ETV Bharat / entertainment

ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ - Vikas Sethi Passes Away

author img

By ETV Bharat Entertainment Team

Published : Sep 9, 2024, 10:15 AM IST

Vikas Sethi Passes Away: ଜଣାଶୁଣା ଛୋଟ ପରଦା ଅଭିନେତା ବିକାଶ ସେଠୀଙ୍କ ଗତକାଲି ଅର୍ଥାତ୍ ସେପ୍ଟେମ୍ୱର 8ରେ ଦେହାନ୍ତ ହୋଇଛି । ଅଭିନେତାଙ୍କର ହଠାତ୍ ଦେହାନ୍ତ ଖବର କେବଳ ଇଣ୍ଡଷ୍ଟ୍ରି ନୁହେଁ ପ୍ରଶଂସକଙ୍କୁ ମଧ୍ୟ ଚକିତ କରି ଦେଇଛି । ବିକାଶଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ଜାନଭୀ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ
ହୃଦଘାତରେ ଆଖି ବୁଜିଲେ ଟିଭି ଅଭିନେତା ବିକାଶ ସେଠୀ, ଇମୋସନାଲ ପୋଷ୍ଟ ଲେଖିଲେ ପତ୍ନୀ ଜାହ୍ନବୀ (ETV Bharat Odisha, Instagram)

ହାଇଦ୍ରାବାଦ: ପରଲୋକରେ ଟିଭି ଲୋକପ୍ରିୟ ଅଭିନେତା ବିକାଶ ସେଠୀ । ଗତକାଲି ସକାଳେ ହୃଦଘାତରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ବୟସ ହୋଇଥିଲା । ବିକାଶଙ୍କ ହଠାତ୍ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଛି । ତାଙ୍କ ମୃତ୍ୟୁରେ ପୁରା ପରିବାର ଭାଙ୍ଗିପଡିଥିବା ବେଳେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ଯେ ବିକାଶ ସେଠୀ ଶୋଇଥିବା ଅବସ୍ଥାରେ ହିଁ ଶୋଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପରେ ତାଙ୍କୁ ପୋଷ୍ଟମାର୍ଟମ ପାଇଁ ନିଆଯାଇଥିବା ବେଳେ ଡାକ୍ତର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ଅଭିନେତାଙ୍କ ଦେହାନ୍ତ ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା, କିନ୍ତୁ ପରିବାର ପକ୍ଷରୁ କୌଣସି ସୂଚନା ମିଳି ନଥିଲା । ବର୍ତ୍ତମାନ ବିକାଶଙ୍କ ପତ୍ନୀ ଜାହ୍ନବୀ (ଜାହ୍ନବୀ ବିକାଶ ସେଠୀ) ତାଙ୍କ ସ୍ୱାମୀଙ୍କ ବିୟୋଗ ପରେ ପ୍ରଥମ ପୋଷ୍ଟ ସେୟାର କରିଛନ୍ତି ।

ଆଜି ବିକାଶ ସେଠୀଙ୍କ ଅନ୍ତିମ ସଂସ୍କାର କରାଯିବ

ବିକାଶ ସେଠୀଙ୍କ ପତ୍ନୀ ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସ୍ୱାମୀଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ଆଜି ତାଙ୍କର ଅନ୍ତିମ ସଂସ୍କାର । ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମେ ଆମର ପ୍ରିୟ ବିକାଶ ସେଠୀଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛୁ। ଯିଏ ଆମ ସମସ୍ତଙ୍କୁ 8 ସେପ୍ଟେମ୍ବର 2024 ରେ ଛାଡିଦେଇ ଚାଲିଗଲେ। ଆଜି, 9 ସେପ୍ଟେମ୍ବରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି କଷ୍ଟ ସମୟରେ ଆପଣମାନଙ୍କ ଉପସ୍ଥିତି, ପ୍ରାର୍ଥନା ଏବଂ ସମର୍ଥନ ଆଶା କରୁଛୁ ।" ସୂଚନାଥାଉ କି, ବିକାଶ ସେଠୀ ଓ ଜାହ୍ନବୀଙ୍କ ଯାଆଁଳା ସନ୍ତାନ ରହିଛନ୍ତି ।

ଡିପ୍ରେସନର ଶିକାର ହୋଇଥିଲେ ବିକାଶ

2021 ମସିହାରେ, ଅଭିନେତା ତାଙ୍କ ଗୋଡରେ ଅସ୍ତ୍ରୋପଚାର କରିଥିଲେ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେହି ବିଷୟରେ ଏକ ଭିଡିଓ ସେୟାର କରିଥିଲେ । ବିକାଶ ଖୁବ୍ ଶୀଘ୍ର ଭଲ ହୋଇଯିବେ ବୋଲି ସେୟାର କହିଥିଲେ । ସେ ପ୍ରାୟତଃ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫିଟନେସ୍ ଏବଂ ପ୍ରେରଣାଦାୟକ ଭିଡିଓ ସେୟାର କରୁଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତା ଆର୍ଥିକ ସମସ୍ୟା ନେଇ ଡିପ୍ରେସନରେ ରହିଥିବା କୁହାଯାଉଛି । ନିକଟରେ ସେ ଏକ ଚଳଚ୍ଚିତ୍ର ନିର୍ମାତା ଭାବରେ ମଧ୍ୟ କାମ କରିଛନ୍ତି ଏବଂ ନିଜର ପ୍ରଡକ୍ସନ୍ ହାଉସ୍ ସି.କେ ପିକ୍ଚର୍ସ ଲଞ୍ଚ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 88 ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମା

ବିକାଶ ସେଠୀଙ୍କ ଟିଭି ଶୋ

ବିକାଶ ସେଠୀ 2003 ରେ 'ଉପ୍ସ' ଫିଲ୍ମ ସହିତ ମୁଖ୍ୟ ଅଭିନେତା ଭାବରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ସେ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି । କ୍ୟୁକି ଶାଶ ଭି କଭି ବୋହୂ ଥି, କହିଁ ତୋ ହୋଗା, କସୋଟୀ ଜିନ୍ଦଗୀ କି, ଉତ୍ତରନ, ସଂସ୍କାର ଲକ୍ଷ୍ମୀ, ଗୀତ ହୁଇ ସବସେ ପରାଇ, ଦୋ ଦିଲ ବନ୍ଦେ ଏକ ଡୋରି ସେ ଏବଂ ସସୁରାଲ ଶିମର କା ଭଳି ସିରିଏଲରେ କାମ କରିଛନ୍ତି ବିକାଶ । ଟିଭି ଶୋ ବ୍ୟତୀତ ବିକାଶ ସେଠୀ ସୁପରହିଟ୍ ଫିଲ୍ମ 'କବି ଖୁସୀ କବି ଗମ'ରେ ରୋବିଙ୍କ ଚରିତ୍ର ସହିତ ଲୋକପ୍ରିୟତା ପାଇଥିଲେ । ସେ 'ଦୀୱାନପାନ' ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.