ETV Bharat / bharat

ଦିଲ୍ଲୀରେ ବଡ଼ ଧରଣର ଭୂକମ୍ପ, ଆଲର୍ଟ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ - EARTHQUAKE IN DELHI

ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ଥିବା ସୂଚନା ।

Earthquake In Delhi
Earthquake In Delhi (ETV Bharat)
author img

By ETV Bharat Odisha Team

Published : Feb 17, 2025, 6:35 AM IST

Updated : Feb 17, 2025, 7:12 AM IST

ନୂଆଦିଲ୍ଲୀ: ଏନସିଆର ସମେତ ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ଭୋର 5 ଟା 36 ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (X)ରେ ପୋଷ୍ଟ କରି ସମସ୍ତଙ୍କୁ ଭୟଭୀତ ନହୋଇ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ଅଧିକାରୀମାନେ ସ୍ଥିତି ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଭୂକମ୍ପରେ ଥରିଲା ଦିଲ୍ଲୀ:

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଜଣେ ଦୋକାନୀ କହିଛନ୍ତି, "ସବୁ କିଛି ଦୋହଲିଲା ଭଳି ହଠାତ୍ ଅନୁଭବ ହେଲା । ଦୋକାନକୁ ଆସିଥିବା ଗ୍ରାହକମାନେ ଭୟଭୀତ ହୋଇପଡିଲେ।"ସେହିପରି ଟ୍ରେନ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ କହିବା କଥା, "ଆମକୁ ଏମିତି ଲାଗିଲା ଯେମିତି ଭୂମିତଳେ କୌଣସି ଅଣ୍ଡରଗ୍ରାଉଣ୍ଡ ଟ୍ରେନ ଚାଲୁଛି । ସବୁ କିଛି ଭୂକମ୍ପ ପ୍ରଭାବରେ ଦୋହଲି ଯାଇଥିଲା । ସମସ୍ତେ ଭୟଭୀତ ହୋଇପଡିଥିଲେ ।" ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.0 ରହିଥିଲା ।

କହିରଖୁଛୁ, ଶନିବାର ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳ ଚକଟାରେ 18 ଜଣଙ୍କ ଜୀବନ ଯାଇଛି । ଏହି ଭୟ ଲୋକଙ୍କ ମନରୁ ନଲିଭୁଣୁ ଆଜି ଦିଲ୍ଲୀ ଏନସିଆରରେ ଶକ୍ତ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 4.0 ରହିଥିବାବେଳେ ଲୋକେ ଭୟଭୀତ ହୋଇପଡିଛନ୍ତି ।

ଏହା ବି ପଢନ୍ତୁ...ରେଳଷ୍ଟେସନରେ କାହିଁକି ହେଲା ଦଳାଚକଟା, ଏଥି ପାଇଁ ଦାୟୀ କିଏ ? - NEW DELHI RAILWAY STATION STAMPEDE

ଏହା ବି ପଢନ୍ତୁ...ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା: ୧୦ ମହିଳା ଓ ୪ ଶିଶୁଙ୍କ ସମେତ ୧୮ ମୃତ

ଦଳାଚକଟା ଘଟଣା:

ଶନିବାର 14 ନମ୍ବର ପ୍ଲାଟଫର୍ମରେ ଭିଡ଼ କମ କରିବା ପାଇଁ ପ୍ରୟାଗରାଜ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ 16 ନମ୍ବର ପ୍ଲାଟଫର୍ମରୁ ଚଲାଯିବ ବୋଲି ଘୋଷଣା କରାଯାଇଥିଲା । ଏହାପରେ ଯାତ୍ରୀ ମାନେ 16 ନମ୍ବର ପ୍ଲାଟଫର୍ମ ଆଡ଼କୁ ଦୌଡ଼ିବାକୁ ଲାଗିଲା । ଫଳରେ ଭିଡ଼ ଭିତରେ ସିଡ଼ିରେ ବସିଥିବା ଲୋକମାନେ ଚାପି ହୋଇଯାଇଥିଲେ । ଦଳାଚକଟା ପରିସ୍ଥିତି ସୃଷ୍ଟି ହେବା ପରେ ଅନେକ ଆହତ ହୋଇଥିଲେ । ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ 18 ଜଣଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପ୍ରାୟ 25 ଜଣ ଲୋକ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି ।

ଏହା ବି ପଢନ୍ତୁ...ନେପାଳ ଶକ୍ତିଶାଳୀ ଭୂକମ୍ପରେ; ତିବ୍ଦତ ସୀମାରେ 53 ମୃତ, ଥରିଲା ଉତ୍ତର ଭାରତ

ଏହା ବି ପଢନ୍ତୁ...୨୦ ବର୍ଷ ପରେ ତେଲେଙ୍ଗାନାରେ ଭୂମିକମ୍ପ, ମାଲକାନଗିରିରେ ଅନୁଭୂତ

Last Updated : Feb 17, 2025, 7:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.