ETV Bharat / health

ସିଆଟିକା ଯନ୍ତ୍ରଣାରୁ ମିଳିବ ଉପଶମ, ଘରେ ଏମିତି କରନ୍ତୁ ଉପଚାର - Sciatica Pain

author img

By ETV Bharat Odisha Team

Published : Sep 9, 2024, 9:00 AM IST

Sciatica home remedies: ଅନେକ ଲୋକ ସିଆଟିକା ଯନ୍ତ୍ରଣା ଅନୁଭବ କରନ୍ତି । ସାଧାରଣତଃ ଅଣ୍ଟାର ତଳଭାଗରୁ ଓ ଗୋଡର ପଛ ଭାଗରୁ ଯେଉଁ ବିନ୍ଧା ହୋଇଥାଏ, ତାହାକୁ ଆମେ ସିଆଟିକା ବୋଲି କହିଥାଉ । ତେବେ ଏହାର ଘରୋଇ ଉପଚାର କଣ । ଜାଣନ୍ତୁ

ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା
ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା (ETV Bharat)

ହାଇଦ୍ରାବାଦ: ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି । ସେମିତି ଏକ ରୋଗ ହେଉଛି ସିଆଟିକା । ଏହା ଏକପ୍ରକାର ଯନ୍ତ୍ରଣା, ଯାହା ନିମ୍ନ କଟିରୁ ଗୋଡ ପର୍ଯ୍ୟନ୍ତ ହେଉଥିବାର ଅନୁଭବ ହୁଏ । ସାଧାରଣତଃ ଅଣ୍ଟାର ତଳଭାଗରୁ ଓ ଗୋଡର ପଛ ଭାଗରୁ ଯେଉଁ ବିନ୍ଧା ହୋଇଥାଏ, ତାହାକୁ ଆମେ ସିଆଟିକା ବୋଲି କହିଥାଉ । ତେବେ ଏହି ରୋଗରେ ପୀଡିତ ପ୍ରାୟ 90 ପ୍ରତିଶତ ଲୋକେ ବିନା ସର୍ଜରୀରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତି । ଆପଣ ନିଜ ଘରେ ବି ଏହି ରୋଗର ଚିକିତ୍ସା ଆରମ୍ଭ କରିପାରିବେ । ସିଆଟିକା ଯନ୍ତ୍ରଣା ହେବାର କାରଣ ଜଣାନଥିଲେ ବି ଘରୋଇ ଉପାୟରେ ଏଥିରୁ ମୁକ୍ତି ପାଇପାରିବେ । ଯଦି ଅତ୍ୟଧିକ ଯନ୍ତ୍ରଣା ହେଉଛି ଓ ଏହାକୁ ସହ୍ୟ କରିପାରୁନାହାନ୍ତି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

କେମିତି କରିବେ ଚିକିତ୍ସା ?

ଥଣ୍ଡା ଓ ଗରମ:

ସିଆଟିକା ଯନ୍ତ୍ରଣା କମ୍ କରିବାକୁ ଆପଣ ଆଇସି ପ୍ୟାକ୍ କିମ୍ବା ଉତ୍ତାପର ବ୍ୟବହାର କରିପାରିବେ । ପ୍ରଥମେ କିଛି ଦିନ ସିଆଟିକା ସ୍ନାୟୁର ପ୍ରଦାହ (Inflammation) କମ୍ କରିବା ପାଇଁ ନିଜ ପିଠିର ତଳ ଭାଗରେ ଆଇସି ପ୍ୟାକ ରଖନ୍ତୁ । ଏହାକୁ ସିଧାସଳଖ ବ୍ୟବହାର କରନ୍ତୁନି । ଏକ କପଡା କିମ୍ବା ଗାମୁଛାରେ ଗୁଡାଇ ପିଠି ତଳେ ରଖନ୍ତୁ । 15-20 ମିନିଟ ପାଇଁ ଏମିତି ଛାଡି ଦିଅନ୍ତୁ । ମଝିରେ 15ରୁ 20 ମିନିଟ୍ ବ୍ରେକ ନିଅନ୍ତୁ । ଏହିପରି ପ୍ରକ୍ରିୟା 75ରୁ 100 ମିନିଟ୍ କରନ୍ତୁ । ଏହାପରେ ଦେଖନ୍ତୁ ଆପଣ କେମିତି ଅନୁଭବ କରୁଛନ୍ତି ।

ଯନ୍ତ୍ରଣା ହେଉଥିବା ସ୍ଥାନକୁ ଶୀତଳତା ପହଞ୍ଚିବାର ଅନ୍ୟ ଏକ ଉପାୟ ହେଲା ବରଫ ମାଲିସ୍ । ଏକ ପେପର କପରେ ପାଣି ନେଇ ଫ୍ରିଜରେ ବରଫ ଜମାନ୍ତୁ । ଏହାପରେ କପ୍ ଉପର ଭାଗର ଅଧା ଚିରି ଦିଅନ୍ତୁ । ଗୋଲାକାର ଗତିରେ ଏହି ବରଫକୁ ପିଠିର ତଳଭାଗରେ ମାଲିସ୍ କରନ୍ତୁ । ଧ୍ୟାନ ଦେବେ, ଯେପରି ମେରୁଦଣ୍ଡରେ ଏହି ମାଲିସ୍ ନ ହୁଏ ।

  • 10 ମିନିଟ୍‌ରୁ ଅଧିକ ସମୟ ମାଲିସ୍ କରନ୍ତୁନି । ଘଣ୍ଟାଏ ପରେ ଆଉ ଥରେ ମାଲିସ୍ କରନ୍ତୁ ।
  • ଦିନରେ 3ରୁ 4 ଥର ଏପରି କରିପାରିବେ । ଏହାଦ୍ବାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।
  • ଯଦି ଉପଚାର କରିବା ପରେ ଯନ୍ତ୍ରଣା କମୁଥିବା ଅନୁଭବ ହୁଏ, ତାହେଲେ ଏହି ସମୟରେ ଉତ୍ତାପ ବ୍ୟବହାର କରିପାରିବେ । କିନ୍ତୁ ଯଦି ସପ୍ତାହ ପରେ ବି ଯନ୍ତ୍ରଣା ନ କମେ ତାହେଲେ ଡାକ୍ତରଙ୍କୁ ଦେଖାନ୍ତୁ । ଉତ୍ତାପ ଦେବା ଦ୍ବାରା ଯନ୍ତ୍ରଣା ସ୍ଥାନରେ ରକ୍ତ ପ୍ରବାହ ବଢିଯାଏ । ଉତ୍ତାପ ମାଂଶପେଶୀକୁ ଆରାମ ଦିଏ ଯଦ୍ବାରା ହାଲ୍‌କା ଷ୍ଟ୍ରେଚିଂ ହୋଇପାରିବ । ଏହା ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରେ ।
  • ଏକ ବୋତଲ କିମ୍ବା ହିଟିଂ ପ୍ୟାଡରେ ଗରମ ପାଣି ରଖି ଏହାକୁ ଗାମୁଛାରେ ଗୁଡାଇ ବ୍ୟବହାର କରିପାରିବେ । ନଚେତ୍ ଉଷୁମ ପାଣିରେ ଗାଧୋଇ ପାରିବେ । ଯଦି ଆପଣ ପାଣି ବୋତଲ କିମ୍ବା ହିଟିଂ ପ୍ୟାଡ ବ୍ୟବହାର କରୁଛନ୍ତି, ଏହାକୁ ପିଠିର ତଳ ଭାଗରେ ରଖନ୍ତୁ । ଠିକ୍ ଭାବେ ହିଟ ଟ୍ରିଟମେଣ୍ଟ ନହେଲେ ଜଳିବା ଭଳି ଅନୁଭବ ହୁଏ ।
  • ଉତ୍ତାପ ସ୍ରୋତ ଏବଂ ନିଜ ଶରୀର ମଝିରେ ଏକ କପଡା ରଖନ୍ତୁ ।
  • ସୁନିଶ୍ଚିତ କରନ୍ତୁ ଯେମିତି ଏହି ଚିକିତ୍ସା ପଦ୍ଧତିରେ ଆପଣଙ୍କୁ ଉଷୁମ ଲାଗିବ, ଅଧିକ ଗରମ ନୁହେଁ । ଯଦି ଆପଣଙ୍କୁ ଆରାମ ବଦଳରେ ଅଧିକ ଗରମ ଲାଗୁଛି, ତା'ମାନେ ଏହା ଅତ୍ୟଧିକ ଗରମ ଅଛି ।
  • ଅତିକମରେ 15 ମିନିଟ୍ ଯାଏଁ ଏହି ଉତ୍ତାପ ଦିଅନ୍ତୁ । 2 ଘଣ୍ଟାରୁ ଅଧିକ ସମୟ ରଖନ୍ତୁନି ।
  • ଯଦି ଆପଣ ହିଟିଂ ପ୍ୟାଡ ବ୍ୟବହାର କରୁଛନ୍ତି, ତାହେଲେ ଯେମିତି ନିଦ ନ ଲାଗେ ଧ୍ୟାନ ଦିଅନ୍ତୁ ।
  • ଯନ୍ତ୍ରଣା କମ୍ କରିବାକୁ ହେଲେ ନିଜର ଶାରିରୀକ ଗତିବିଧି ଜାରି ରଖନ୍ତୁ । କାରଣ ଅନେକ ଲୋକ ଭାବନ୍ତୁ ଶୋଇପଡିଲେ କିମ୍ବା ଗୋଟିଏ ଜାଗାରେ ବସି ରହି ଆରାମ କଲେ ଯନ୍ତ୍ରଣା କମିଯିବ । ହେଲେ ଏପରି ଆଦୌ ନୁହେଁ ।
  • ସିଆଟିକା ଯନ୍ତ୍ରଣା ଆରମ୍ଭ ହେବାର ଦୁଇ ତିନି ଦିନ ଆରାମ କରିପାରିବେ । କିନ୍ତୁ ସବୁଦିନ ବେଡରେ ଶୋଇ ରହିବା ଦ୍ବାରା ଏହି ଯନ୍ତ୍ରଣା ଆହୁରି ବଢିଥାଏ । ସେଥିପାଇଁ ଚଳପ୍ରଚଳ କରିବାକୁ ପରାମର୍ଶ ଦିଆଯାଏ ।

ଚଳପ୍ରଚଳ କରିବା ଫଳରେ ମାଂସପେଶୀ ମଜଭୁତ ହୋଇଥାଏ । ଯାହାକି ଆପଣଙ୍କ ମେରୁଦଣ୍ଡ ସ୍ବାସ୍ଥ୍ୟ ପାଇଁ ଭଲ । ଏହା ନମନୀୟତା ବୃଦ୍ଧି କରେ । ଶରୀରରେ ରକ୍ତ ସଞ୍ଚାଳନ ବଢାଏ ଓ ଯନ୍ତ୍ରଣାରୁ ଆରାମ ଦିଏ । ଯେତେ ସମ୍ଭବ ପାରୁଛି ଚଲାବୁଲା କରିବା ଭଲ । ତେବେ ଅଧିକ ଯନ୍ତ୍ରଣା ହେଉଥିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ଥରେ ଆପଣଙ୍କ ସିଆଟିକା ନିୟନ୍ତ୍ରଣ ହୋଇଗଲେ ଆଉ ଥରେ ଏହି ଯନ୍ତ୍ରଣା ଫେରିବା ସମ୍ଭାବନା କମିଯାଏ । ଅଧିକ ସମୟ ଗୋଟିଏ ସ୍ଥାନରେ ବସିରହିବା ଠିକ୍ ନୁହେଁ । ଏହାଦ୍ବାରା ସିଆଟିକା ଆଶଙ୍କା ବଢିଥାଏ ।

ଏହା ମଧ୍ୟ ପଢନ୍ତୁ: ରୁଟି ତିଆରି ବେଳେ ଜମାରୁ ବି କରନ୍ତୁନି ଏମିତି ଭୁଲ, ହୋଇପାରେ ମାରାତ୍ମକ କ୍ୟାନ୍ସର - Can roti cause cancer

ଏହା ମଧ୍ୟ ପଢନ୍ତୁ: Health Tips: ଖାଇବା ପରେ ଭୁଲରେ ବି କରନ୍ତୁନି ଏହି କାମ; ନଚେତ୍ ଯିବାକୁ ପଡିପାରେ ମେଡିକାଲ - After Meals Habit

Disclaimer- ଏଠାରେ ଦିଆଯାଇଥିବା ବିବରଣୀ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.