ହାଇଦ୍ରାବାଦ: ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ । ସିରିଜର ପ୍ରଥମ ମ୍ୟାଚ ନାଗପୁର ବିଦର୍ଭା ଷ୍ଟାଡିୟମରେ ଆଜି ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅତିଥି ଦଳ ଇଂଲଣ୍ଡ । ଅଧିନାୟକ ବଟଲରଙ୍କ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ ହେବାକୁ ଦେଇନଥିଲେ ଇଂଲଣ୍ଡ ଓପନର । ଦଳୀୟ ଓପନର ବିସ୍ଫୋରକ ଏବଂ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ । ମାତ୍ର 8.5 ଓଭରରେ 75ର ସ୍କୋର କରି ବିଶାଳ ରନର ଆଭାସ ଦେଇଥିଲେ ଦୁଇ ଓପନର । କିନ୍ତୁ ପ୍ରଥମ ଓ୍ବିକେଟ ପତନ ପରେ କମବ୍ୟାକ୍ କରିଥିଲେ ଭାରତୀୟ ବୋଲର ।
75 ରନରେ ପ୍ରଥମ ଓ୍ବିକେଟ ହରାଇଥିବା ଇଂଲଣ୍ଡ ପରେ ମାତ୍ର 2 ରନ ପାଇଁ 2 ଟି ଓ୍ବିକେଟ ହରାଇ 3 ଓ୍ବିକେଟ ବିନିମୟରେ 77 ରନ ସ୍କୋର କରି ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ପରେ ଦଳୀୟ ସ୍କୋର 111 ରନ ଥିବା ବେଳେ ବ୍ୟକ୍ତିଗତ ମାତ୍ର 19 ରନ ସ୍କୋର କରି ଜାଡେଜାଙ୍କ ଶିକାର ହୋଇଥିଲେ ଜୋ ରୁଟ୍ । ପରେ ଅଧିନାୟକ ବଟଲର ଏବଂ ଜାକବ ବେଥହେଲଙ୍କ ମମଧ୍ୟରେ ଅର୍ଦ୍ଧଶତକୀୟ ଇନିଂସର ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର 170 ରନ ଥିବା ବେଳେ ବ୍ୟକ୍ତିଗତ 52 ରନ ସ୍କୋର କରି ଆଉଟ ହୋଇଥିଲେ ବଟଲର ।
Innings Break!
— BCCI (@BCCI) February 6, 2025
England are all out for 2⃣4⃣8⃣
3⃣ wickets each for Harshit Rana & Ravindra Jadeja 👌
A wicket each for Axar Patel, Mohd. Shami and Kuldeep Yadav ☝️
Stay tuned for #TeamIndia's chase ⏳
Scorecard ▶️ https://t.co/lWBc7oPRcd#INDvENG | @IDFCFIRSTBank pic.twitter.com/eIu9Jid3I2
170 ରନରେ 5 ଓ୍ବିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲିସ ଟିମ୍ । କ୍ରିଜରେ ଜାକବ ତିଷ୍ଠି ଥିଲେ ମଧ୍ୟ ଆଉ କୌଣସି ବ୍ୟାଟର ତାଙ୍କୁ ସାଥ ଦେବାରେ ସକ୍ଷମ ହୋଇନଥିଲେ । ଲିଭିଙ୍ଗ ଷ୍ଟୋନ୍ ମାତ୍ର 5 ରନ, ବ୍ରେଣ୍ଡନ କର୍ସ 10 ରନ, ଅଦିଲ ରସିଦ 8 ରନ ଏବଂ ଜୋର୍ଫା ଆର୍ଚର 21 ରନ ଉପଯୋଗୀ ଇନିଂସ ଖେଳିଥିଲେ । ତେବେ 47.4 ଓଭରରେ ଇଂଲଣ୍ଡ ସମ୍ମାନଜନକ ସ୍କୋର 248 ରନରେ ଅଲଆଉଟ ହୋଇଯାଇଛି ।
କମାଲ କଲେ ଭାରତୀୟ ବୋଲର-
ଇନିଂସ ପ୍ରାରମ୍ଭରୁ ମହଙ୍ଗା ସାବ୍ୟସ୍ତ ହୋଇଥିବା ଭାରତୀୟ ବୋଲର ପ୍ରାରମ୍ଭିକ ଓ୍ବିକେଟର ପତନ ପରେ କମବ୍ୟାକ୍ କରିଥିଲେ । କୌଣସି ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠି ବାକୁ ଦେଇନଥିଲେ ସ୍ପିନର ଏବଂ ପେସର ଉଭୟ । ଡେବ୍ୟୁଟାଣ୍ଟ ହର୍ଷିତ ରାଣା 7 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହିତ 53 ରନ ବ୍ୟୟ କରି 3ଟି ମୂଲ୍ୟବାନ ଓ୍ବିକେଟ ହାସଲ କରିଥିଲେ । ସେହିପରି ରବିନ୍ଦ୍ର ଜାଡେଜା 9 ଓଭର ବୋଲିଂ କରି ଗୋଟିଏ ମେଡେନ ଓଭର ସହିତ 26 ରନ ଦେଇ 3ଟି ଓ୍ବିକେଟ ହାସଲ କରିଛନ୍ତି । ଶାମି 8 ଓଭର ବୋଲିଂ କରି 38 ରନ ଦେଇ ଗୋଟିଏ ଓ୍ବିକେଟ, ଅକ୍ସର 7 ଓଭର ବୋଲିଂ କରି 38 ରନ ଦେଇ ଗୋଟିଏ ଓ୍ବିକେଟ, କୂଳଦୀପ ଯାଦବ 9.4 ଓଭର ବୋଲିଂ କରି 53 ରନ ଦେଇ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ଭାରତୀୟ ବୋଲିଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା 7 ଓଭର ବୋଲିଂ କରି 37 ଦେଇଥିବା ବେଳେ କୌଣସି ଓ୍ବିକେଟ ପାଇନଥିଲେ ।
ଭାରତୀୟ ପ୍ଲେଇଂ- ଏକାଦଶ
ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟୱାଲ, ଶ୍ରେୟସ୍ ଆୟର, ଶୁଭମାନ ଗିଲ, କେ.ଏଲ୍ ରାହୁଲ (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୂଲଦୀପ ଯାଦବ, ମହମ୍ମଦ ଶାମି।
ଇଂଲଣ୍ଡ ପ୍ଲେଇଂ - ଏକାଦଶ
ବେନ୍ ଡକେଟ୍, ଫିଲିପ୍ ସଲ୍ଟ (ଓ୍ବିକେଟ କିପର), ଜୋ ରୁଟ୍, ହ୍ୟାରି ବ୍ରୁକ୍, ଜୋସ୍ ବଟଲର୍ (ଅଧିନାୟକ), ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜାକବ ବ୍ରେଥେଲ୍, ବ୍ରେଡନ୍ କାର୍ସେ, ଜୋଫ୍ରା ଆର୍ଚର, ଅଦିଲ ରସିଦ, ସାକିବ ମହମୁଦ