Nuakhai-2024: ଉତ୍ସବମୁଖର ସୁବର୍ଣ୍ଣପୁର, ମା' ସୁରେଶ୍ବରୀଙ୍କ ନିକଟରେ ଲାଗି ହେଲା ନବାନ୍ନ - Nuakhai 2024 - NUAKHAI 2024
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/08-09-2024/640-480-22404772-thumbnail-16x9-df.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Sep 8, 2024, 2:11 PM IST
ସୁବର୍ଣ୍ଣପୁର: ଆଜି ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁରା ପଶ୍ଚିମ ଓଡ଼ିଶା । ସୋନପୁର ଗଡଜାତ ରାଜ୍ୟର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥିର ମାହେନ୍ଦ୍ର ବେଳା ପୂର୍ବାହ୍ନ ୯ଟା ୨୩ମିନିଟରୁ ୯ଟା ୩୭ ମିନିଟ୍ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ସମର୍ପଣ କରାଯାଇଛି । ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କ ସମେତ ଅନ୍ୟ ଦେବୀ ପୀଠମାନଙ୍କ ପାହୁର ଭୋଗ ପହଞ୍ଚିଥିଲା । ସୋନପୁର ଗଡଜାତ ଅଞ୍ଚଳ ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳ-ପଞ୍ଚରା ଅଞ୍ଚଳରେ ଲୋକେ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ସମର୍ପଣ କରି ସାରିଲା ପରେ ନବାନ୍ନ ଭକ୍ଷଣ କରିଛନ୍ତି । ଏଥିପାଇଁ ଚଳିତବର୍ଷ ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାହୁର ଶୋଭାଯାତ୍ରା ଆୟୋଜିତ ହୋଇ ଯାଇଛି । ସଦର ପୌର ପରିଷଦ ଓ ପାହୁର ଯାତ୍ରା କମିଟି ପକ୍ଷରୁ ପାହୁର ଯାତ୍ରା ପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା ।
ନୂଆଁ ମାଟି ହାଣ୍ଡି ସହିତ ଦେବାଦେବୀଙ୍କ ମନ୍ଦିର ପାଇଁ ନୂଆଁ ବାନା ,ଅନ୍ନ ପାଇଁ ନୂଆଁ ସରିଆ, ଧାନରୁ ପ୍ରସ୍ତୁତ ଅରୁଆ ଚାଉଳ, ଗୁଆ ଘିଅ ,ମହୁ, ଦହି, କ୍ଷୀର ସହିତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପାଇଁ ପନିପରିବା, ଫଳମୂଳ ସହିତ ପିଠା ପଣା ପାଇଁ ରାସନ ସାମଗ୍ରୀ ଆଦି ଏକ ଆଡମ୍ବରପୂର୍ଣ ଶୋଭାଯାତ୍ରାରେ ପାହୁର ଭୋଗ ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ସମେତ ଅଷ୍ଟଚଣ୍ଡୀ ଓ ହନୁମାନ ମନ୍ଦିରକୁ ପହଞ୍ଚିଥିଲା । ଗଡଜାତ ଶାସନ ସମୟରେ ଏହି ପାହୁର ଖଞ୍ଜା ଚୌହାନ ରାଜ ପ୍ରସାଦ ନିକଟସ୍ଥ ଦେବୀ ମା କନକ ଦୁର୍ଗାଙ୍କ ମନ୍ଦିରରୁ ଯାଉଥିଲା । ହେଲେ ଏବେ ଏହି ପାହୁର ଭୋଗ ଖଞ୍ଜା ଦେବୀ ମା’ ସମଲେଇଙ୍କ ପୀଠରୁ ଯାଉଛି । ଆଜି ନିର୍ଦ୍ଧାରିତ ଲଗ୍ନରେ ଦେବୀ ମନ୍ଦିରଗୁଡିକରେ ନବାନ୍ନ ସମର୍ପଣ କରିବା ପାଇଁ ପଣ୍ଡିତ ମହାସଭା ପୂର୍ବରୁ ସ୍ଥିର କରିଥିବା ଲଗ୍ନରେ ଆଡମ୍ବରପୂର୍ଣ ଶୋଭାଯାତ୍ରାରେ ପାହୁର ଭୋଗ ପହଞ୍ଚିଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର