ETV Bharat / state

+2 Exam: CHSEର ପ୍ରସ୍ତୁତି ଜୋରଦାର, ନଭେମ୍ବର ୧୫ ସୁଦ୍ଧା ସବୁ ପରୀକ୍ଷା କେନ୍ଦ୍ରରେ ଲାଗିବ CCTV - Exam Preparation By CHSE

author img

By ETV Bharat Odisha Team

Published : Sep 9, 2024, 7:42 AM IST

CHSE +2 Exam Preparation: ଏବେଠୁ ଆରମ୍ଭ ହେଲାଣି +2 ପରୀକ୍ଷା ପ୍ରସ୍ତୁତି । ଏଥର କପି ରୋକିବାକୁ ବୋର୍ଡ କଡ଼ା ପଦକ୍ଷେପ ଗ୍ରହଣ କରିଛି । ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ତଥା ଲାବ୍ରୋଟୋରୀରେ ଉନ୍ନତମାନର CCTV ଲଗାଇବାକୁ ନିର୍ଦ୍ଦେଶ ଦେଇଛି ବୋର୍ଡ । ଖୁବଶୀଘ୍ର ପରୀକ୍ଷା ପାଇଁ ଫର୍ମ ଫିଲ୍ ଅପ୍ ଆରମ୍ଭ ହେବାକୁ ଯାଉଛି । ଅଧିକ ଅପଡେଟ୍ ଜାଣନ୍ତୁ ।

Exam Preparation
Exam Preparation (ETV Bharat Odisha)

ଭୁବନେଶ୍ବର: ଆସନ୍ତାବର୍ଷ (୨୦୨୫) ପ୍ରାରମ୍ଭରେ ହେବାକୁ ଥିବା +2 ପରୀକ୍ଷା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗାଇବାକୁ CHSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଉଥିବା ବେଳେ ଏନେଇ କଲେଜଗୁଡିକକୁ ତାଗିଦ କରାଯାଇଛି । ଏଥିପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ଓ ଷ୍ଟ୍ରଙ୍ଗ ରୁମରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଏତିକି ନୁହେଁ, ଘରୋଇ କଲେଜଗୁଡ଼ିକରେ ମଧ୍ୟ +2 କଲେଜର ଲାବୋରାଟୋରୀ କକ୍ଷରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସମସ୍ତ ଅନୁବନ୍ଧିତ କଲେଜକୁ ଚିଠି କରାଯାଇଛି । ନଭେମ୍ବର ୧୫ ସୁଦ୍ଧା ଏହାକୁ ପାଳନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

Exam Preparation (ETV Bharat Odisha)
ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ:

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର କହିଛନ୍ତି, "ସମସ୍ତ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର, ଷ୍ଟ୍ରଙ୍ଗ ରୁମ୍, ଲାବ୍ରୋଟୋରୀ ଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସିସିଟିଭି ନଲାଗିଥିଲେ ତୁରନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି ଲାଗିଥିବା କେନ୍ଦ୍ରଗୁଡିକରେ ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ ତାକୁ ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସିସିଟିଭି କ୍ୟାମେରାରେ ତାରିଖ ସହ ସମୟ ଆସୁଥିବା ଆବଶ୍ୟକ । ଯେଉଁ ଶିକ୍ଷାନୁଷ୍ଠାନ ପ୍ରଥମ କରି ପରୀକ୍ଷା କେନ୍ଦ୍ର ପାଇଁ ଆବେଦନ କରିଥିବେ ସେମାନଙ୍କ ପାଇଁ ମଧ୍ୟ ସମାନ ଗାଇଡଲାଇନ ରହିବ ।"

CHSE Notification
CHSE Notification (CHSE)

ଲଗାଯିବ ଅତ୍ୟାଧୁନିକ କ୍ୟାମେରା :
ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚଳନା ସମ୍ପର୍କିତ ଅନ୍ୟ ସ୍ଥାନରେ ଲାଗିବାକୁ ଥିବା ସିସିଟିଭରେ ଅତ୍ୟାଧୁନିକ ଫିଚର ରହିବା ମଧ୍ୟ ଜରୁରୀ । ଡିଭିଆର, ଏନଭିଆର, ଇନଷ୍ଟା କ୍ଲାଉଡ୍, ଇଣ୍ଟରନେଟ ସଂଯୋଗ, ଷ୍ଟାଟିକ ଆଇପି ଆଡ୍ରେସ, ଇନଷ୍ଟା କ୍ଲାଉଡ ସିରିଆଲ୍ ନମ୍ବର ଥିବା ଭଲ କମ୍ପାନୀର ଗୁଣାତ୍ମକ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପରୀକ୍ଷା ସମୟରେ SAMS କରିବ ସହଯୋଗ :

କଲେଜଗୁଡିକ ନିଜର କଲେଜ ନାମ, କୋଡ୍ ନମ୍ବର, ଇଣ୍ଟରନେଟ ପ୍ରୋଭାଇଡର, ସ୍ପିଡ୍, ଡିଭିଆର, ଏନଭିଆର ମେକ, ଏହାର ସିରିଆଲ ନମ୍ବର, ୟୁଜର ନାମ ଓ ପାସୱାର୍ଡ ଆଦି SAMS-e-SPACE ମାଧ୍ୟମରେ ଦାଖଲ କରିବେ । ଏଥିସହ ସିସିଟିଭି ଷ୍ଟାଟସ ଲିଙ୍କ ମଧ୍ୟ ସେୟାର କରିବେ । ଏହି ସମସ୍ତ କାର୍ଯ୍ୟଧାରା ନ‌ଭେମ୍ବର ୧୫ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏହା ବି ପଢନ୍ତୁ...ଅଗଷ୍ଟ ୧୭ରେ ହେବ OTET ପରୀକ୍ଷା, ଜାଣନ୍ତୁ କେମିତି ଡାଉନଲୋଡ କରିବେ ଆଡ଼ମିଟକାର୍ଡ

ଏହା ବି ପଢନ୍ତୁ...ଫେବୃଆରୀ ୧୫ରୁ ଯୁକ୍ତ ଦୁଇ ପରୀକ୍ଷା, ବଦଳିଲା ପ୍ରଶ୍ନପତ୍ର ଢାଞ୍ଚା; ଜାଣନ୍ତୁ କେଉଁ କେଉଁ ଶିକ୍ଷା କୋଶ୍ଚିନ ପ୍ୟାଟର୍ଣ୍ଣ ବଦଳିଲା ? - Plus two new question pattern

ଏହା ବି ପଢନ୍ତୁ...OPSC: ଓପିଏସସି OCS-୨୦୨୨ ପରୀକ୍ଷା ଫଳ ପ୍ରକାଶ; ୧୩୬୭ କୃତକାର୍ଯ୍ୟ, ଏହି ଦିନ ସାକ୍ଷାତକାର ପରୀକ୍ଷା

କେବେ ହେବ +2 ପରୀକ୍ଷା ?
ସୂଚନା ମୁତାବକ, ଫେବୃଆରୀ ୧୫ ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଯୋଜନା ରହିଛି । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ନିଜ ନିଜ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା ଶେଷ କରିବେ । ସେହିଭଳି ଇଣ୍ଟରନାଲ ପରୀକ୍ଷା ଚଳିତ ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ୨୦୨୫ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ବୋର୍ଡ ଯୋଜନା ରଖିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇନଥିବାରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା । ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ...ଜାତୀୟ ଆୟଭିଭିକ ମେଧାବୃତ୍ତି ପରୀକ୍ଷା: ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ, କ’ଣ ରହିଛି ଯୋଗ୍ୟତା - NMMS Scholarship Application

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.