Good News: ଓଡ଼ିଶା ପାଇଲା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ, ସରିଲା ଟ୍ରାଏଲ-ରନ୍, ଏହି ସ୍ଥାନକୁ ଗଡ଼ିବ - Vande Bharat Trial Run

By ETV Bharat Odisha Team

Published : Sep 8, 2024, 12:48 PM IST

thumbnail
Vande Bharat Trial Run (ETV Bharat Odisha)

କେନ୍ଦୁଝର: ରାଜ୍ୟରେ ଗଡିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ବ୍ରହ୍ମପୁର-ଟାଟାନଗର ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ ଆଜି ଶେଷ ହୋଇଛି । ଏହି ରୁଟରେ ଚଳିତମାସ (ସେପ୍ଟେମ୍ବର) ୧୫ ତାରିଖରୁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ ଚଳାଚଳ କରିବାକୁ ରେଳ ବିଭାଗ ପ୍ରସ୍ତୁତ ହେଉଛି । ଏହି ଅତ୍ୟାଧୁନିକ ଟ୍ରେନ ସେବା ଶୁଭାରମ୍ଭ ପୂର୍ବରୁ ଏହି ରୁଟରେ ଆଜି ଟ୍ରାଏଲ ରନ କରାଯାଇଛି । ଟ୍ରେନଟି ନିର୍ଦ୍ଧାରିତ ସମୟ ୮ଟା ୫୮ ମିନିଟରେ କେନ୍ଦୁଝର ଷ୍ଟେସନରେ ପହଞ୍ଚିଥିଲା । ମାତ୍ର କିଛି ମିନିଟ୍‌ ରହଣି ପରେ ଟ୍ରେନଟି ପୁଣି ୯ଟା ୪ ମିନିଟରେ କେନ୍ଦୁଝର ଷ୍ଟେସନ ଛାଡି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଥିଲା ।

ଏହା ବି ପଢନ୍ତୁ...Vande Bharat: ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ, ବନ୍ଦେ ଭାରତ ସ୍ଲିପର ପରେ ଆସୁଛି କବଚ ଓ ବନ୍ଦେ ମେଟ୍ରୋ - Vande Bharat Express Train

ଏହା ବି ପଢନ୍ତୁ...Vande Bharat: ବନ୍ଦେ ଭାରତ ସ୍ଲିପର ଟ୍ରେନରେ ରହିଛି ଏସବୁ ଫିଚର: ଭୁଲିଯିବେ ବିମାନ ଯାତ୍ରା ! ଜାଣନ୍ତୁ କେବେଠୁ ଗଡିବ ଟ୍ରାକରେ - Vande Bharat sleeper coach

ଏହା ବି ପଢନ୍ତୁ...ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀ-ବିଶାଖାପାଟଣା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଜି ଟ୍ରେନଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । କେନ୍ଦୁଝର ଦେଇ ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ।

ଏହା ବି ପଢନ୍ତୁ...ରାଜ୍ୟରେ ଗଡିବ ତୃତୀୟ ବନ୍ଦେ ଭାରତ ଟ୍ରେନ, 41ଟି 'ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ' ଷ୍ଟଲର ହେବ ଶୁଭାରମ୍ଭ

ଏହା ବି ପଢନ୍ତୁ...ଦେଶର ପ୍ରଥମ ବନ୍ଦେ ଭାରତ 'ସ୍ଲିପର କୋଚ୍‌' ଉନ୍ମୋଚନ କଲେ ରେଳମନ୍ତ୍ରୀ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.