ETV Bharat / bharat

ସଂସଦରେ ପ୍ରବାସୀ ଝଡ଼: ରାଜ୍ୟସଭାରେ ଜୟଶଙ୍କରଙ୍କ ବିବୃତି, ‘ନୂଆ କଥା ନୁହେଁ’ - JAISHANKAR ON DEPORTATION

ଆମେରିକାରୁ ନିର୍ବାସିତ ଭାରତୀୟଙ୍କୁ ଫେରାଇ ଦିଆଯିବା ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ । କୌଣସି ନୂଆ କଥା ନୁହେଁ । ପୂର୍ବରୁ ଆସିଛନ୍ତି ପ୍ରବାସୀ ।

Jaishankar On Deportation Of Indians From US
Jaishankar On Deportation Of Indians From US (ETV Bharat)
author img

By ETV Bharat Odisha Team

Published : Feb 6, 2025, 5:11 PM IST

ନୂଆଦିଲ୍ଲୀ: ସଂସଦରେ ପ୍ରବାସୀ ଭାରତୀୟ ଝଡ । ଆମେରିକାରୁ ଭାରତୀୟଙ୍କୁ ଫେରାଇ ଦିଆଯିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଭାରତ ସହ ଆମେରିକା ସମ୍ପର୍କକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଏ ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିବୃତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ବୈଦେଶିକ ମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଏହି କାର୍ଯ୍ୟାନୁଷ୍ଠାନ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଯେଉଁ ଲୋକମାନେ ବେଆଇନ ଭାବେ କୌଣସି ଦେଶରେ ରହୁଥିବା ମିଳନ୍ତି ସେମାନଙ୍କୁ ଦେଶକୁ ପଠାଇ ଦିଆଯାଏ । ଏହା ମଧ୍ୟ ଜଣାଇ ଦେବାକୁ ଚାହୁଁଛି ମୋବିଲିଟି ଓ ମାଇଗ୍ରେସନ କୌଣସି ଦେଶକୁ ଆଗକୁ ବଢାଇବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ।

ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବିବୃତ୍ତିରେ କହିଛନ୍ତି,‘ ଗୋଟିଏ ଦେଶ ହିସାବରେ ଆମେ ଲିଗାଲ ମୋବିଲିଟି(ଆଇନଗତ ଭାବେ କୌଣସି ଦେଶର ନାଗରିକ ଅନ୍ୟ ଦେଶକୁ ଯିବା)କୁ ଅଗ୍ରାଧିକାର ଦିଆଯାଏ । ଅବୈଧ ଭାବେ ଯାଉଥିବା ନାଗରିକଙ୍କ ଏହି କାର୍ଯ୍ୟକୁ ପ୍ରୋତ୍ସାହନ କରାଯାଏ ନାହିଁ । ଆମ ଦେଶର ଯେଉଁ ନାଗରିକ ଅବୈଧ ଭାବେ ଅନ୍ୟ ଦେଶକୁ ଯାଇଛନ୍ତି, ସେମାନେ ତାଙ୍କ ଦେଶର ଆଇନ ହିସାବରେ ସେମାନଙ୍କୁ ଧରି ପଠାଇ ଦେଇଛନ୍ତି । ଏହି ପ୍ରକ୍ରିୟା କୌଣସି ନୂଆ ନୁହେଁ ।’

କେଉଁ ବର୍ଷକେତେ ଆସିଛନ୍ତି
2009734
2010799
2011597
2012530
2013515
2014591
2015708
20161303
20171024
20181180
20192042
20201889
2021805
2022862
2023617
20241368
2025104

2009ରୁ ଚାଲିଆସିଛି ପ୍ରକ୍ରିୟା:

ବୈଦେଶିକ ମନ୍ତ୍ରୀ ସଂସଦରେ ଆହୁରି କହିଛନ୍ତି, ‘କୌଣସି ଭାରତୀୟ ଯେ କୌଣସି ଦେଶରେ ଅବୈଧ ଭାବେ ରହିଆସୁଛନ୍ତି ସେମାନଙ୍କୁ ସ୍ବଦେଶ ପଠାଇବା ପ୍ରକ୍ରିୟା 2009 ମସିହାରୁ ଚାଲି ଆସିଛି । ଯେବେ କି ଲୋକଙ୍କୁ ବିମାନରେ ପଠାଇବା ପ୍ରକ୍ରିୟା 2012 ମସିହାରୁ ଚାଲିଆସିଛି । ଏହି ପ୍ରକ୍ରିୟାରେ କିଛି ବି ନୂଆ ନାହିଁ ।

ନିୟମ ଅନୁସାରେ ପଠାଯାଇଛି ପ୍ରବାସୀଙ୍କୁ:

ବୈଦେଶିକ ମନ୍ତ୍ରୀ ସଂସଦରେ ଆହୁରି କହିଛନ୍ତି, ‘ସାଂସଦଙ୍କୁ ଜାଣିବା ଉଚିତ୍‌ ଏହା କୌଣସି ନୂଆ କଥା ନୁହେଁ, ଏହା ପୂର୍ବରୁ ବି ଏହା ହେଉଛି । 2009ରେ 734 ପ୍ରବାସୀଙ୍କୁ ପଠାଯାଇଥିଲା । ଏହି ପରି ଭାବେ ପ୍ରତିବର୍ଷ ଶହ ଶହ ଲୋକେ ଫେରୁଛନ୍ତି । ପ୍ରତ୍ୟେକ ଦେଶରେ ନାଗରିକତାର ଯାଞ୍ଚ ହୁଏ । 2012ରୁ ସେନା ବିମାନରେ ପଠାଇବା ନିୟମ ଲାଗୁ ହୋଇଛି । ଏହାକୁ ନେଇ କୌଣସି ଭେଦଭାଦ ହୁଏ ନାହିଁ । ଅବୈଧ ପ୍ରବାସୀ ଫସିଥିଲେ । ସେମାନଙ୍କୁ ଆଣିବାର ଥିଲା ।’

ଏହା ମଧ୍ୟ ପଢନ୍ତୁ:

104 ନିର୍ବାସିତ ଭାରତୀୟଙ୍କୁ ନେଇ ଅମ୍ରିତସରରେ ପହଞ୍ଚିଲା ଆମେରିକା ଯୁଦ୍ଧ ବିମାନ

ଆମେରିକା ଯିବାକୁ ଗଳାବାଟ: ଯେଉଁଠି ଛକିଥାଏ ଯମ! 'ଡଙ୍କି ରୁଟ୍'ର ଅକୁହା କଥା...

ଭାରତ ଫେରିଲେ 104 ପ୍ରବାସୀ:

ଆମେରିକାରେ ବେଆଇନ ଭାବେ ରହୁଥିବା 104 ପ୍ରବାସୀ ଭାରତୀୟଙ୍କୁ ଗତକାଲି ପଞ୍ଜାବର ଅମୃତସହରରେ ପହଞ୍ଚିଛନ୍ତି । ଆମେରିକା ବାୟୁସେନା ଯୋଗେ ସେମାନେ ଆସି ପହଞ୍ଚିଥିଲେ । ସେମାନଙ୍କୁ ଅତି ନିଷ୍ଠୁର ଭାବେ ପଠାଯାଇଥିବା ନେଇ କହିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଆଜି ଏ ପ୍ରସଙ୍ଗରେ ସଂସଦରେ ଉଠିଥିଲା । ମୋଦି ସରକାରଙ୍କ ସମ୍ପର୍କକୁ ନେଇ ଗୃହରେ ବିକ୍ଷୋଭ କରିଥିଲେ ବିରୋଧୀ । ଏହି ପ୍ରସଙ୍ଗରେ ଆଜି ଗୃହରେ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.