ETV Bharat / bharat

ଭାରତରେ ଏଣ୍ଟ୍ରି ମାରିଲା ମଙ୍କିପକ୍ସ, ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ - 1ST MPOX CASE IN INDIA

author img

By ETV Bharat Odisha Team

Published : Sep 9, 2024, 8:24 AM IST

Updated : Sep 9, 2024, 10:09 PM IST

1st Monkeypox Case in india: ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ । ଆକ୍ରାନ୍ତଙ୍କ ପରିଚୟ ଗୋପନ । ସଙ୍ଗରୋଧରେ ଚିକିତ୍ସା ଜାରି । ରକ୍ତ ନମୂନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଲା, ଚିନ୍ତିତ ହେବାର କାରଣ ନାହିଁ । ଅଧିକ ପଢନ୍ତୁ

ଦେଶରଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ସଙ୍ଗରୋଧରେ ଆକ୍ରାନ୍ତ, ଚିନ୍ତିତ ନହେବାକୁ କେନ୍ଦ୍ରର ପରାମର୍ଶ
ଦେଶରଏଣ୍ଟ୍ରି ମାରିଲା ମଙ୍କିପକ୍ସ ! ସଙ୍ଗରୋଧରେ ଆକ୍ରାନ୍ତ, ଚିନ୍ତିତ ନହେବାକୁ କେନ୍ଦ୍ରର ପରାମର୍ଶ (ETV Bharat Odisha)

ହାଇଦ୍ରାବାଦ: ଭାରତରେ ପ୍ରବେଶ କଲା ମଙ୍କିପକ୍ସ । ବିଦେଶରୁ ଫେରିଥିବା ଜଣେ ବ୍ୟକ୍ତି ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ହୋଇଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ତାଙ୍କ ଶରୀରରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇଛି । ତାଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା କରାଯାଉଛି । ଗତକାଲି ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ରିପୋର୍ଟରେ ପଜିଟିଭ ଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଅବଶ୍ୟକତା ନାହିଁ ବୋଲି କେନ୍ଦ୍ର ସରକାର କହିଛି । ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଗୋପନୀୟ ରଖାଯାଇଛି । ତେବେ ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ କ୍ଲେଡ 2 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି ।

  • ସଙ୍ଗରୋଧରେ ଆକ୍ରାନ୍ତ, ପରିଚୟ ଗୋପନ

ଗତକାଲି PIB ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ତଥ୍ୟ ଅନୁସାରେ, ଆକ୍ରାନ୍ତ ଜଣକ ମଙ୍କିପକ୍ସ ସଂକ୍ରମିତ ଦେଶରୁ ଫେରିଛନ୍ତି । ତାଙ୍କଠାରେ ଲକ୍ଷଣ ପ୍ରକାଶ ପାଇବା ପରେ ତୁରନ୍ତ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ସେ ଅନ୍ୟ କେଉଁମାନଙ୍କ ସହ ମିଶିଥିଲେ, ସେନେଇ ମଧ୍ୟ ଟ୍ରେସିଂ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଚିନ୍ତିତ ହେବାର କୌଣସି କାରଣ ନାହିଁ ।

  • କିପରି ବ୍ୟାପେ ମାଙ୍କିପକ୍ସ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିକଟରେ ଏସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ, କୌଣସି ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହେବା ପରେ ପ୍ରାୟ 2-4 ସପ୍ତାହ ପର୍ଯ୍ୟନ୍ତ ଏଥିରେ ପୀଡିତ ରହିଥାନ୍ତି । ଏହାର ସଠିକ ଚିହ୍ନଟ ଓ ଚିକିତ୍ସା ଫଳରେ ଆରୋଗ୍ୟ ସମ୍ଭବ । ରୋଗୀ ବା ଆକ୍ରାନ୍ତଙ୍କ ସହ ସିଧା ସମ୍ପର୍କରେ ଆସୁଥିବା କୌଣସି ସୁସ୍ଥ ବ୍ୟକ୍ତି ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ରୋଗୀର ରକ୍ତ, ମଳ-ମୁତ୍ର, ଲାଳ ଓ ଶରୀରରୁ ବାହୁରଥିବା କୌଣସି ସ୍ରାବରେ ଏହି ଭୂତାଣୁ ଥାଆନ୍ତି । ତେଣୁ ଆକ୍ରାନ୍ତଙ୍କୁ ସଙ୍ଗରୋଧରେ ରଖାଯିବା ଓ ସେ ମିଶିଥିବା ବ୍ୟକ୍ତଙ୍କର କଣ୍ଟାଟ-ଟ୍ରେସିଂ କରାଯିବା ମଧ୍ୟ ଜରୁରୀ ।

  • 116 ଦେଶରେ 99 ହଜାରରୁ ଅଧିକ ସଂକ୍ରମଣ ମାମଲା:-

ବର୍ଷ 2022 ରେ ଏହି ଭୂତାଣୁ ବିଶ୍ବବ୍ୟାପୀ ଚିନ୍ତା ସୃଷ୍ଟି କରିଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁସାରେ, 166ଟି ଦେଶକୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା । ସେତେବେଳେ ଏହାକୁ ବିଶ୍ବ ଏମରଜେନ୍ସି ଘୋଷଣା କରାଯାଇଥିଲା । 99,176 ସଂକ୍ରମିତ ମାମଲା ସହ 208 ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ପୁଣି ଏହି ଭୂତାଣୁ ସଂକ୍ରମଣ ମାମଲା ବିଭିନ୍ନ ଦେଶକୁ ବ୍ୟାପୀବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 9, 2024, 10:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.