ମେଷ: ଆପଣ ଆଜି ନିଜକୁ ଏକ ଅନିଶ୍ଚିତ ଅବସ୍ଥାରେ ପାଇପାରନ୍ତି । ଆପଣ ଆହ୍ଵାନପୂର୍ଣ୍ଣ ଅନୁଭବ କରିପାରନ୍ତି ଓ ସ୍ରୋତର ବିପରୀତ ଦିଗରେ ଯାଇପାରନ୍ତି । ଯାହା ଦ୍ଵାରା ଓଲଟା ପ୍ରଭାବ ହୋଇପାରେ । କିଛି କାମ ଠିକ ନ ହେବା ଭଳି ଲାଗିପାରେ । ଏପରି ସମୟରେ କାମରୁ କିଛି ସମୟ ବିରତି ନେବା ଚାପ କମାଇବ ।
ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ ଯାହା କଲେ ବି ରଚନାତ୍ମକତା ଆପଣଙ୍କ ଉଚ୍ଚରେ ରହିବ । ଆପଣ କଳା, ଡିଜାଇନ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି । ପାରିବାରିକ ଜୀବନ ହସଖୁସିରେ କଟିବ । ବନ୍ଧୁ ମିଳନ ହେବ । କୌଣସି ଉତ୍ସବରେ ଯୋଗଦେଇ ଆତ୍ମସନ୍ତୋଷ ପାଇବେ ।
ମିଥୁନ: ଆଜି ଆପଣ ଅତ୍ୟଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର କଥାବାର୍ତ୍ତା ପ୍ରତି ସତର୍କ ନ ରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର ପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇଁ ଔଷଧ ପାଖରେ ରଖନ୍ତୁ । ଖର୍ଚ୍ଚାନ୍ତ ହେବାର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
କର୍କଟ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ, ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତ୍ଫୁଲ୍ଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ଖୋଜୁଥିବା ଜୀବନସାଥୀଙ୍କୁ ଶୀଘ୍ର ସାକ୍ଷାତ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ବୁଲାବୁଲି କରିବାକୁ ଯାଇପାରନ୍ତି ।
ସିଂହ: ଆପଣଙ୍କର ସକାରାତ୍ମକ ଶକ୍ତି ଆପଣଙ୍କର ଭାବନାରେ କେନ୍ଦ୍ରିତ ଅଟେ, ଯାହାକି ଦୃଢ ନିଶ୍ଚୟରେ ପ୍ରତିଫଳିତ ହେବ । ଆପଣଙ୍କ ବରିଷ୍ଠ ଏବଂ ମାଲିକ ଆପଣଙ୍କ ଉତ୍ତମମାନର କାର୍ଯ୍ୟ ଏବଂ ଉତ୍କୃଷ୍ଟ ଯୋଜନା ପାଇଁ ବିଶେଷ ଭାବେ ପ୍ରଭାବିତ ହେବେ । ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ । ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ, ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଆଜି ହେଉଛି ଭଲ ଦିନ ।
କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ଫଳରେ ଦିନର ବାକି ସମୟ ଭଲରେ କଟିପାରେ । ବାନ୍ଧବୀଙ୍କ ସହ ଦେଖା ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ମୁଖରେ ତୃପ୍ତିର ହସ ଫୁଟାଇବାରେ ସାହାଯ୍ୟ କରିବ । ଦେଶ ବାହାରକୁ ଯିବା ପାଇଁ ଆଶାୟୀ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ । ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କଟିବ ।
ତୁଳା: ଆପଣଙ୍କର ପ୍ରତ୍ୟକ ପାଦ ଆଜି ଦେଖିଚାହିଁ ରଖନ୍ତୁ । ଯୁକ୍ତି ତର୍କ, ବିବାଦ, ଖରାପ ସ୍ୱାସ୍ଥ୍ୟ, କ୍ରୋଧ ଏବଂ କଟୁଭାଷା ଏହି ସମସ୍ତ ଆଜି ଆପଣଙ୍କର ଦିନକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି । ଆପଣ ସାବଧାନତାର ସହ ରୁହନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ନିଅନ୍ତୁ । ଆଜିର ଭଲ କଥା ହେଉଛି ଅପ୍ରତ୍ୟାଶିତ ଆର୍ଥିକ ଲାଭ ହୋଇପାରେ । ଯାହା ଆପଣଙ୍କୁ ଖୁସି ଦେବ । ଆଜି ଆପଣ ରହସ୍ୟମୟ ବିଷୟ ଆଡକୁ ଆକର୍ଷିତ ହେବେ । କିନ୍ତୁ ଆଧ୍ୟାତ୍ମିକ ଏବଂ ଧାର୍ମିକ ଚିନ୍ତା ଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।
ବିଛା: ଆଜିର ଦିନଟି ଖୁସୀ ଏବଂ ମୌଜର ଦିନ ଅଟେ । ବହୁତ ଖୁସୀ ମିଳିବ । ବନ୍ଧୁ ମିଳନ ସହ ଆପଣ ଏକ ଛୋଟ ଭୋଜିର ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସୂଚୀରେ ରୀତିମତ ଭାବେ କିଛି ରହିଛି । ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି ଏବଂ ଏକ ଯୋଜନାଗତ କିଣାକିଣି କରି ଖୁସି ହେବେ । ସାମାଜିକ ମର୍ଯ୍ୟଦା ଏବଂ ନାମ ଅର୍ଜନ କରିବେ ।
ଧନୁ: ଆପଣଙ୍କ ସ୍ୱାସ୍ଥ୍ୟ, ଅର୍ଥ ଏବଂ ମାନସିକ ସୁସ୍ଥତା ଦିନଟିକୁ ସୁଖରେ କାଟିବା ପାଇଁ ପ୍ରେରଣା ଯୋଗାଇବ । ଗୃହର ଐକ୍ୟ ଓ ଶାନ୍ତି ପରିବେଶ ଆପଣଙ୍କୁ ନିଜ କାର୍ଯ୍ୟ କରିବାକୁ ଶକ୍ତି ଓ ପ୍ରେରଣା ଯୋଗାଇବ । ସହକର୍ମୀମାନଙ୍କ ସହଯୋଗ ଏବଂ ସଫଳତା ସହ କାର୍ଯ୍ୟ ସମ୍ପନ୍ନ ଆପଣଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିବ । ଅର୍ଥଲାଭ ଯୋଗୁଁ ଖୁସିରେ ଫୁଲି ଉଠିବେ । ନିଜ ମୁହଁରେ ସ୍ମିତ ହସ ଫୁଟାଇ ଦିନଟି ଖୁସିବାସରେ କାଟିବେ ।
ମକର: ଆଜି ଦିନଟି ଚିନ୍ତାଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦ୍ବରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥୀମାନେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ମହିଳାମାନେ ଆଜି ପସନ୍ଦଯୋଗ୍ୟ କାର୍ଯ୍ୟରେ ମନ ଦେବେ । ଏହା ସେମାନଙ୍କର ପଇସା ରୋଜଗାର ପାଇଁ ଉଦ୍ଧିଷ୍ଟ । ତେଣୁ ଆପଣ ନିଜର ମନକୁ ସଞ୍ଜତ କରି ଅଯଥା ଖର୍ଚ୍ଚ ଠାରୁ ଦୂରତା ରକ୍ଷା କରନ୍ତୁ, ନଚେତ ଆପଣଙ୍କର ଅର୍ଜିତ ଧନ ଶୀଘ୍ର ସରିଯିବ । ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୂତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।
ମୀନ: ଝୁଲୁଥିବା ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତକୁ ପୂର୍ଣ୍ଣ କରନ୍ତୁ । ଏହା ଦ୍ୱାରା ଆପଣ ଉପକୃତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍ ସଙ୍ଗେସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି, ଯିଏ ଆପଣଙ୍କୁ ସହଯୋଗ କରିବ । ସନ୍ଧ୍ୟାରେ ଆପଣ ନିଜର ସ୍ବାମୀ/ସ୍ତ୍ରୀଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି । ଆପଣଙ୍କର ପ୍ରିୟଜନମାନେ ମୁକ୍ତ ହୃଦୟରେ ଆପଣଙ୍କୁ ଘନିଷ୍ଠ ବନ୍ଧୁ ଭାବେ ସ୍ୱୀକାର କରିବେ ।