ଓଡିଶା

odisha

ତିଖାଲି ଡ୍ୟାମରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟାଜଳ, ଖୋଲିଲା ୨ଟି ଗେଟ୍ - Tikhali Dam RELEASES FLOODWATER

By ETV Bharat Odisha Team

Published : Jul 31, 2024, 10:56 PM IST

TIKHALI DAM RELEASES FLOODWATER (ETV Bharat Odisha)

TIKHALI DAM RELEASES FLOODWATER: ନୂଆପଡା: ବହୁ ପ୍ରସିଦ୍ଧ ନିମ୍ନ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମରେ ଆଜି ଦୁଇଟି ଗେଟ୍ ଜରିଆରେ ଚଳିତ ବର୍ଷ ପ୍ରଥମ ବନ୍ୟା ପାଣି ନିଷ୍କାସନ କରାଯାଇଛି । ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ନୂଆପଡା ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭାତ୍ରା, ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଏବଂ ଖଡ଼ିଆଳ ବିଡ଼ିଓ ବିରସେନ ବେହେରା ପ୍ରମୁଖ ଉପସ୍ଥିତରେ ପୂଜାର୍ଚ୍ଚନା ପରେ ଡ୍ୟାମର ଦୁଇଟି ଗେଟକୁ ଖୋଲା ଯାଇଛି ।

ଡ୍ୟାମର ପ୍ରଥମ ବନ୍ୟାପାଣି ନିଷ୍କାସନ କରିବା ପୂର୍ବରୁ ତଳ ମୁଣ୍ଡରେ ବସବାସ କରୁଥିବା ପ୍ରତ୍ୟେକ ଗାଁରେ ଡ଼ାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରାଯାଇଛି । ସୁନ୍ଦର ନଦୀ ତଥା ଆଖ ପାଖ ଅଞ୍ଚଳର ସଂଯୋଗ କରୁଥିବା ନଦୀ ନାଳ ପୋଖରୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଥିବା କାରଣରୁ କୌଣସି ଲୋକ କିମ୍ବା ଗୃହ ପାଳିତ ପଶୁ ଛେଳି, ମେଣ୍ଢା, ଗାଈ-ବଳଦକୁ ନଛାଡିବା ପାଇଁ ସତର୍କ କରାଯାଇଛି । 

ଏହା ମଧ୍ୟ ପଢନ୍ତୁ....ହୀରାକୁଦରେ ଖୋଲିଲା 20 ଗେଟ୍, ବନ୍ୟା ସ୍ଥିତି ନେଇ ଏମିତି କହିଲେ ମୁଖ୍ୟଯନ୍ତ୍ରୀ - Hirakud releases floodwater 

ନିମ୍ନ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଡ୍ୟାମରେ 314.25 ମିଲିୟନ ଜଳ ରହିବା କ୍ଷମତା ରହିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ୟାମରେ 263.43 ମିଲିୟନ ଜଳରାଶି ରହିଛି । ଡ୍ୟାମ ଭିତରକୁ ଉପର ମୁଣ୍ଡରୁ ପ୍ରତି ମିନିଟରେ 46.29 କ୍ୟୁମେକ ଜଳ ପ୍ରବେଶ କରୁଥିବା କାରଣରୁ ଆଜି ଡ୍ୟାମ କତ୍ତୃପକ୍ଷ ଦୁଇଟି ଗେଟ ଖୋଲିବା ନିଷ୍ପତ୍ତି ନେଇଥିଲେ । ଦୁଇଟି ଗେଟରେ ପ୍ରତି ମିନିଟରେ 98.98 କ୍ୟୁମେକ ଜଳ ନିଷ୍କାସନ ହେଉଥିବା ଡ୍ୟାମ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି । 


ଇଟିଭି ଭାରତ, ନୂଆପଡ଼ା 

ABOUT THE AUTHOR

...view details