ଜୟପୁର(ରାଜସ୍ଥାନ): ରାଜସ୍ଥାନ ଜୟପୁର ଡୁଡୁରେ ଭୟଙ୍କର ସଡକ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ବସକୁ ଧକ୍କା ଦେଲା କାର । ଫଳରେ କାରରେ ଥିବା 7 ଜଣ ପ୍ରାଣ ହରାଇଛନ୍ତି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ହେଲେ କାରରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା ପୋଲିସ । ଦୁର୍ଘଟଣାରେ ବସର କେତେକ ଯାତ୍ରୀ ଆହତ ହୋଇଛନ୍ତି । ଦ୍ରୁତ ଗତିରେ କାରଟି ଆସୁଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ବସକୁ ଧକ୍କା ଦେଲା କାର:
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାଅନୁସାରେ, ଆଜି ଡୁଡୁର 48 ନଂ ଜାତୀୟ ରାଜପଥରେ ଏହି କାର ଦ୍ରୁତ ଗତିରେ ଆସୁଥିଲା । ଅଚାନକ କାରଟିର ଟାୟାର ଫାଟି ଯାଇଥିଲା । ଫଳରେ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଏକ ବସକୁ ଧକ୍କା ଦେଇଥିଲା । କାରଟି ସ୍ପିଡ କାରରେ ଥିବା 7 ଜଣଙ୍କୁ ବଞ୍ଚାଇ ଯାଇପାରିନଥିଲା ।
ଘଟଣାସ୍ଥଳରେ ଡୁଡୁ ADM:
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଡୁଡୁ ଅତିରିକ୍ତ ଜିଲ୍ଲାପାଳ ଗୋପାଳ ପରିହାରି ଓ ତହସିଲଦାର । ତେବେ କାରରେ ଥିବା ସମସ୍ତ 7 ଜଣ ପ୍ରାଣ ହରାଇଥିବା ବେଳେ ବସରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ପୋଲିସ ସହାୟତାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ତଦନ୍ତ ଆରମ୍ଭ କଲା ପୋଲିସ:
ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତକ ଓ ଆହତଙ୍କ ପରିଚୟ ମିଳିପାରିନାହିଁ । ଏହାର ତଦନ୍ତ କରୁଛି ପୋଲିସ । ସେପଟେ ଦୁର୍ଘଟଣା ପରେ ଟ୍ରାଫିକ ଜାମ ହୋଇଯାଇଥିଲା । ପୋଲିସ ଭିଡ ହଟାଇ ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: 8 ରୁ ଅଧିକ ଦୋକାନ ଉପରେ ମାଡିଗଲା ବୋଲେରୋ: 5 ଗୁରୁତର, 10 ଆହତ ଘାଟିରେ ଓଲଟିଲା ଟ୍ରକ, ୧୦ ପରିବା ଓ ଫଳ ବେପାରୀ ମୃତ ପୁଷ୍ପକରୁ ଡେଇଁଲେ, ମାଡ଼ିଗଲା କର୍ଣ୍ଣାଟକ ଏକ୍ସପ୍ରେସ, ୧୩କୁ ବଢ଼ିଲା ମୃତ୍ୟୁସଂଖ୍ୟା |
ଦୁଃଖ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ:
जयपुर के दूदू में हुए भीषण सड़क हादसे में कई नागरिकों के हताहत होने का हृदय विदारक समाचार प्राप्त हुआ।
— Diya Kumari (@KumariDiya) February 6, 2025
ईश्वर दिवंगत आत्माओं को अपने श्री चरणों में स्थान दें एवं असीम दुख की इस घड़ी में शोक संतप्त परिजनों को शक्ति प्रदान करें व घायलों के शीघ्र स्वास्थ्य लाभ हेतु प्रार्थना करती…
ଏହି ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଦିୟା କୁମାରୀ । ସେ ସୋସିଆଲ ମିଡିଆ ଏକ୍ସରେ ଦୁଃଖ ପ୍ରକାଶ କରି ଲେଖିଛନ୍ତି କି, ଡୁଡୁ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତାହତ ଖବର ପ୍ରାପ୍ତ ହୋଇଛି । ଇଶ୍ବର ଦିବଙ୍ଗତ ଆତ୍ମାକୁ ସଦଗତି ଦିଅନ୍ତୁ । ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା । ଆହତ ମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ଏହାହିଁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା ।
ଏହା ମଧ୍ୟ ପଢନ୍ତୁ:ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ମାଗିଲେ ବହିଷ୍କୃତ CRPF ଯବାନ