ETV Bharat / entertainment

'ଛାବା' ରିଲିଜ ପୂର୍ବରୁ ଗ୍ରୀଷ୍ଣେଶ୍ୱର ମନ୍ଦିରରେ ପୂଜା କଲେ ବିକି, ଦ୍ୱିତୀୟ ଗୀତ 'ଆୟାରେ ତୁଫାନ' ରିଲିଜ - VICKY KAUSHAL AT GRISNESHWAR TEMPLE

'ଛାବା' ସହ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ବିକି କୌଶଲ ।ବର୍ତ୍ତମାନ ଫିଲ୍ମ ରିଲିଜ ପୂର୍ବରୁ ଗ୍ରୀଷ୍ଣେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି ।ଏଥିସହ ଫିଲ୍ମର ଦ୍ୱିତୀୟ ଗୀତ 'ଆୟାରେ ତୁଫାନ' ରିଲିଜ୍ ହୋଇଛି।

vicky kaushal divine blessings at grisneshwar temple ahead of chhava release
vicky kaushal divine blessings at grisneshwar temple ahead of chhava release (ETV Bharat/Film poster)
author img

By ETV Bharat Entertainment Team

Published : Feb 6, 2025, 5:12 PM IST

ହାଇଦ୍ରାବାଦ: ବିକି କୌଶଲଙ୍କ ବହୁ ପ୍ରତୀକ୍ଷିତ ସିନେମା 'ଛାବା' ଖୁବଶୀଘ୍ର ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହାରି ମଧ୍ୟରେ ବର୍ତ୍ତମାନ ଆଜି ଫିଲ୍ମର ଦ୍ୱିତୀୟ ଗୀତ 'ଆୟାରେ ତୁଫାନ' ରିଲିଜ୍ ହୋଇଛି । ସେପଟେ ଫିଲ୍ମ ରିଲିଜ ପୂର୍ବରୁ ଗ୍ରୀଷ୍ଣେଶ୍ୱର ମନ୍ଦିର ପରିଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗ୍ରୀଷ୍ଣେଶ୍ୱର ମନ୍ଦିରରେ ପୂଜା କଲେ ବିକି

ଆଜି(ଫେବୃଆରୀ 6) ସକାଳେ ବିକି କୌଶଲ ମହାରାଷ୍ଟ୍ରର ଗ୍ରୀଷ୍ଣେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି । ତାଙ୍କୁ ମନ୍ଦିରରେ ଭଗବାନ ଶିବଙ୍କ ପୂଜା ଏବଂ ଆରତୀ କରୁଥିବା ଦେଖିବାକୁ ମିିଳିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ, ବିକି ହ୍ୱାଇଟ ରଙ୍ଗର ପାଇଜାମା ସହ ଲାଲ ରଙ୍ଗର ଶାଲ ପିନ୍ଧି ଶିବଙ୍କୁ ପୂଜା କରୁଥିବା ନଜର ଆସିଛନ୍ତି । ବିକିଙ୍କ ସହ ତାଙ୍କ ଟିମ୍ ମଧ୍ୟ ମନ୍ଦିରରେ ଉପସ୍ଥିତ ଥିଲେ ।

ଦ୍ୱିତୀୟ ଗୀତ 'ଆୟାରେ ତୁଫାନ' ରିଲିଜ

ଏହାସହ ଫିଲ୍ମର ଦ୍ୱିତୀୟ ଗୀତ 'ଆୟାରେ ତୁଫାନ' ରିଲିଜ ହୋଇଛି । ଗୀତଟିରେ ଏ.ଆର. ରହମାନ ଏବଂ ବୈଶାଳୀ ସାମନ୍ତଙ୍କ କଣ୍ଠଦାନ କରିଛନ୍ତି । ଇରଶାଦ କାମିଲ ଏହାର ଗୀତ ଲେଖିଛନ୍ତି । 'ଛାବା' ଲକ୍ଷ୍ମଣ ଉତେକରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ଦିନେଶ ବିଜାନ ଫିଲ୍ମର ପ୍ରଯୋଜକ । ଏହା ପୂର୍ବରୁ, ଛାବାର ପ୍ରଥମ ଗୀତ 'ଜାନେ ତୁ' ମୁକ୍ତିଲାଭ କରିଥିଲା । ଏହା ଏକ ରୋମାଣ୍ଟିକ ଗୀତ ଯେଉଁଥିରେ ବିକି ଏବଂ ରଶ୍ମିକାଙ୍କ ମଧ୍ୟରେ ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଛାବା'ରୁ ହଟିବ ଏହି ବିବାଦୀୟ ସିନ୍, ରାଜ ଠାକରେଙ୍କୁ ଭେଟିଲେ ନିର୍ଦ୍ଦେଶକ

'ଛାବା' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିବେ। ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିବେ ରଶ୍ମିକା । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଯିଏକି ବିକି କୌଶଲଙ୍କ ସହ ଫିଲ୍ମ 'ଜରା ହଟକେ ଜରା ବଚକେ' ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିବେ । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.