ETV Bharat / state

ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି - Red Alert by IMD

author img

By ETV Bharat Odisha Team

Published : Sep 9, 2024, 10:07 AM IST

Updated : Sep 9, 2024, 5:00 PM IST

IMD Predicts Red Alert : ଗଭୀର ଅବପାତର ରୂପ ନେଲା ଅବପାତ । ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି । ଅତ୍ୟଧିକ ବର୍ଷା ସହ ପବନ ହେବାକୁ ଥିବା ସ୍ଥାନଗୁଡ଼ିକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ଅପଡେଟ୍ ଜାଣନ୍ତୁ ।

IMD Predicts Red Alert For Several Districts in Odisha
IMD Predicts Red Alert For Several Districts in Odisha (ETV Bharat Odisha)

ଭୁବନେଶ୍ବର/ମାଲକାନଗିରି: ଗଭୀର ଅବପାତର ରୂପ ନେଲା ଅବପାତ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଥିବା ସୂଚନା ରହିଛି । ଏହା ଅପରାହ୍ନରେ ପୁରୀ ଅତିକ୍ରମ କରିବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି । ଭୁବନେଶ୍ବର ସମେତ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଥିବା ଦେଖିବାକୁ ମିଳିଛି । କିଛି ଘଣ୍ଟା ଯାଏଁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

Flood Situation In Malkangiri (ETV Bharat Odisha)
  • ୫ ଜିଲ୍ଲାକୁ ରେଡ୍ ଆଲର୍ଟ :

କଟକ, ଢେଙ୍କାନାଳ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ...Rain Update: ଅବପାତରେ ପରିଣତ ହେଲା ସୂଦୃଶ ଲଘୁଚାପ, ରେଡ୍‌ ଆଲର୍ଟ ଭିତରେ ଏସବୁ ଜିଲ୍ଲା - Extremely Heavy Rain Alert

ଏହା ବି ପଢନ୍ତୁ...ବର୍ଷା ଦିନେ ଆଲର୍ଜିକୁ ନେଇ ଚିନ୍ତିତ କି ? କରନ୍ତୁ ଏହି ଘରୋଇ ଉପଚାର, ଦରକାର ପଡିବନି ମେଡିସିନ - Allergy Treatment In Ayurveda

ଏହା ବି ପଢନ୍ତୁ...ସମୁଦ୍ର ମଝିରେ ଜାହାଜ ବୁଡ଼ିଯିବା ଘଟଣା, କଳାରାତିର ଭୟଙ୍କର କାହାଣୀ ବଖାଣିଲେ ଚିଫ୍‌ ଇଞ୍ଜିନିୟର - Cargo Ship MV ITT Puma

  • ଉବୁଟୁବୁ ମାଲକାନଗିରି :

ଲଗାଣ ଦୁଇ ଦିନ ବର୍ଷାରେ ମାଲକାନଗିରି ଜିଲ୍ଲାର ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଜାତୀୟ ରାଜପଥର ସମସ୍ତ ପୋଲ ଉପର ଦେଇ ଯାଉଛି ୧୦ରୁ ୧୨ ଫୁଟର ପାଣି । ଫଳରେ ମାଲକାନଗିରି ଜିଲ୍ଲାକୁ ଯାତାୟତ ଠପ୍ ହୋଇଛି । ପଟେରୁ ଗାଁ ଭିତରେ ପସିଲା ପାଣି । ମାଲକାନଗିରି ଜିଲ୍ଲାରେ ୨ ଦିନ ଧରି ବର୍ଷା ଲାଗି ରହିଛି । ପାଙ୍ଗାମ ନଦୀ ପୋଲୋ ଉପରେ ୧୦ ଫୁଟର ପାଣି ଯାଉଥିବାରେ ଜୟପୁର-ମାଲକାନଗିରି ମଧ୍ଯରେ ଯାତାୟତ ଠପ୍ ହୋଇପଡ଼ିଛି । ସେହି ଭଳି MV 7, ପଟେରୁ ,କାଙ୍ଗୁରୁକୁଣ୍ଡା, MV90 ,MV 96 ,ପାଙ୍ଗାମ, କନ୍ୟାଶ୍ରମ ପୋଲ ଉପର ଦେଇ ପାଣି ପ୍ରବାହିତ ହେଉଛି । ପଟେରୁ ଗାଁ ଭିତରେ ପଶିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମାଲକାନଗିରି ସହରଠାରୁ ୭ କିଲୋମିଟର ଦୂରରେ ଥିବା MV 7 ପୋଲ ଉପରେ ପାଣି ପ୍ରାବାହିତ ହେବା ଦ୍ବାରା ସମଗ୍ର ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

  • କୋରାପୁଟରେ ପ୍ରବଳ ବର୍ଷା ରେକର୍ଡ:

ସେପଟେ କୋରାପୁଟରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ରହିଛି । ଲମତାପୁଟରେ ୧୩୨.୦ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବୈପାରୀଗୁଡାରେ ୧୯୮ମିଲିମିଟର ବର୍ଷା ରେକର୍ଡ ହୋଇଛି ।

IMD Predicts Red Alert For Several Districts in Odisha
IMD Predicts Red Alert For Several Districts in Odisha (IMD)
  • କାଲି ମଧ୍ୟ ପ୍ରବଳ ବର୍ଷିବ !

୧୦ ତାରିଖରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ ଅ ନୁଗୋଳ, ବୌଦ୍ଧ, ସୋନପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହା ବି ପଢନ୍ତୁ...Eenadu Relief Fund; ଜଳ ପ୍ରଳୟରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା; ବନ୍ୟା ପୀଡିତଙ୍କୁ 5 କୋଟି ସହାୟତା ଦେଲା ରାମୋଜୀ ଗ୍ରୁପ୍, ଜନତାଙ୍କୁ ଖୋଲାହସ୍ତରେ ଦାନ ପାଇଁ ଅପିଲ୍ - RAMOJI GROUP FLOOD DONATION

ଇଟିଭି ଭାରତ, ଭୁବନେଶ୍ବର/ମାଲକାନଗିରି

Last Updated : Sep 9, 2024, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.