୍ତ ସାପକୁ ଦେଖାଇ ଅଭିଯୁକ୍ତ ସେମାନଙ୍କୁ ଭୟଭୀତ କରୁଥିଲେ । ଏଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ବ୍ରହ୍ମପୁର ପୋଲିସ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ସାପକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛି । କିଭଳି ଏବଂ କେଉଁ ପରିସ୍ଥିତିରେ ବିଷଧର ସାପ ସେଠାକୁ ଆସିଲା ତାହାର ତଦନ୍ତ ଜଙ୍ଗଲ ବିଭାଗ କରିବ ବୋଲି କହିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣା ବିବେକ ଏମ୍ ।

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ବରଗଡରେ 12 ଘଣ୍ଟିଆ ବନ୍ଦ ପାଳନ

ଏହା ମଧ୍ୟ ପଢ଼ନ୍ତୁ...ପୁରୁଷବନ୍ଧୁଙ୍କ ସାମ୍ନାରେ ଯୁବତୀଙ୍କୁ ଅପହରଣ, ୩ ଗିରଫ

  • ୫ରୁ ଅଧିକ ଅପହରଣକାରୀ ସାମିଲ:

ଏନେଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା.ଶ୍ରବଣା ବିବେକ ଏମ୍ କହିଛନ୍ତି, "୪ ଯୁବକଙ୍କୁ ଅପହରଣ କରାଯାଇଥିଲା । ଅପହରଣକାରୀମାନେ ଯୁବକମାନଙ୍କୁ ଭୁବନେଶ୍ଵରରୁ ଆଣି ଗଞ୍ଜାମରେ ରଖିଥିଲେ । ଋଣ କାରବାରକୁ ନେଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ୨ କୋଟି ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେବା ସହ ମାଡ ମାରୁଥିଲେ । ୪ ଜଣ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ଲୋନ୍ ଦେବା ପାଇଁ ଆଲୋତନା କରିବାକୁ ଯୁବକମାନେ ଆସିଥିଲେ । ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଛି । ଘଟଣାରେ ୫ରୁ ଅଧିକ ଅପହରଣକାରୀ ସାମିଲ ଅଛନ୍ତି । ଗଞ୍ଜେଇ କାରବାର ଦିଗକୁ ନେଇ ମଧ୍ୟ ତଦନ୍ତ କରାଯାଉଛି । ୪ ଯୁବକମାନଙ୍କ ମଧ୍ୟରୁ ଜଣଙ୍କ ଘର ଦିଲ୍ଲୀ. ୨ ଜଣଙ୍କର କଟକ ଓ ଆଉ ଜଣଙ୍କ ଘର ଭୁବନେଶ୍ବର । ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ୍ୟ ଉଦ୍ଧାର କରାଯାଇଛି । ସାପ କେଉଁଠି ଆସିଲା ସେନେଇ ଜଙ୍ଗଲ ବିଭାଗକୁ ତଦନ୍ତ ପାଇଁ କୁହାଯାଇଛି ।"

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.